ନୂଆଦିିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ନେଇ ସମୟ ଯେତିକି ପାଖଉଛି, ଜାତୀୟ ସ୍ତରରେ ରାଜନୀତି ମଧ୍ୟ ସେତିକି ଜୋର ଧରିବାରେ ଲାଗିଛି । ଆଜି ମମତା ବାନାର୍ଜୀଙ୍କ ଆହ୍ବାନକ୍ରମେ 18 ବିରୋଧୀ ଦଳ ଦିଲ୍ଲୀରେ ଏକାଠି ହୋଇ ଆଲୋଚନା କରିଛନ୍ତି । ବୈଠକର କିଛି ସମୟ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ନେଇ ଏକାଧିକ ବିରୋଧୀଙ୍କ ସହ ଆଲୋଚନା କରିଛନ୍ତି ।
-
BJP leader Rajnath Singh has spoken to NDA ally JD(U) on Presidential candidate consensus. Singh has also spoken to Naveen Patnaik from BJD: Sources
— ANI (@ANI) June 15, 2022 " class="align-text-top noRightClick twitterSection" data="
">BJP leader Rajnath Singh has spoken to NDA ally JD(U) on Presidential candidate consensus. Singh has also spoken to Naveen Patnaik from BJD: Sources
— ANI (@ANI) June 15, 2022BJP leader Rajnath Singh has spoken to NDA ally JD(U) on Presidential candidate consensus. Singh has also spoken to Naveen Patnaik from BJD: Sources
— ANI (@ANI) June 15, 2022
ବିରୋଧୀ ମେଳିର ନେତୃତ୍ବ ନେଇଥିବା ମମତା ବାନାର୍ଜୀଙ୍କ ସମେତ, ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେ, ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ସହ କଥା ହୋଇଛନ୍ତି ରାଜନାଥ । ବିଜେପି ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ନେଇ ବିରୋଧୀ ସମେତ ଅନ୍ୟ ଦଳଙ୍କ ସହ କଥା ହେବାକୁ ଦଳ ମୁଖ୍ୟ ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଦାୟିତ୍ବ ଦିଆଯାଇଛି ।
ଆଜି ମମତାଙ୍କ ନେତୃତ୍ବରେ 18 ବିରୋଧୀ ଦଳଙ୍କ ମିଳିତ ବୈଠକ ହୋଇଥିଲେ ସୁଦ୍ଧା କୌଣସି ପ୍ରାର୍ଥୀତ୍ବ ନେଇ ସହମତି ପ୍ରକାଶ ପାଇପାରି ନାହିଁ । NDA ମଧ୍ୟ ଖୁବଶୀଘ୍ର ପ୍ରାର୍ଥୀ ନେଇ ବୈଠକ କରିବା ନେଇ ସୂଚନା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜର୍ମାନୀ ଗସ୍ତ ପୂର୍ବରୁ ବିଜେପି ପ୍ରାର୍ଥୀ ନେଇ ସ୍ପଷ୍ଟ କରିବ ବୋଲି ଆଶା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ