ETV Bharat / bharat

International Day of Yoga: ଆଇଏନଏସ ବିକ୍ରାନ୍ତରେ ଯୋଗ ଦିବସ ପାଳିବେ ରାଜନାଥ

author img

By

Published : Jun 20, 2023, 8:17 PM IST

ଆଇଏନଏସ ବିକ୍ରାନ୍ତରେ ଯୋଗ ଦିବସ ପାଳିବେ ରାଜନାଥ । ସାମିଲ ହେବେ ନୌସେନା ମୁଖ୍ୟଙ୍କ ସହ ତମାମ ପ୍ରତିରକ୍ଷା ଓ ନୌସେନା ଅଧିକାରୀ । ଜାତିସଂଘ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

International Day of Yoga: ଆଇଏନଏସ ବିକ୍ରାନ୍ତରେ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ରାଜନାଥ

ନୂଆଦିଲ୍ଲୀ: ଆସନ୍ତାକାଲି (ଜୁନ 20 ତାରିଖ) ଅନ୍ତର୍ଜାତୀୟ ଯୋଗ ଦିବସ । ସମଗ୍ର ବିଶ୍ବରେ ଯୋଗ ଦିବସ ପାଳିତ ହେବ । ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଓ ସାଂସଦମାନେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଭାରତୀୟ ନୌସେନାର ସ୍ବଦେଶୀ ବିମାନବାହକ ଜାହାଜ ଆଇଏନଏସ ବିକ୍ରାନ୍ତରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗ ଦେବା ସହ ନୌସେନା ମୁଖ୍ୟ ଆଡମିରାଲ ହରି କୁମାର, ନାଭାଲ ଷ୍ଟାଫ ଓ୍ବେଲଫେୟାର ଆଣ୍ଡ ଓ୍ବେଲନେସ ଆସୋସିଏସନର ଅଧ୍ୟକ୍ଷ କାଲା ହରି କୁମାରଙ୍କ ସମେତ ନୌସେନା ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ତମାମ ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ପ୍ରଥମେ ଯୋଗ କାର୍ଯ୍ୟକ୍ରମ ଆୟୋଜନ ହେବ । ପରେ ପ୍ରତିରକ୍ଷା ମନ୍ତ୍ରୀ କାର୍ଯ୍ୟକ୍ରମକୁ ସମ୍ବୋଧିତ ମଧ୍ୟ କରିବେ । ଏହି କାର୍ଯ୍ୟକ୍ରମରେ ଅଗ୍ନିବୀରମାନେ ମଧ୍ୟ ଅଂଶଗ୍ରହଣ କରୁଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ନୌସେନା ପକ୍ଷରୁ ଏକ ଭିଡିଓ ମଧ୍ୟ ପ୍ରଦର୍ଶିତ ହେବ । ଭାରତୀୟ ଜଳସୀମାର ସୁରକ୍ଷା ଦିଗରେ ନୌସେନା ଗ୍ରହଣ କରିଥିବା ବିଭିନ୍ନ ମିଶନକୁ ଓ କାର୍ଯ୍ୟଶୈଳୀକୁ ଏହି ଭିଡିଓ ପ୍ରଦର୍ଶିତ ହେବ ।

ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ଜାତିସଂଘ ମୁଖ୍ୟ କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶ୍ବବ୍ୟାପୀ ପ୍ରାୟ 180 ରୁ ଅଧିକ ରାଷ୍ଟ୍ରର ନାଗରିକ ଯୋଗଦେବେ । ଏହା ପରେ ପ୍ରଧାନମନ୍ତ୍ରୀଙ୍କ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି । ପରେ ସେ ସଂଧ୍ୟାରେ ହ୍ବାଇଟ ହାଉସରେ ରାଷ୍ଟ୍ରପତି ବାଇଡେନଙ୍କ ଦ୍ବାରା ଆୟୋଜିତ ନୈଶ୍ୟଭୋଜିରେ ସାମିଲ ହେବେ । ସେହିପରି ଓଡିଶା ଗସ୍ତରେ ଥିବା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବାଲେଶ୍ବରରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହେବାକୁ ଯାଉଛନ୍ତି । ଭାରତୀୟ ପରମ୍ପରାର ଅବିଚ୍ଛେଦ୍ୟ ଅଙ୍ଗ ‘ଯୋଗ’ ଏବେ ସାରା ବିଶ୍ବ ଦ୍ବାରା ଗ୍ରହଣୀୟ ହୋଇଛି । ଆସନ୍ତାକାଲି ପ୍ରାୟ ସମସ୍ତ ଦେଶରେ ଯୋଗ ଦିବସ ପାଳନ ହେବ । ବିଭିନ୍ନ ରାଷ୍ଟ୍ରମୁଖ୍ୟମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.