ETV Bharat / bharat

Rajya Sabha Elections: ରାଜସ୍ଥାନରେ ବିଜେପି ରଣନୀତି ଫେଲ, କର୍ଣ୍ଣାଟକରେ ପାସ - ରାଜ୍ୟସଭା ନିର୍ବାଚନ ଖବର ସୁଭାଷ ଚନ୍ଦ୍ରା

ଆଜି 4 ଟି ରାଜ୍ୟର 16 ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଶେଷ ହୋଇଛି । ଏହି ସମସ୍ତ ଆସନ ଗୁଡିକରେ କଡା ମୁକାବିଲା ହୋଇଥିଲା । କାରଣ ଆସନ ସଂଖ୍ୟା ଦୃଷ୍ଟିରୁ ଅଧିକ ପ୍ରାର୍ଥୀ ଥିଲେ ସମସ୍ତ ରାଜ୍ୟରେ । ଫଳରେ ମୁକାବିଲା କାଣ୍ଟେ କି ଟକ୍କର ଥିଲା । ଅଧିକ ପଢନ୍ତୁ

RajyaSabha Elections:
RajyaSabha Elections:
author img

By

Published : Jun 10, 2022, 9:55 PM IST

ହାଇଦ୍ରାବାଦ: ଆଜି 4 ଟି ରାଜ୍ୟର 16 ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଶେଷ ହୋଇଛି । ଏହି ସମସ୍ତ ଆସନ ଗୁଡିକରେ କଡା ମୁକାବିଲା ହୋଇଥିଲା । କାରଣ ଆସନ ସଂଖ୍ୟା ଦୃଷ୍ଟିରୁ ଅଧିକ ପ୍ରାର୍ଥୀ ଥିଲେ ସମସ୍ତ ରାଜ୍ୟରେ । ଫଳରେ ମୁକାବିଲା କାଣ୍ଟେ କି ଟକ୍କର ଥିଲା । ବର୍ତ୍ତମାନ ସୁଦ୍ଧା ରାଜସ୍ଥାନ ଓ କର୍ଣ୍ଣାଟକର ଫଳାଫଳ ଆସି ସାରିଥିବା ବେଳେ, ମହାରାଷ୍ଟ୍ର ଓ ହରିୟାଣରେ ବିବାଦ ବଢିବାରୁ ବିଳମ୍ବିତ ରାତି ସୁଦ୍ଧା ଫଳାଫଳ ଆସିପାରେ ।

  • #RajyaSabhaElection2022 | BJP candidates FM Nirmala Sitharaman, actor-politician Jaggesh & MLC Lehar Singh Siroya (in pic 1) and Congress candidate Jairam Ramesh (pic 2 - file pic) win.

    JD(S) draws a blank, it had fielded D Kupendra Reddy (in pic 3 - file photo) from the state. pic.twitter.com/fKXIGEcSsW

    — ANI (@ANI) June 10, 2022 " class="align-text-top noRightClick twitterSection" data=" ">

ରାଜସ୍ଥାନର 4ଟି ଆସନରୁ 3 ଟି ଆସନ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ, ଗୋଟିଏ ଆସନ ବିଜେପି ଖାତାକୁ ଯାଇଛି । ବିଜେପି ସମର୍ଥିତ ପ୍ରାର୍ଥି ତଥା ବିଶିଷ୍ଟ ଶିଳ୍ପପତି ସୁବାଷ ଚନ୍ଦ୍ରା ପରାଜିତ ହୋଇଛନ୍ତି । କଂଗ୍ରେସର ରଣଦୀପ ସୂର୍ଯ୍ୟେୱାଲା, ମୁକୁଲ ୱାସନିକ, ଓ ପ୍ରମୋଦ ତିୱାରୀ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ଘନଶ୍ୟାମ ତିୱାରୀ ମଧ୍ୟ ବିଜୟୀ ହୋଇଛନ୍ତି । କିନ୍ତୁ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥି ସୁବାସ ଚନ୍ଦ୍ରା ପରାଜିତ ହେବା ସହ ତାଙ୍କୁ 30 ଖଣ୍ଡ ଭୋଟ ମିଳିଛି ।

  • #RajyaSabhaElection2022 | Rajasthan: Congress candidates Pramod Tiwari, Mukul Wasnik and Randeep Singh Surjewala (in pic 1) & BJP candidate Ghanshyam Tiwari win (pic 2)

    BJP-backed independent candidate Subhash Chandra loses (pic 3 -file pic from the day of his nomination filing) pic.twitter.com/j1jZYtXi89

    — ANI MP/CG/Rajasthan (@ANI_MP_CG_RJ) June 10, 2022 " class="align-text-top noRightClick twitterSection" data=" ">

କଂଗ୍ରେସ ନିଜ ରଣନୀତିକୁ ସଠିକ ସାବ୍ୟସ୍ତ କରିଥିବା ବେଳେ 3 ଟି ଆସନ ଦଖଲ କରିବାରେ ସଫଳ ହୋଇଛି । ଏଥିପାଇଁ ରାଜ୍ୟ କଂଗ୍ରେସ ପୁରା ଦମରେ ଏବେ ବିଜେପିକୁ ଆକ୍ରମଣ କରିବାକୁ ଅଣ୍ଟା ଭିଡିଛି । ଏନେଇ ପ୍ରେସମିଟ କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ କହିଛନ୍ତି, କଂଗ୍ରେସର ବିଜୟ ଲୋକତନ୍ତ୍ରର ବିଜୟ । ଆଗାମୀ 2023 ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ହାରିବ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି । ସେହିପରି ରାଜସ୍ଥାନ କଂଗ୍ରେସର ଅନ୍ୟତମ ପ୍ରଭାବଶାଳୀ ନେତା ସଚ୍ଚିନ ପାଇଲଟ ମଧ୍ୟ 3 ଦଳୀୟ ପ୍ରାର୍ଥୀଙ୍କୁ ଶୁଭେଛା ଜଣାଇ ବିଜେପି ଉପରେ ବର୍ଷିଛନ୍ତି ।

  • राजस्थान में तीन राज्यसभा सीटों पर कांग्रेस की विजय लोकतंत्र की जीत है। मैं तीनों नवनिर्वाचित सांसदों श्री प्रमोद तिवारी, श्री मुकुल वासनिक एवं श्री रणदीप सुरजेवाला को बधाई देता हूं। मुझे पूर्ण विश्वास है कि तीनों सांसद दिल्ली में राजस्थान के हक की मजबूती से पैरवी कर सकेंगे।

    — Ashok Gehlot (@ashokgehlot51) June 10, 2022 " class="align-text-top noRightClick twitterSection" data=" ">

ସେପଟେ ରାଜସ୍ଥାନ ରାଜ୍ୟସଭା ନିର୍ବାଚନକୁ ନେଇ ବିଜେପିର ରଣନୀତି ପୁରା ବିଫଳ ହୋଇଛି । ଅନ୍ୟ ଦଳର ଭୋଟ ଆଣିବାରେ ଦଳ ତ ବିଫଳ ହେଲା, ହେଲେ ନିଜ ଦଳର ଭୋଟ ମଧ୍ୟ ଏକତ୍ରିତ କରିବାରେ ସଫଳ ହୋଇପାରିଲା ନାହିଁ । ଦଳୀୟ ବିଧାୟକ ଶୋଭାରାଣୀ କୁଶୱାହା କ୍ରସ ଭୋଟିଂ କରିଛନ୍ତି । ଯାହା ଫଳରେ ଦଳର କ୍ଷତି ହେବା ସହ କଂଗ୍ରେସର ତୃତୀୟ ପ୍ରାର୍ଥୀ ଜିତିବାରେ ସହାୟକ ହେଲା । ଏହାକୁ ନେଇ କେନ୍ଦ୍ରୀୟ ବିଜେପି ତୁରନ୍ତ ବିଧାୟିକା ଶୋଭାରାଣୀଙ୍କୁ ଦଳରୁ ନିଳମ୍ବିତ କରିଛି ।

ଅନ୍ୟପଟେ କର୍ଣ୍ଣାଟକର ମୋଟ 4 ଟି ରାଜ୍ୟସଭା ଆସନ ପାଇଁ ଭୋଟ ହେଉଥିବା ବେଳେ, କ୍ଷମତାସୀନ ବିଜେପି ଏଠି କିନ୍ତୁ ନିଜ ରଣନୀତିରେ ସଫଳ ହୋଇଛି । ଦଳର 2 ଟି ଆସନରେ ବିଜୟ ନିଶ୍ଚିତ ଥିଲା । ଆଉ ଗୋଟିଏ ଆସନ କଂଗ୍ରେସ ଖାତାକୁ ଯାଉଥିଲା । ତାହା ମଧ୍ୟ ହୋଇଛି । କିନ୍ତୁ ଚତୁର୍ଥ ଆସନ ଟି ବିରୋଧୀ କଂଗ୍ରେସ ଓ ଜେଡି(ଏସ) ଠାରୁ ଛଡାଇ ଆଣିବାରେ ବିଜେପି ସକ୍ଷମ ହୋଇଛି । ଉଭୟ ବିରୋଧୀ ଦଳର କନ୍ଦଳରୁ ବିଜେପି ପୁରା ଫାଇଦା ନେବା ସହ ଚତୁର୍ଥ ଆସନକୁ କବଜା କରିଛି ।

ହେଲେ ମହାରାଷ୍ଟ୍ର ଓ ହରିୟାଣାରେ ମତଦାନକୁ ନେଇ ସମସ୍ତ ଦଳ ପରସ୍ପର ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିବାରୁ ଭୋଟ ଗଣନା ଏବେ ବନ୍ଦ ହୋଇଛି । ଉଭୟ ରାଜ୍ୟର ଭୋଟଦାନର ପୁରା ଭିଡିଓ ରେକର୍ଡିଂ ମାଗିଛନ୍ତି ନିର୍ବାଚନ ଆୟୋଗ । ଏହାସହ ଯାଞ୍ଚ ଶେଷ ହେବା ପରେ କିଛି ନିଷ୍ପତ୍ତି ନେବେ ଆୟୋଗ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.