ETV Bharat / bharat

ଆଜି ଆସାମରେ 3 ଜନସଭାକୁ ସମ୍ବୋଧିତ କରିବେ ପ୍ରତିରକ୍ଷା ମନ୍ତ୍ରୀ - ପ୍ରତିରକ୍ଷାମନ୍ତ୍ରୀ

ଆଜି ଆସାମର ବିଶ୍ବନାଥରେ ଏକ ରାଲିରେ ଯୋଗ ଦେବା ସହିତ ତିନୋଟି ଜନସମାବେଶକୁ ସମ୍ବୋଧିତ କରିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଅଧିକ ପଢନ୍ତୁ...

ଜନସଭାକୁ ସମ୍ଭୋଧିତ କରିବେ ପ୍ରତିରକ୍ଷାମନ୍ତ୍ରୀ

author img

By

Published : Mar 14, 2021, 9:27 AM IST

ନୂଆଦିଲ୍ଲୀ: ଆଜି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଆସାମରେ ତିନୋଟି ଜନସମାବେଶକୁ ସମ୍ବୋଧିତ କରିବେ । ଏହା ସହିତ ବିଶ୍ବନାଥରେ ଏକ ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ବିଶ୍ବନାଥରେ ସମୟ 12ଟା 25ରେ ଏକ ରାଲିରେ ଯୋଗ ଦେବା ସହିତ ସମୟ 1ଟା 40ରେ ଗୋପୁରରେ ଏକ ଜନସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହା ପରେ ଦେରାଗାଓଁରେ 3ଟା 5ରେ ଏକ ଜନସମ୍ମିଳନୀରେ ଯୋଗ ଦେବେ ।

ଆସାମରେ 126 ଆସନ ପାଇଁ ମାର୍ଚ୍ଚ 27, ଏପ୍ରଲି 1 ଓ ଏପ୍ରିଲ 6ରେ ବିଧାନସଭା ନିର୍ବାଚନକୁ ନେଇ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଜେପି ପ୍ରଥମ ପର୍ଯ୍ୟାୟ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ 71ଜଣ ପାର୍ଥୀଙ୍କ ନାମ ଘୋଷଣା କରିସାରିଛି । ଦଳ ତାର 11ଜଣ ନୂଆ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି ।

କଂଗ୍ରେସର 15 ବର୍ଷର ଶାସନକୁ ଭାଙ୍ଗି 2016ରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଠନ କରି ଇତିହାସ ସୃଷ୍ଟି କରିଥିଲା । 126 ଆସନରୁ ବିଜେପି, ଏଜିପି 14 ଓ ବିପିଏଫ 12 ଆସନ ପାଇଁ ନିର୍ବାଚନ ଲଢିବ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.