ETV Bharat / bharat

ଅଯୋଧ୍ୟା ମହୋତ୍ସବ: କାଲିଠୁ ନୀତିକାନ୍ତି, 18ରେ ବିଗ୍ରହ ସଂସ୍ଥାପନ, 22ରେ ପ୍ରାଣ ପ୍ରତିଷ୍ଠା

Ram Lalla idol placement: ଅଯୋଧ୍ୟାରେ କାଲିଠୁ ନୀତିକାନ୍ତି ଆରମ୍ଭ । 18 ରେ ବିଗ୍ରହ ସଂସ୍ଥାପନ ସହ 22 ରେ ପ୍ରାଣ ପ୍ରତିଷ୍ଠା । ବିସ୍ତୃତ ସୂଚନା ଦେଲେ ଟ୍ରଷ୍ଟ ସମ୍ପାଦକ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 15, 2024, 6:48 PM IST

ଅଯୋଧ୍ୟା ମହୋତ୍ସବ: କାଲିଠୁ ନୀତିକାନ୍ତି, 18 ରେ ବିଗ୍ରହ ସଂସ୍ଥାପନ, 22 ରେ ପ୍ରାଣ ପ୍ରତିଷ୍ଠା

ଲକ୍ଷ୍ନୌ: ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମହୋତ୍ସବ ପାଇଁ ଆସନ୍ତାକାଲି (16 ତାରିଖ)ଠାରୁ ଆରମ୍ଭ ହୋଇଯିବ ନୀତିକାନ୍ତି । ପ୍ରାଣପ୍ରତିଷ୍ଠା ପ୍ରାକ୍ ବିଧି ଭାବେ ଆସନ୍ତାକାଲିଠାରୁ ହୋମଯଜ୍ଞ ଓ ବିଧି ଆରମ୍ଭ ହେବାକୁ ଯାଉଛି । ଯାହା 21 ତାରିଖ ପର୍ଯ୍ୟନ୍ତ ଚାଲିବ । 18 ତାରିଖରେ ଗର୍ଭଗୃହରେ ସିଂହାସନରେ ଶ୍ରୀବିଗ୍ରହଙ୍କ ବିଗ୍ରହ ସଂସ୍ଥାପିତ କରାଯିବ । 22ରେ କାଶୀର ବରିଷ୍ଠ ପଣ୍ଡିତମଣ୍ଡଳୀଙ୍କ ଦ୍ବାରା ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା ସମ୍ପାଦିତ ହେବ । ଅପରାହ୍ନ 12 ଟା 20 ମିନିଟରୁ ଏହି ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା ଆରମ୍ଭ ହେବ । ଆଜି ଗଣମାଧ୍ୟମକୁ ସମ୍ବୋଧିତ କରି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସମ୍ପାଦକ ଚମ୍ପତ ରାୟ ଉତ୍ସବର ବିସ୍ତୃତ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇଛନ୍ତି ।

12.20 ମିନିଟରୁ 1 ଟା ମଧ୍ୟରେ ପ୍ରାଣ ପ୍ରତିଷ୍ଠା:-

ଚମ୍ପତ ରାୟଙ୍କ ସୂଚନା ଅନୁସାରେ,ଗର୍ଭଗୃହରେ ପ୍ରତିଷ୍ଠା ହେବାକୁ ଯାଉଥିବା ବିଗ୍ରହ ସମ୍ପୂର୍ଣ୍ଣ ପ୍ରସ୍ତର ନିର୍ମିତ ଓ ଏହାର ଓଜନ 150-200 କିଲୋଗ୍ରାମ ମଧ୍ୟରେ ରହିଛି । 18 ତାରିଖରେ ଏହି ଶ୍ରୀବିଗ୍ରହକୁ ଗର୍ଭଗୃହରେ ସ୍ଥାପନା କରାଯିବ । ଏହା ପୂର୍ବରୁ 16 ତାରିଖ (ଆସନ୍ତାକାଲି) ଠାରୁ ପ୍ରାକ୍ ପ୍ରତିଷ୍ଠା ବିଧି ମଧ୍ଯ ଆରମ୍ଭ ହୋଇ 21 ପର୍ଯ୍ୟନ୍ତ ଚାଲିବ । 22ରେ ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା ଆରମ୍ଭ ହେବ । ଅପରାହ୍ନ 12.20 ରୁ ଆରମ୍ଭ ହୋଇ ଏହି ପ୍ରକ୍ରିୟା 1 ଟା ମଧ୍ୟରେ ସମ୍ପାଦିତ ହେବ ।

ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟାରେ ସାମିଲ ହେବେ 121 ବରିଷ୍ଠ ଆଚାର୍ଯ୍ୟ:-

ଏହି ପ୍ରକ୍ରିୟାରେ ମୋଟ 7 ଟି ଅଧିବାସ ରହିଛି । 121 ବରିଷ୍ଠ ଆଚାର୍ଯ୍ୟ ଏହି ପ୍ରକ୍ରିୟାରେ ନିୟୋଜିତ ହେବେ । କାଶୀର ପ୍ରଖ୍ୟାତ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତ ଏହି ସମଗ୍ର ପ୍ରକ୍ରିୟାର ପ୍ରଧାନ ଆଚାର୍ଯ୍ୟ ହେବେ । ତାଙ୍କ ପ୍ରତ୍ୟେକ୍ଷ ନେତୃତ୍ବରେ ଏହି ପୂରା ପ୍ରକ୍ରିୟା ସମାପିତ ହେବ । ପଣ୍ଡିତ ଗଣେଶ୍ବର ଶାସ୍ତ୍ରୀ ଡ୍ରାବିଡ ଏହି ପ୍ରକ୍ରିୟାକୁ ତତ୍ତ୍ବାବଧାନ ଓ ସଂଯୋଜନା କରିବେ ।

ପ୍ରାଣ ପ୍ରତିଷ୍ଠା ବେଳେ ଗର୍ଭଗୃହରେ କି’ଏ ରହିବେ:-

ଏହି ଭବ୍ୟ ପ୍ରକ୍ରିୟା ବେଳେ ପଣ୍ଡିତ ମଣ୍ଡଳୀ ବ୍ୟତୀତ ମୁଖ୍ୟ ଯଜମାନ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗର୍ଭଗୃହରେ ଉପସ୍ଥିତ ରହିବେ । ଅନ୍ୟମାନଙ୍କ ମଧ୍ୟରେ ସଂଘ ପ୍ରମୁଖ ମୋହନ ଭାଗବତ, ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନ୍ୟ କିଛି ନିର୍ଦ୍ଦିଷ୍ଟ ପ୍ରମୁଖ ଅତିଥି ଏହି ପ୍ରକ୍ରିୟାରେ ଉପସ୍ଥିତ ରହିବେ ।

ଏହା ମଧ୍ୟ ପଢନ୍ତୁ :- ରାମଲାଲାଙ୍କ ଶ୍ରୀବିଗ୍ରହ ପାଇଁ ଚୂଡ଼ାନ୍ତ ହେଲା ପ୍ରଖ୍ୟାତ ମୂର୍ତ୍ତିକାର ଅରୁଣ ଯୋଗୀରାଜଙ୍କ ନିର୍ମିତ ମୂର୍ତ୍ତି

ସାମିଲ ହେବ ଭାରତୀୟ ଆଧ୍ୟାତ୍ମିକତା ଓ ସନ୍ଥ ପରମ୍ପରା:-

ବିଭିନ୍ନ ଭାରତୀୟ ଆଧ୍ୟାତ୍ମିକ ଶିକ୍ଷାନୁଷ୍ଠାନର ଆଚାର୍ଯ୍ୟଗଣ, ପ୍ରାୟ 150 ପରମ୍ପରାର ସନ୍ଥ, ମହାମଣ୍ଡଳେଶ୍ବର, ମଣ୍ଡଳେଶ୍ବର, ଶ୍ରୀମହନ୍ତ, ମହନ୍ତ, ନାଗା ସାଧୁଙ୍କ ଉପସ୍ଥିତି ମଧ୍ୟ ଗର୍ଭଗୃହରେ ଦେଖିବାକୁ ମିଳିବ । ସେହିପରି ଆଦିବାସୀ, ଗିରିବାସୀ, ଦ୍ବୀପବାସୀ ପରମ୍ପରାର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ଏହି କ୍ରମରେ ସାମିଲ ହେବାର ଅବସର ପାଇବେ । ତେବେ ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଯେ, ପ୍ରତିଷ୍ଠା ଉତ୍ସବ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଆଜି (ସୋମବାର) ରାମଲାଲାଙ୍କ ଶ୍ରୀବିଗ୍ରହ ଚୂଡ଼ାନ୍ତ କରାଯାଇଛି । ପ୍ରଖ୍ୟାତ ଦକ୍ଷିଣ ଭାରତୀୟ ମୂର୍ତ୍ତିକାର ଅରୁଣ ଯୋଗୀରାଜଙ୍କ ଦ୍ବାରା ନିର୍ମିତ ମୂର୍ତ୍ତିକୁ ଶ୍ରୀବିଗ୍ରହ ଭାବେ ମନୋନିତ କରିଛି ଟ୍ରଷ୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.