ETV Bharat / bharat

Farmers Protest: ରାକେଶ ଟିକାୟତଙ୍କୁ ପୁଣି ହତ୍ୟା ଧମକ - ହତ୍ୟା ଧମକ ନେଇ ଥାନାର ଦ୍ବାରସ୍ଥ ହେଲେ ଟିକାୟତ

SKM ନେତା ରାକେଶ ଟିକାୟତଙ୍କୁ ଫୋନ କଲରେ ହତ୍ୟା ଧମକ । ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ

SKM ନେତା ରାକେଶ ଟିକାୟତଙ୍କୁ ପୁଣି ହତ୍ୟା ଧମକ, ଥାନାରେ ଏତଲା

author img

By

Published : Dec 5, 2021, 6:18 PM IST

ନୂଆଦିଲ୍ଲୀ: ୩ କୃଷି ଆଇନ ବିରୁଦ୍ଧରେ ଚାଲିଥିବା କୃଷକ ଆନ୍ଦୋଳନର ନେତୃତ୍ବ ନେଉଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା (SKM) ନେତା ତଥା ଭାରତୀୟ କିଷାନ ୟୁନିଅନ (BKU)ର ଜାତୀୟ ମୁଖପାତ୍ର ରାକେଶ ଟିକାୟତଙ୍କୁ ଫୋନ କଲରେ ହତ୍ୟା ଧମକ ଦିଆଯାଇଛି । ହତ୍ୟା ଧମକ ଆସିଥିବା ମୋବାଇଲ ନମ୍ବର ସହ ଥାନାରେ ରାକେଶ ଟିକାୟତଙ୍କ ପକ୍ଷରୁ ଏତଲା ଦାଏର କରାଯାଇଛି । ଏତଲା ଆଧାରରେ ପୋଲିସ ଘଟଣାର ତଦନ୍ତ କରିଛି ।

ସୂଚନା ଅନୁଯାୟୀ, ଗତ ଗୁରୁବାର ରାତିରେ ରାକେଶ ଟିକାୟତଙ୍କ ମୋବାଇଲକୁ ଏକ ଅଜଣା ଫୋନ କଲ ଆସିଥିଲା । ବାର୍ତ୍ତାଳାପ ସମୟରେ କଲ୍ କରିଥିବା ବ୍ୟକ୍ତି ରାକେଶ ଟିକାୟତଙ୍କୁ ଦୁର୍ବ୍ୟବହାର କରିବା ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ । ପରେ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ତେବେ ଏକ ମାମଲା ପଞ୍ଜୀକରଣ ସହ ତଦନ୍ତ କରାଯାଉଥିବା କହିଛନ୍ତି ସ୍ଥାନୀୟ ପୋଲିସ ଅଧୀକ୍ଷକ ଜୟନେନ୍ଦ୍ର ସିଂ ।

ରାକେଶ ଟିକାୟତଙ୍କ ନେତୃତ୍ୱରେ 2020 ମସିହା 28 ନଭେମ୍ବରରୁ ଦିଲ୍ଲୀ ସୀମା ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ କୃଷକ ଆନ୍ଦୋଳନ ଜାରି ରହିଛି । ଡିସେମ୍ବର 2020ରେ ବିହାରର ଭାଗଲପୁରର ମନଭ ମିଶ୍ର ତାଙ୍କୁ ପ୍ରଥମେ ହତ୍ୟା ଧମକ ଦେଇଥିଲେ । ପରେ ମନଭଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା । ଏହା ପରେ ଏପ୍ରିଲ ମାସରେ ମଧ୍ୟ ଫିରୋଜାବାଦର ଏକାଧିକ ଯୁବକ ଟିକାୟତଙ୍କୁ ହତ୍ୟା ଧମକ ଦେଇଥିଲେ । ଏକାଧିକ ଥର ହତ୍ୟା ଧମକ ପାଇଥିବା ଟିକାୟତ ଚଳିତଥର ପଞ୍ଚମ ଥର ପାଇଁ ଏହି ଧମକ ପାଇ ଥାନାର ଦ୍ବାରସ୍ଥ ହୋଇଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.