ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା ବହୁଚର୍ଚ୍ଚିତ ଦିଲ୍ଲୀ ଅଧ୍ୟାଦେଶ ବିଲ । ଆଜି ସରଗରମ ଚର୍ଚ୍ଚା ପରେ ରାତି 10 ଟାରେ ଏହା ଭୋଟିଂ ମାଧ୍ୟମରେ ପାରିତ ହୋଇଛି । ଏହି ବିଲ ସପକ୍ଷରେ 131 ଭୋଟ ପଡିଥିବା ବେଳେ ବିରୋଧରେ 102 ଭୋଟ ପଡିଛି । ପ୍ରଥମେ ଇଲୋକ୍ଟ୍ରୋନିକ୍ସ ମେସିନ ସାହାଯ୍ୟରେ ଭୋଟିଂ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ହେଲେ କିଛି ଯାନ୍ତ୍ରିକ ତ୍ରୁଟି ପାଇଁ ଟୋକନ ସିଷ୍ଟମରେ ଏହି ଭୋଟିଂ କରାଯାଇଥିଲା । ଏଥିରେ ଏହି ବହୁଚର୍ଚ୍ଚିତ ବିଲ 131 ଭୋଟ ସହ ଉଚ୍ଚସଦନ ରାଜ୍ୟସଭାରେ ମଧ୍ୟ ପାରିତ ହୋଇଛି ।
-
#WATCH | Two members (BJD MP Sasmit Patra and BJP MP Dr Sudhanshu Trivedi) are saying that they have not signed the motion (to be part of select committee) moved by AAP MP Raghav Chadha. Now it is a matter of investigation how the motion was signed: Union Home Minister Amit Shah… pic.twitter.com/ufYLEZREkf
— ANI (@ANI) August 7, 2023 " class="align-text-top noRightClick twitterSection" data="
">#WATCH | Two members (BJD MP Sasmit Patra and BJP MP Dr Sudhanshu Trivedi) are saying that they have not signed the motion (to be part of select committee) moved by AAP MP Raghav Chadha. Now it is a matter of investigation how the motion was signed: Union Home Minister Amit Shah… pic.twitter.com/ufYLEZREkf
— ANI (@ANI) August 7, 2023#WATCH | Two members (BJD MP Sasmit Patra and BJP MP Dr Sudhanshu Trivedi) are saying that they have not signed the motion (to be part of select committee) moved by AAP MP Raghav Chadha. Now it is a matter of investigation how the motion was signed: Union Home Minister Amit Shah… pic.twitter.com/ufYLEZREkf
— ANI (@ANI) August 7, 2023
ଆଜି ମଧ୍ୟାହ୍ନରେ ରାଜ୍ୟସଭାରେ ଆଗତ ହୋଇଥିଲା ଏହି ବହୁଚର୍ଚ୍ଚିତ ଦିଲ୍ଲୀ ଅଧ୍ୟାଦେଶ ବିଲ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ରାଜ୍ୟସଭାରେ ଏହାକୁ ଆଗତ କରିବା ପରେ ବିଲକୁ ନେଇ ଚର୍ଚ୍ଚା ହୋଇଥିଲା । ସରଗରମ ଚର୍ଚ୍ଚାରେ ବିରୋଧୀ ଏହାକୁ କଡା ସମାଲୋଚନା କରିଥିଲେ । ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢା ଚର୍ଚ୍ଚାରେ ଅଂଶଗ୍ରହଣ କରି ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଏହି ଆଇନକୁ ଅଗଣତାନ୍ତ୍ରିକ କହିବା ସହ ଏହାକୁ ଗୃହରେ ପାରିତ କରାଇନଦେବା ପାଇଁ ବିବେକ ଅନୁସାରେ ରାଜନୈତିକ ଦଳମାନେ ନିଷ୍ପତ୍ତି ଗ୍ରହଣ କରନ୍ତୁ ବୋଲି ସାଂସଦ ଚଢା କହିଥିଲେ । ଚର୍ଚ୍ଚାରେ ଅଂଶଗ୍ରହଣ କରି କଂଗ୍ରେସର ବରିଷ୍ଠ ନେତା ଅଭିଶେକ ମନୁ ସିଙ୍ଗଭି ମଧ୍ୟ ଏହି ବିଲ୍କୁ ବିରୋଧ କରିଛନ୍ତି । ଏହା ସଂଘୀୟ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଉଲଙ୍ଘନ । କେନ୍ଦ୍ର ସରକାର ଯେକୌଣସି ପ୍ରକାର ଦିଲ୍ଲୀକୁ ନିୟନ୍ତ୍ରଣକୁ ନେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ସିଙ୍ଗଭି ।
-
Rajya Sabha passes National Capital Territory of Delhi (Amendment) Bill, 2023 pic.twitter.com/SjKwLoVKVB
— ANI (@ANI) August 7, 2023 " class="align-text-top noRightClick twitterSection" data="
">Rajya Sabha passes National Capital Territory of Delhi (Amendment) Bill, 2023 pic.twitter.com/SjKwLoVKVB
— ANI (@ANI) August 7, 2023Rajya Sabha passes National Capital Territory of Delhi (Amendment) Bill, 2023 pic.twitter.com/SjKwLoVKVB
— ANI (@ANI) August 7, 2023
ଏହା ମଧ୍ୟ ପଢନ୍ତୁ:-Delhi services ordinance: ରାଜ୍ୟସଭାରେ ଆଗତ କଲେ ଶାହ, ଚର୍ଚ୍ଚା ଜାରି
-
Delhi Services Bill passed in Rajya Sabha with Ayes-131, Noes-102 https://t.co/lAXaL1hRnK
— ANI (@ANI) August 7, 2023 " class="align-text-top noRightClick twitterSection" data="
">Delhi Services Bill passed in Rajya Sabha with Ayes-131, Noes-102 https://t.co/lAXaL1hRnK
— ANI (@ANI) August 7, 2023Delhi Services Bill passed in Rajya Sabha with Ayes-131, Noes-102 https://t.co/lAXaL1hRnK
— ANI (@ANI) August 7, 2023
ଏହି ଦିଲ୍ଲୀ ସେବା ବିଲକୁ ନେଇ ଗୁରୁବାର ନିମ୍ନସଦନ ଲୋକସଭାରେ ବିତର୍କ ହୋଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ସରକାର ଏବଂ ବିରୋଧୀ ମିଳିତ ମେଣ୍ଟ ‘ଇଣ୍ଡିଆ’କୁ ଏହି ପ୍ରସଙ୍ଗରେ କଡ଼ା ସମାଲୋଚନା କରିଥିଲେ । ତେବେ ବିରୋଧୀଙ୍କ କକ୍ଷତ୍ୟାଗ ସତ୍ତ୍ବେ ବିଲ ଧ୍ବନି ମତରେ ଲୋକସଭାରେ ପାରିତ ହୋଇଥିଲା । ଲୋକସଭାରେ ବିତର୍କ ବେଳେ ବିଲକୁ ନେଇ ହଙ୍ଗାମା କରିଥିବା ଆମ ଆଦମୀ ପାର୍ଟିର ଏକମାତ୍ର ଲୋକସଭା ସାଂସଦ ସୁଶୀଲ କୁମାର ରିଙ୍କୁଙ୍କୁ ମୌସୁମୀ ଅଧିବେଶନରୁ ଅବଶିଷ୍ଟ ଦିବସରୁ ନିଲମ୍ବିତ କରାଯାଇଥିଲା । ଆଜି ଏହି ବିଲ୍କୁ ରାଜ୍ୟସଭାରେ ମଧ୍ୟ ପାରିତ କରିବାରେ ସଫଳ ହୋଇଛନ୍ତି କେନ୍ଦ୍ର ସରକାର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ