ETV Bharat / bharat

Rajnath to Visit Vietnam: ବ୍ରହ୍ମୋସ ମିସାଇଲର ରପ୍ତାନୀକୁ ଗୁରୁତ୍ବ

author img

By

Published : Jun 5, 2022, 7:46 PM IST

ବୁଧବାର ଠାରୁ 3 ଦିନିଆ ଭିଏତନାମ୍ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବ୍ରହ୍ମୋସ କ୍ଷେପଣାସ୍ତ୍ର ପ୍ରଣାଳୀ ରପ୍ତାନୀ ଚୁକ୍ତିକୁ ମିଳିପାରେ ଗୁରୁତ୍ବ । ଅଧିକ ପଢନ୍ତୁ

Rajnath to visit Vietnam: ବ୍ରହ୍ମୋସ ମିସାଇଲର ରପ୍ତାନୀକୁ ଗୁରୁତ୍ବ

ନୂଆଦିଲ୍ଲୀ: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପ୍ରଣାଳୀ ବ୍ରହ୍ମୋସର ରପ୍ତାନୀ ଉପରେ ଗୁରୁତ୍ବ ଦେଉଛି ଭାରତ । ଚଳିତ ମାସ ଜାନୁଆରୀ ଶେଷ ସୁଦ୍ଧା ଫିଲିପାଇନ୍ସ ନୌସେନାକୁ ବ୍ରହ୍ମୋସ ଯୋଗାଇବା ନେଇ ଦୁଇ ଦେଶ ମଧ୍ୟରେ 2,770 କୋଟିର ଚୁକ୍ତିନାମା ସ୍ବାକ୍ଷିରତ ହୋଇଥିବାବେଳେ ଏବେ ଭିଏତନାମ ମଧ୍ୟ ଏହି ତାଲିକାରେ ସାମିଲ ହେବାକୁ ଯାଉଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭିଏତନାମ ଗସ୍ତ କରୁଥିବାବେଳେ ଏହି ଗସ୍ତରେ ଏହି ପ୍ରସଙ୍ଗ ସ୍ଥାନ ପାଇବା ନେଇ ସୂଚନା ରହିଛି ।

ବୁଧବାର ଠାରୁ 3 ଦିନିଆ ଭିଏତନାମ ଗସ୍ତରେ ଯାଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ଗସ୍ତ ସମୟରେ ସେ ବ୍ରହ୍ମୋସ ମିସାଇଲ ରପ୍ତାନୀ ଯୁକ୍ତି ନେଇ ଆଲୋଚନା କରିପାରନ୍ତି । ଫିଲିପାଇନ୍ସ ପରେ ଭିଏତନାମ ମଧ୍ୟ ବ୍ରହ୍ମୋସ କ୍ଷେପଣାସ୍ତ୍ର କ୍ରୟ ଉପରେ ଆଗ୍ରହ ଦେଖାଇଛି । କେବଳ ବ୍ରହ୍ମୋସ ନୁହେଁ ବରଂ DRDO ଦ୍ବାରା ପ୍ରସ୍ତୁତ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ଆକାଶ ମିସାଇଲର ମଧ୍ୟ ରପ୍ତାନୀ ନେଇ ଭାରତ ଭିଏତନାମ ନିକଟରେ ପ୍ରସ୍ତାବ ରଖିପାରେ ।

DRDO ଦ୍ବାରା ବିକଶିତ ବ୍ରହ୍ମୋସର କ୍ଷେପଣାସ୍ତ୍ର ପ୍ରଣାଳୀର ବିଭିନ୍ନ ପ୍ରକାର ରହିଛି । ଏହି ଏକାଧିକ ସଂସ୍କରଣ ସ୍ଥଳ, ସମୁଦ୍ର ଏବଂ ଆକାଶ ମାର୍ଗରୁ ଉତକ୍ଷେପଣ କରାଯାଇପାରିବ । କେବଳ ଯୁଦ୍ଧ ଜାହାଜରୁ ଉତକ୍ଷେପଣ କରାଯାଇପାରୁଥିବା ପ୍ରଣାଳୀକୁ ଭାରତ ରପ୍ତାନୀ କରିବାକୁ ଯୋଜନା ରଖିଛି । ପୂର୍ବରୁ ଫିଲିପାଇନ୍ସ ଭାରତ ମଧ୍ୟରେ ଏହାର ରପ୍ତାନୀ ନେଇ ଚୁକ୍ତି ହୋଇସାରିଥିବାବେଳେ ଭିଏତନାମ ଏବେ ତାଲିକାରେ ସାମିଲ ହୋଇପାରେ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.