ETV Bharat / bharat

ରାଜ୍ୟସଭାରେ ରାଜନାଥଙ୍କ ବିବୃତ୍ତି; ଶୀଘ୍ର ହଟିବେ ସେନା

author img

By

Published : Feb 11, 2021, 9:56 PM IST

ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି, ପୋଙ୍ଗୟାଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳରେ ଉଭୟ ପକ୍ଷ ସୈନ୍ୟ ପ୍ରତ୍ୟାହାର କରିବେ । ଚୀନ ଉତ୍ତରକୂଳର ଫିଙ୍ଗର 8ରୁ ପୂର୍ବକୁ ଯିବା ବେଳେ ଭାରତୀୟ ଫିଙ୍ଗର 3 ପାଖରେ ଥିବା ମେଜର ଧ୍ୟାନସିଂହ ଥାପ୍ପା ପୋଷ୍ଟ ପାଖକୁ ଆସିବେ । ଅଧିକ ପଢନ୍ତୁ...

ରାଜ୍ୟସଭାରେ ରାଜନାଥଙ୍କ ବିବୃତ୍ତି, ଶିଘ୍ର ସୀମାରେ ହେବ ସୈନ୍ୟ ପ୍ରତ୍ୟାହାର

ନୂଆଦିଲ୍ଲୀ: ପୂର୍ବଲଦାଖର ବର୍ତ୍ତମାନ ସ୍ଥିତିକୁ ନେଇ ରାଜ୍ୟ ସଭାରେ ନିଜର ବିବୃତ୍ତି ରଖିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଭାରତ ଓ ଚୀନ ମଧ୍ୟରେ ସୈନ୍ୟ ପ୍ରତ୍ୟାହାର ନେଇ ସହମତି ପ୍ରକାଶ ପାଇଥିବା ସୂଚନା ଦେଇଛନ୍ତି ରାଜନାଥ । ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି, ପୋଙ୍ଗୟାଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳରେ ଉଭୟ ପକ୍ଷ ସୈନ୍ୟ ପ୍ରତ୍ୟାହାର କରିବେ । ଚୀନ ଉତ୍ତରକୂଳର ଫିଙ୍ଗର 8ରୁ ପୂର୍ବକୁ ଯିବା ବେଳେ ଭାରତୀୟ ଫିଙ୍ଗର 3 ପାଖରେ ଥିବା ମେଜର ଧ୍ୟାନସିଂହ ଥାପ୍ପା ପୋଷ୍ଟ ପାଖକୁ ଆସିବେ ।

ରାଜ୍ୟସଭାରେ ରାଜନାଥ ସୂଚନା ଦେଇଛନ୍ତି, ପୋଙ୍ଗୟାଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳରେ ସୈନ୍ୟ ପ୍ରତ୍ୟାହାର ନେଇ ଉଭୟ ପକ୍ଷ ରାଜି ହୋଇଛନ୍ତି । ଚୀନ ଏହି କଥାରେ ମଧ୍ୟ ସହମତ ହୋଇଛି ଯେ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାରର 48 ଘଣ୍ଟା ଭିତରେ ବରିଷ୍ଠ କମାଣ୍ଡର ସ୍ତରୀୟ ଆଲୋଚନା ହେବ ।

ସିଂହ କହିଛନ୍ତି, ପୋଙ୍ଗୟାଙ୍ଗ ହ୍ରଦକୁ ନେଇ ହୋଇଥିବା ଚୁକ୍ତି ଆଧାରରେ ଚୀନ ନିଜ ସେନାକୁ ଫିଙ୍ଗର 8ରୁ ପୂର୍ବ ଆଡକୁ ରଖିବ । ଏହିପରି ଭାରତ ମଧ୍ୟ ନିଜ ସେନାକୁ ଫିଙ୍ଗର 3 ପାଖରେ ସ୍ଥାୟୀ ବେସ୍‌ରେ ରଖିବ ।

ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି, ସାମାରିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ଅନେକ ଅଞ୍ଚଳକୁ ଚିହ୍ନଟ କରି ସେନା ସେଠାରେ ମୁତୟନ ହୋଇଛନ୍ତି । ସାମରିକ ଓ କୂଟନୈତିକ ସ୍ତରରେ ଆଲୋଚନା ଜାରି ରହିଛି । ଭାରତ 3ଟି ସିଦ୍ଧାନ୍ତ ଉପରେ ଜୋର ଦେଇଥିବା ସ୍ପଷ୍ଟ କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ । ତେବେ କୌଣସି ଶକ୍ତି ଦେଶର ଗୋଟିଏ ଇଞ୍ଚ ଦଖଲ କରିପାରିବ ନାହିଁ ବୋଲି କହିଛନ୍ତି ରାଜନାଥ ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଆମର ଲକ୍ଷ ଏଲଏସିରେ ସ୍ଥିତି ପୂର୍ବଭଳି ସାମାନ୍ୟ ହୋଇଯାଉ । ଚୀନର କିଛି ଭାରତୀୟ ଭୂଖଣ୍ଡ ଉପରେ ଅନଧିକୃତ ଦଖଲ କରିଛି। ସେ କହିଛନ୍ତି, ଭାରତ ସର୍ବଦା ଚୀନକୁ କହିଛି ଯେ ଉଭୟ ପକ୍ଷର ଚେଷ୍ଟା ପରେ ହିଁ ଦ୍ବିପାକ୍ଷିକ ସମ୍ପର୍କରେ ଅଗ୍ରଗତି ହୋଇପାରିବ । ସୀମା ବିବାଦ ମଧ୍ୟ ସମାନ ଭାବରେ ସମାଧାନ ହୋଇପାରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.