ETV Bharat / bharat

G20 logo controversy: ଜି 20 ଲୋଗୋ ବିବାଦ, ସଂସ୍କୃତିକୁ ଭୁଲିଯିବା ଉଚିତ କି ପ୍ରଶ୍ନ କଲେ ରାଜନାଥ - ଜି 20 ଲୋଗୋ ବିବାଦ

ଜି-20 ସମ୍ମିଳନୀ ଲୋଗୋରେ ପଦ୍ମ ଫୁଲ ସ୍ଥାନ ପାଇବା ବିବାଦକୁ ନେଇ ବର୍ଷିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (Rajnath Singh on controversy around G20 logo)। କହିଲେ ପଦ୍ମ ଦେଶର ଜାତୀୟ ଫୁଲ । ଦଳୀୟ ସଙ୍କେତ ବୋଲି କ’ଣ ସଂସ୍କୃତିକୁ ଭୁଲିଯିବା ଉଚିତ କି ବୋଲି କଲେ ପ୍ରଶ୍ନ । ଅଧିକ ପଢନ୍ତୁ

G20 logo controversy: ଜି-20 ଲୋଗୋରେ ପଦ୍ମ ବିବାଦ, ଆମ ସଂସ୍କୃତିକୁ ଭୁଲିଯି ବା ଉଚିତ କି ବୋଲି ପ୍ରଶ୍ନ କଲେ ରାଜନାଥ

author img

By

Published : Nov 13, 2022, 5:38 PM IST

ଚଣ୍ଡିଗଡ: ଆସନ୍ତାବର୍ଷ ଭାରତ ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଯାଉଥିବା ଜି-20 ସମ୍ମିଳନୀର ଲୋଗକୁ ନେଇ ବିବାଦ (G 20 logo controversy)ଓ ରାଜନୈତିକ ଆରୋପ ପ୍ରତ୍ୟାରୋପ ଲାଗିରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋଗକୁ ଉନ୍ମୋଚନ କରିଥିବା ବେଳେ ସେଥିରେ ଭାରତୀୟ ଜନତା ପାର୍ଟି (ବିଜେପି)ର ନିର୍ବାଚନୀ ସଙ୍କେତ ପଦ୍ମ ଫୁଲକୁ ସ୍ଥାନ ଦିଆଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି (ରବିବାର) କଡା ଟିପ୍ପଣୀ ରଖିଛନ୍ତି (Rajnath Singh on controversy around G20 logo) । ଦଳୀୟ ଚିହ୍ନ ପଦ୍ମ ହୋଇଥିବା କାରଣରୁ ଆମେ ଦେଶର ସଂସ୍କୃତିକୁ ଭୁଲିଯିବା ଉଚିତ କି ? ବୋଲି ରାଜନାଥ ପ୍ରଶ୍ନ କରିଛନ୍ତି ।

  • #WATCH | Defence Min says, "PM released logo for G20. Logo had a Lotus. People say it's BJP symbol. There's a limit! Lotus was declared national flower in 1950 as it's India's cultural symbol. In 1857 struggle, freedom fighters fought with roti in one hand & lotus in another..." pic.twitter.com/GmM6YMuFey

    — ANI (@ANI) November 13, 2022 " class="align-text-top noRightClick twitterSection" data=" ">

ହରିୟାଣାରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ରାଜନାଥ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଏହି ପ୍ରସଙ୍ଗରେ ମତ ରଖି କହିଛନ୍ତି ‘‘ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚିତ ହୋଇଥିବା ଜି-20 ସମ୍ମିଳନୀର ଲୋଗୋକୁ ବିରୋଧୀ ଆପତ୍ତି ଉଠାଉଛନ୍ତି । ସେଥିରେ ପଦ୍ମ ଫୁଲକୁ ସ୍ଥାନ ମିଳିଛି । ଏହା ବିଜେପିର ଚିହ୍ନ ବୋଲି ସେମାନେ କହୁଛନ୍ତି । କ’ଣ ଆମେ ଆମ ସଂସ୍କୃତିକୁ ଭୁଲିଯିବା ଉଚିତ କି ! । ପଦ୍ମ ଭାରତର ଜାତୀୟ ଫୁଲ । 1950 ମସିହାରେ ଦେଶର ଜାତୀୟ ଫୁଲ ଭାବେ ପଦ୍ମ ଘୋଷଣା ମଧ୍ୟ ହୋଇଛି । ଏହା ଆମ ଭାରତୀୟ ସଂସ୍କୃତିର ଏକ ଚିହ୍ନ ମଧ୍ୟ । 1857ରେ ବ୍ରିଟିଶ ସରକାରଙ୍କ ବିରୋଧରେ ଲଢିଥିବା ଭାରତୀୟ ସ୍ବାଧୀନତା ସଂଗ୍ରାମୀମାନେ ଗୋଟିଏ ହାତରେ ରୁଟି ଓ ଅନ୍ୟ ହାତରେ ପଦ୍ମ ଧରି ସ୍ବାଧୀନତା ପାଇଁ ଆନ୍ଦୋଳନ କରିଥିଲେ ।’’

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-20 ସମ୍ମିଳନୀର ଲୋଗୋ, ଥିମ ଓ ଓ୍ବେବସାଇଟ ଉନ୍ମୋଚନ କରିଥିଲେ । ଏଥିରେ ଭାରତୀୟ ଜାତୀୟ ପତାକାର ରଙ୍ଗ ଓ ଜାତୀୟ ଫୁଲକୁ ସ୍ଥାନ ମିଳିଥିବା ନେଇ ସରକାରୀ ଭାବେ ପ୍ରକାଶ କରାଯାଇଥିଲା । ପରେ ଏହାକୁ ନେଇ ବିରୋଧୀ ଆପତ୍ତି ଉଠାଇବା ଭାରତୀୟ ଜନତା ପାର୍ଟି ତାର ଦଳୀୟ ଚିହ୍ନ ପଦ୍ମକୁ ଲୋଗୋରେ ସ୍ଥାନ ଦେଇଥିବା ଅଭିଯୋଗ କରିଥିଲେ। ଏହି ପ୍ରସଙ୍ଗରେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ବିଜେପିକୁ କଟାକ୍ଷ କରିବା ସହ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦି ନିଜ ଦଳର ପ୍ରଚାର ପାଇଁ କୌଣସି ଅବସର ହାତଛଡା କରୁନାହାନ୍ତି ବୋଲି କହିଥିଲେ ।

70 ବର୍ଷ ପୂର୍ବେ ଜବାହାରଲାଲ ନେହେରୁ କଂଗ୍ରେସର ଦଳୀୟ ପତାକାକୁ ଜାତୀୟ ପତାକା ଘୋଷଣା କରିବା ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲେ । ହେଲେ ବର୍ତ୍ତମାନ କ୍ଷମତାସୀନ ଭାରତୀୟ ଜନତା ପାର୍ଟି ତାର ଦଳୀୟ ଚିହ୍ନକୁ ଜି-20 ପରି ଅନ୍ତର୍ଜାତୀୟ ସମ୍ମିଳନୀର ଲୋଗୋରେ ସ୍ଥାନ ଦେଇଥିବା କହି କଟାକ୍ଷ କରିଥିଲେ ଜୟରାମ ରମେଶ । ଏହି ଘଟଣାରେ ବିଜେପି ମଧ୍ୟ କଂଗ୍ରେସକୁ ପାଲଟା ଟାର୍ଗେଟ କରିବା ସହ କଂଗ୍ରେସ ଦେଶର ଜାତୀୟ ଫୁଲକୁ ଅସମ୍ମାନ କରୁଛି ବୋଲି କହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.