ETV Bharat / bharat

2+2 Ministerial Dialogue: ଆମେରିକାରେ ପହଞ୍ଚିଲେ ରାଜନାଥ, ଜୟଶଙ୍କର - ଆମେରିକାରେ ରାଜନାଥ ସିଂ

ଭାରତ- ଆମେରିକା ମନ୍ତ୍ରୀସ୍ତରୀୟ ଆଲୋଚନା ପାଇଁ ଆମେରିକାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ମନ୍ତ୍ରୀ ଜୟଶଙ୍କର । ଅଧିକ ପଢନ୍ତୁ

2+2 ministerial: ଆମେରିକାରେ ପହଞ୍ଚିଲେ ରାଜନାଥ, ଜୟଶଙ୍କର

author img

By

Published : Apr 10, 2022, 10:54 PM IST

ଓ୍ବାଶିଂଟନ: ଆଜି ଠରୁ ଆରମ୍ଭ ହେଉଛି ଭାରତ- ଆମେରିକା ମନ୍ତ୍ରୀସ୍ତରୀୟ ଆଲୋଚନା (2+2 ministerial dialogue) ଏହି ସମ୍ମିଳନୀରେ ଭାରତକୁ ପ୍ରତିନିଧିତ୍ବ କରୁଥିବା ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଆମେରିକାରେ ପହଞ୍ଚିଛନ୍ତି । ବାଇଡେନଙ୍କ କାର୍ଯ୍ୟକାଳରେ ଭାରତ ଓ ଆମେରିକା ମଧ୍ୟରେ ଏହା ପ୍ରଥମ ଥର ମନ୍ତ୍ରୀସ୍ତରୀୟ ଆଲୋଚନା ହେବାକୁ ଯାଉଛି ।

ଭାରତକୁ ପ୍ରତିନିଧିତ୍ବ କରୁଥିବା ଦୁଇ ମନ୍ତ୍ରୀ ରାଜନାଥ ସିଂ ଏବଂ ଜୟଶଙ୍କର ସେମାନଙ୍କ ଆମେରିକୀୟ ପ୍ରତିପକ୍ଷ ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ଏବଂ ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ସହ ଆଲୋଚନାରେ ଅଂଶଗ୍ରହଣ କରିବେ । ଉଭୟ ଦେଶ ମଧ୍ୟରେ ଜାରି ରହିଥିବା ଦ୍ବିପାକ୍ଷିକ ସମ୍ପର୍କ ଓ ସହଭାଗୀତାକୁ ବୃଦ୍ଧି କରିବା ଦିଗରେ ଆଲୋଚନ ଓ ମତ ବିନିମୟ ହେବ । ପରେ ସମସ୍ତ 4 ନେତା ହ୍ବାଇଟ ହାଉସରେ ପହଞ୍ଚିବା ସହ ମୋଦି-ବାଇଡେନ ଭର୍ଚ୍ଚୁଆଲ ମିଟିଂରେ ମଧ୍ୟ ସାମିଲ ହେବେ ।

ଦୁଇ ଦେଶ ମଧ୍ୟରେ ମନ୍ତ୍ରୀସ୍ତରୀୟ ଆଲୋଚନା ହେବାକୁ ଥିବା ବେଳେ ଦୁଇ ରାଷ୍ଟ୍ରର ମୁଖ୍ୟ ମଧ୍ୟ ଭର୍ଚ୍ଚୁଆଲି ଆଲୋଚନା କରିବାର କାର୍ଯ୍ୟସୂଚୀ ସ୍ଥିର କରାଯାଇଛି । ୟୁକ୍ରେନ ସଙ୍କଟ ସାରା ବିଶ୍ବର ଅନ୍ତର୍ଜାତୀୟ ସମ୍ପର୍କକୁ ପ୍ରଭାବିତ କରିଥିବା ବେଳେ ଆମେରିକା ଓ ଭାରତ ପରିି ଦୁଇ ଶକ୍ତିଶାଳୀ ଦେଶ ମଧ୍ୟରେ ଆଲୋଚନା ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.