ନୂଆଦିଲ୍ଲୀ: ବର୍ତ୍ତମାନ ଚାଲିଥିବା 5 ଟି ରାଜ୍ୟ ବିଧାନସଭା ପରେ ପରେ ଚଳିତ ମାସ ଶେଷରେ ପୁଣି ହେବ ଦେଶରେ ରାଜ୍ୟସଭା ନିର୍ବାଚନ । ଏନେଇ ଆଜି ଭାରତୀୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି ।
ପ୍ରକାଶିତ ବିଜ୍ଞପ୍ତି ଅନୁସାରେ 6 ଟି ରାଜ୍ୟରୁ 13 ଟି ରାଜ୍ୟସଭା ଆସନ ପାଇଁ ଭୋଟ ହେବ । ଏଥିପାଇଁ ଆସନ୍ତା 14 ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲର ଶେଷ ତାରିଖ 21 ମାର୍ଚ୍ଚ ଥିବାବେଳେ, ନାମାଙ୍କନ ପତ୍ର ଯାଞ୍ଚ ହେବ 22 ତାରିଖରେ । ସେହି ଦିନ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । 24 ମାର୍ଚ୍ଚରେ ନାମାଙ୍କନ ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି । 31 ମାର୍ଚ୍ଚ ସକାଳ 9ଟା ରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଚାଲିବ । ସେହିଦିନ ଅପରାହ୍ନ 5 ଟା ରେ ଭୋଟ ଗଣତି ହେବ ।
ଖାଲି ହେଉଥିବା ଆସନ ଗୁଡିକ ହେଉଛି ଆସାମରୁ2 ଟି, ହିମାଚଳରୁ 4 ଟି, ନାଗାଲାଣ୍ଡରୁ ଗୋଟିଏ, ତ୍ରିପୁରାରୁ ଗୋଟିଏ, ପଞ୍ଜାବରୁ 5 ଟି ଆସନ । ଏହି ସମସ୍ତ ସାଂସଦଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ 2 ରେ ଶେଷ ହେଉଛି ।
ତେବେ ଦେଖିବାର କଥା ହେଲା ଏହି ଆସନରୁ କ୍ଷମତାସୀନ ବିଜେପି କେତେ ଆସନ ଦଖଲ କରିବାରେ ସଫଳ ହେଉଛି । ସଂଖ୍ୟା ଦୃଷ୍ଟିରୁ ସର୍ବାଧିକ ଆସନ ବିଜେପି ଖାତାକୁ ଯିବା ଏକ ପ୍ରକାର ନିଶ୍ଚିନ୍ତ ।
@ANI