ETV Bharat / bharat

2+2 dialogue: ଇଣ୍ଡୋ-ପ୍ୟାସିଫିକ ସ୍ବାଧୀନତା ପାଇଁ ଭାରତ ଓ ଆମେରିକା ପାର୍ଟନରସିପ ଜରୁରୀ

author img

By ETV Bharat Odisha Team

Published : Nov 10, 2023, 7:41 PM IST

ଭାରତ ଓ ଆମେରିକା ମଧ୍ୟରେ ବସିଲା ୨+୨ ମନ୍ତ୍ରୀସ୍ତରୀୟ ବୈଠକ । ଇଣ୍ଡୋ-ପ୍ୟାସିଫିକ ସ୍ବାଧୀନତା ଦିଗରେ ଉଭୟ ଦେଶ ମଧ୍ୟରେ ହେଲା ଆଲୋଚନା । ଅଧିକ ପଢନ୍ତୁ

2+2 dialogue
2+2 dialogue

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହୋଇଛି ୨+୨ ମନ୍ତ୍ରୀସ୍ତରୀୟ ବୈଠକ । ଏହି ବୈଠକରେ ଅନେକ ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ସ୍ବତନ୍ତ୍ର, ମୁକ୍ତ ଓ ନିୟମରେ ଆବଦ୍ଧ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଭାରତ ଓ ଆମେରିକା ମଧ୍ୟରେ ସୁସମ୍ପର୍କ ବଜାୟ ରହିବା ନିହାତି ଜରୁରୀ ।

ପ୍ରତି ବର୍ଷ ଭାରତ ଓ ଆମେରିକା ମଧ୍ୟରେ ୨+୨ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥାଏ । ଗତବର୍ଷ ଏହି ବୈଠକ ୱାଶିଂଟନରେ ଆୟୋଜିତ ହୋଇଥିବା ବେଳେ ଚଳିତ ବର୍ଷ ଏହା ନୂଆଦିଲ୍ଲୀରେ ଆୟୋଜିତ ହୋଇଛି । ଏଥିରେ ସାମିଲ ହେବା ଲାଗି ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଓ ରକ୍ଷା ମନ୍ତ୍ରୀ ଲଏଡ ଅଷ୍ଟିନ ଭାରତ ଗସ୍ତରେ ଅଛନ୍ତି । ଏହି ବୈଠକରେ ଭାରତ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତ ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ଥିବା ପାର୍ଟନରସିପ୍‌ ।

ଏହା ବି ପଢନ୍ତୁ- ଆଜି 2+2 ବୈଠକ, ଦିଲ୍ଲୀରେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍‌

ବୈଠକରେ ଯୋଗ ଦେଇ ଆମେରିକା ବୈଦେଶିକ ମନ୍ତ୍ରୀ କହିଛନ୍ତି, "ଏହା ଏକ ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗ, ଯାହା ଉପରେ ଆମେ ଆଗକୁ ବଢୁଛି । ଏହି ସାମୁଦ୍ରିକ କ୍ଷେତ୍ରରେ ବିଭିନ୍ନ ଦେଶର ବାଣିଜ୍ୟ କାରବାର ଉପରେ ଦୃଷ୍ଟି ଦିଆଯାଉଛି । ଏହାସହିତ ଅବୈଧ ଫିସିଂ, ଡକାୟତି ଓ ନିଶାଦ୍ରବ୍ୟର କାରବାରକୁ ହ୍ରାସ କରିବା ଦିଗରେ ମଧ୍ୟ ଦୃଷ୍ଟି ରଖାଯାଇଛି । ଆର୍ଥିକ କାରବାରକୁ ବିସ୍ତାର ଓ ସୁରକ୍ଷିତ କରିବା ଲାଗି ନୂତନ ବ୍ୟବସ୍ଥା ଗ୍ରହଣ କରାଯାଉଛି । "

ସେପଟେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, "ଭାରତ-ଆମେରିକା ଦ୍ବିପାକ୍ଷିକକ ସମ୍ପର୍କ ପରସ୍ପରର ହିତ ଦିଗରେ ଗୁରୁତ୍ବ ଦେଇଥାଏ । ସୁରକ୍ଷା ଦ୍ବିପାକ୍ଷିକ ସମ୍ପର୍କର ମହତ୍ତ୍ବପୂର୍ଣ୍ଣ ସ୍ତମ୍ଭ । ଏହି ବୈଠକରେ ସେତେବେଳେ ଅନୁଷ୍ଠିତ ହୋଇଛି ଯେତେବେଳେ ପୂର୍ବାପେକ୍ଷା ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ ହୋଇଛି । ଆମକୁ ମହତ୍ତ୍ବପୂର୍ଣ୍ଣ ଓ ଦୀର୍ଘକାଳୀନ ପ୍ରସଙ୍ଗ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଇଣ୍ଡୋ-ପ୍ୟାସିଫିକ ସ୍ବାଧୀନତା ପାଇଁ ଭାରତ ଓ ଆମେରିକା ପାର୍ଟନରସିପ ଜରୁରୀ ।"

ଅନ୍ୟପଟେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ‘ଆଜି ବୈଠକର ମୁଖ୍ୟ ମୁଦ୍ଦା ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ରହିଥିଲା । ଆମର ବାଣିଜ୍ୟ ଏବେ ୨୦୦ ଆରବ ଆମେରିକା ଡଲାରରେ ପହଞ୍ଚିଛି । ୨ ଲକ୍ଷ ୭୦ ହଜାର ଭାରତୀୟ ଛାତ୍ର ଏବେ ଆମେରିକାରେ ପାଠ ପଢୁଛନ୍ତି । ସେହିପରି ୪୪ ଲକ୍ଷ ପ୍ରବାସୀ ଭାରତୀୟ ଆମେରିକାରେ ରହୁଛନ୍ତି । ଯାହାକି ଉଭୟ ଦେଶର ସମ୍ପର୍କକୁ ପ୍ରକାଶ କରୁଛି । ଗତ ଜୁନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଯାତ୍ରା ଉଭୟ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କରେ ମୁଖ୍ୟ ଆକର୍ଷଣ ପାଲଟିଛି । ଯାହାକି ଉଭୟ ଦେଶର ସମ୍ପର୍କରେ ନୂଆ ଅଧ୍ୟାୟ ଯୋଡ଼ିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.