ETV Bharat / bharat

RS polls: ସାମାନ୍ୟ ବ୍ୟବଧାନରେ ମାକନ ପରାଜିତ, ବିଦ୍ରୋହୀ ବିଧାୟକ କୁଲଦୀପ ବିଷ୍ଣୋଇ କଂଗ୍ରେସରୁ ବହିଷ୍କୃତ

author img

By

Published : Jun 11, 2022, 6:50 PM IST

Updated : Jun 11, 2022, 8:29 PM IST

ରାଜ୍ୟସଭା ନିର୍ବାଚନରେ ହରିୟାଣା କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ । ସାମାନ୍ୟ ବ୍ୟବଧାନରେ ହାରିଲେ ବରିଷ୍ଠ କଂଗ୍ରେସ ନେତା ଅଜୟ ମାକନ । ବିଦ୍ରୋହୀ ବିଧାୟକ କୁଲଦୀପ ବିଷ୍ଣୋଇଙ୍କୁ ବହିଷ୍କୃତ କଲା ଦଳ । ଅଧିକ ପଢନ୍ତୁ

RS polls: ସାମାନ୍ୟ ବ୍ୟବଧାନରେ ମାକନ ପରାଜିତ, ବିଦ୍ରୋହୀ ବିଧାୟକ କୁଲଦ୍ବୀପ ବିଷ୍ଣୋଇ କଂଗ୍ରେସରୁ ବହିସ୍କୃତ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଅଜୟ ମାକନଙ୍କ ପରାଜୟ ପରେ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ହରିୟାଣାର ବିଦ୍ରୋହୀ କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଦଳ । ବିଷ୍ଣୋଇଙ୍କୁ କଂଗ୍ରେସରୁ ବହିଷ୍କୃତ କରିଛନ୍ତି ପାର୍ଟି ହାଇକମାଣ୍ଡ ସୋନିଆ ଗାନ୍ଧୀ । ଦଳର ରାଜ୍ୟ ପ୍ରଭାରୀ ଏନେଇ କଂଗ୍ରେସ ହାଇକମାଣ୍ଡଙ୍କୁ ଅଗଗତ କରିଥିଲେ । ଦଳର ବରିଷ୍ଠ ନେତା ଅଜୟ ମାକନଙ୍କ ପରାଜୟ ପାଇଁ ଏହି କ୍ରସ ଭୋଟିଂ ଦାୟୀ ବୋଲି ମଧ୍ୟ କୁହାଯାଉଛି ।

ସୂଚନା ଅନୁସାର, BJP-JJP ସମର୍ଥିତ ସ୍ବାଧୀନ ପ୍ରାର୍ଥୀ କାର୍ତିକେୟ ଶର୍ମା କଡା ଟକ୍କର ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଅଜୟ ମାକନଙ୍କୁ ପରାଜୟର ସ୍ବାଦ ଚଖାଇଛନ୍ତି । ତେବେ କ୍ରସ ଭୋଟିଂ କରିଥବା ବିଦ୍ରୋହୀ ବିଧାୟକଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଦଳ ତାଙ୍କୁ ଦଳୀୟ ସଦସ୍ୟତାରୁ ବହିଷ୍କୃତ କରିଛି ।

ସେହିପରି ଅନ୍ୟ ଜଣେ ଦଳୀୟ ବିଧାୟକ କିରଣ ଚୌଧୁରୀଙ୍କ ଭୋଟ ମଧ୍ୟ ନାକଚ ହୋଇଥିଲା । ଭୋଟିଂ ପ୍ରକ୍ରିୟାରେ କିଛି ତ୍ରୁଟି ଯୋଗୁଁ ତାଙ୍କ ଭୋଟ ମଧ୍ୟ ଗ୍ରହଣ କରାଯାଇ ନଥିଲା । ତେବେ ଏହି ତ୍ରୁଟି ସଂଯୋଗବଶତଃ କିମ୍ବା ଏହାକୁ ପୂର୍ବ ଯୋଜନାବଦ୍ଧ ଭାବେ କରାଯାଇଛି, ତାହା ମଧ୍ୟ କଂଗ୍ରେସ ସମୀକ୍ଷା କରିବ । ଯଦି କୌଣସି ଷଡଯନ୍ତ୍ରମୂଳକ ତ୍ରୁଟି ସାମ୍ନାକୁ ଆସେ, ତେବେ କିରଣ ମଧ୍ୟ କାର୍ଯ୍ୟାନୁଷ୍ଠାନ ପରିସରକୁ ଆସିପାରନ୍ତି ।

ହରିୟାଣାର ମୋଟ 90 ବିଧାୟକଙ୍କ ମଧ୍ୟରୁ, ଜଣେ ସ୍ବାଧୀନ ବିଧାୟକ ଅନୁପସ୍ଥିତ ରହିଥିବାବେଳେ ଜଣେ କଂଗ୍ରେସ ବିଧାୟକଙ୍କ ଭୋଟ ରଦ୍ଦ ହୋଇଥିଲା । ଅବଶିଷ୍ଟ 88 ବିଧାୟକ ଭୋଟିଂ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ବିଜେପି ଓ ଜେଜେପି ସମର୍ଥିତ ପ୍ରାର୍ଥୀ କାର୍ତ୍ତିକେୟ ଶର୍ମା 29.6 ଭୋଟ ପାଇଥିବାବେଳେ ପ୍ରତିଦ୍ବନ୍ଦୀ ତଥା ବରିଷ୍ଠ କଂଗ୍ରେସ ନେତା 29 ଭୋଟ ସହ ସମାନ୍ୟ ବ୍ୟବଧାନରେ ପରାସ୍ତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 11, 2022, 8:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.