ETV Bharat / bharat

Rajkot Brave Girl: ଡ୍ରାଇଭିଂ ବେଳେ ଗାଡି ଚାଳକ ହୃଦଘାତର ଶିକାର, ଚତୁରତା ଦେଖାଇଲେ ଛାତ୍ରୀ

author img

By

Published : Feb 5, 2023, 4:06 PM IST

ସାହାସ ଦେଖାଇଲେ ଛାତ୍ରୀ । ଡ୍ରାଇଭିଂ ବେଳେ ଗାଡ଼ି ଚାଳକ ହୃଦଘାତର ଶିକାର ହେବା ପରେ ସେ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଏକ ବଡ଼ ଦୁର୍ଘଟଣାରୁ ସମସ୍ତଙ୍କୁ ରକ୍ଷା କରିଛନ୍ତି । ଗୁୁଜୁରାଟ ରାଜକୋଟରେ ଘଟିଛି ଏହି ଘଟଣା । ଅଧିକ ପଢନ୍ତୁ

Rajkot Brave Girl
Rajkot Brave Girl

ଗାନ୍ଧୀନଗର: ଗୁଜୁରାଟ ରାଜକୋଟରେ ଛାତ୍ରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା ଅନେକ ଜୀବନ । ଗାଡ଼ି ଚଳାଉଥିବା ସମୟରେ ହୃଦଘାତର ଶିକାର ହୋଇଥିଲେ ଡ୍ରାଇଭର । ଫଳରେ ସନ୍ତୁଳନ ହରାଇଥିଲେ ହୃଦଘାତରେ ପୀଡ଼ିତ ଡ୍ରାଇଭର । ଠିକ ଏହି ସମୟରେ ସେଥିରେ ଯାତ୍ରା କରୁଥିବା ଛାତ୍ର ଜଣକ ଷ୍ଟିଅରିଂ ସମ୍ଭାଳି ରାସ୍ତାରେ କଡ଼ରେ ଥିବା ଏକ ଖୁଣ୍ଟ ସହ ଧକ୍କା ଦେଇଥିଲେ । ଫଳରେ ଏକ ବଡ଼ ଦୁର୍ଘଟଣାରୁ ସେ ଓ ଅନ୍ୟ ସହପାଠୀ ବର୍ତ୍ତି ଯାଇଛନ୍ତି । ରାଜକୋଟ ଗୋଣ୍ଡଲ ରୋଡ ନିକଟରେ ଘଟିଛି ଏହି ଘଟଣା ।

ମିଳିଥିବା ସୂଚନା ଅନୁସାରେ ଏକ ସ୍କୁଲ ବସ ନେଇ ଯାଉଥିବା ବେଳେ ହଠାତ ଡ୍ରାଇଭର ଜଣକ ହୃଦଘାତର ଶିକାର ହୋଇଥିଲେ । ଏହି ସମୟରେ ବସରେ ଅନେକ ଛାତ୍ରଛାତ୍ରୀ ଯାତ୍ରା କରୁଥିଲେ । ଯେତେବେଳେ ହୃଦଘାତର ଶିକାର ହୋଇ ଷ୍ଟିଅରିଂରୁ ଡ୍ରାଇଭରଙ୍କ ହାତ ଖସିଥିଲା, ସଙ୍ଗେସଙ୍ଗେ ଜଣେ ଛାତ୍ରୀ ଆସି ଷ୍ଟିଅରିଂ ସମ୍ଭାଳିଥିଲେ । ସେହି ସମୟରେ ଟ୍ରକଟି ରାସ୍ତାର ଭୁଲ ଟ୍ରାକରେ ଯାଉଥିବା ମଧ୍ୟ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ବସ୍‌ଟି ଭୁଲ ଟ୍ରାକରେ ଯାଉଥିବାରୁ କିଛି ଗାଡ଼ି ସହ ଧକ୍କା ଖାଇଥିଲା । ଆଗକୁ ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ଛାତ୍ରୀ ଜଣକ ରାସ୍ତାକଡ଼ରେ ଥିବା ଏକ ଖୁଣ୍ଟକୁ ଧକ୍କା ଦେଇଥିଲା । ଫଳରେ ବଡ଼ ଦୁର୍ଘଟଣାରୁ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିଲେ ।

ଏହା ବି ପଢନ୍ତୁ- ବୋମା ତିଆରି ବେଳେ ବିସ୍ଫୋରଣ, ଜଣେ ମୃତ 2 ଆହତ

ଏହି ଛାତ୍ରୀଙ୍କ ନାମ ଭାର୍ଗବୀ ବ୍ୟାସ ହୋଇଥିବା ବେଳେ ଡ୍ରାଇଭରଙ୍କ ନାମ ହାରୁନଭାଇ । ଏହି ଡ୍ରାଇଭର ଜଣକ ଏବେ ରାଜକୋଟ ସିଭିଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଛାତ୍ରୀ ଜଣକ ଏନେଇ କହିଛନ୍ତି, "ମୁଁ ଏଷ୍ଟ୍ରୋନ ଛକଠାରୁ ବସରେ ବସିଥିଲି । ଡ୍ରାଇଭର ନିକଟରେ ଥିବା ଏକ ସିଟ୍‌ରେ ବସିଥିଲି । ଭକ୍ତି ନଗର ସର୍କଲ ନିକଟରେ ଅନ୍ୟ ଛାତ୍ରୀମାନେ ମଧ୍ୟ ବସ୍‌ରେ ଚଢିଥାନ୍ତେ । ଏ ସମ୍ପର୍କରେ ଡ୍ରାଇଭରଙ୍କ ସହିତ ମୋର କଥାବାର୍ତ୍ତା ହେଉଥିଲା । ମାତ୍ର ସତ୍ୟ ବିଜୟ ଆଇସକ୍ରିମ ଦୋକାନ ନିକଟରେ ଯେତେବେଳେ ଆମେ ପହଞ୍ଚିଥିଲୁ, ଠିକ ସେହି ସମୟରେ ଡ୍ରାଇଭରଙ୍କ ସ୍ବରରେ ପରିବର୍ତ୍ତନ ଆସିଥିଲା । ସେ ଖନେଇ ଖନେଇ କଥା ହେବା ସହ ତାଙ୍କ ମୁହଁ ବଙ୍କା ହେବାକୁ ଲାଗିଲା ।

ଏହି ସମୟରେ ମୁଁ ମୋ ସିଟରୁ ଉଠି ତାଙ୍କ ନିକଟକୁ ଯାଇଥିଲି । କାରଣ ମୁଁ ଜାଣିପାରିଥିଲି ଯେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗୁଡୁଛି । ଏହି ସମୟରେ ତାଙ୍କ ନାକରୁ ରକ୍ତ ବାହାରୁଥିଲା । ଯେମିତି ମୁଁ ତାଙ୍କ ହାତ ଧରିଥିଲି, ସେ ଗୋଟିଏ ପାର୍ଶ୍ବକୁ ଖସି ପଡିଥିଲେ । ଏହି ସମୟରେ ବସଟି ରାସ୍ତାରେ ପାର୍କିଂରେ ଥିବା ୨ଟି ସ୍କୁଟର ଓ କାରକୁ ଧକ୍କା ଦେଇଥିଲା । ଏହି ସମୟରେ ବସ୍‌ଟି ଭୁଲ ରାସ୍ତାରେ ଯାଉଥିବା ସମୟରେ ବିପରୀତ ଦିଗରୁ ଅନେକ ଯାନବାହନ ଆସୁଥିଲେ । ଏହା ନିଶ୍ଚିତ ଥିଲା ଯେ ଉକ୍ତ ଗାଡ଼ି ସହ ବସର ଧକ୍କା ହେବ । ଏହି ସମୟରେ ରାସ୍ତାକଡ଼ରେ ଥିବା କାନ୍ଥରେ ବସକୁ ଧକ୍କା ଦେବା ଲାଗି ମୁଁ ଚିନ୍ତା କରିଥିଲି ଏବଂ ଏକ ଖୁଣ୍ଟକୁ ଧକ୍କା ଦେଇଥିଲି ।"

ଏ ନେଇ ରାଜକୋଟ ସ୍ବ-ନିୟୋଜିତ ସ୍କୁଲ ବୋର୍ଡର ସଭାପତି ଡି.ଭି ମେହତା କହିଛନ୍ତି, "ଯେଉଁ ଡ୍ରାଇଭରକୁ ହୃଦଘାତ ଅଛି, ଉକ୍ତ ବ୍ୟକ୍ତିଙ୍କୁ ଲଗାତାର ଭାବେ ନିଜ ଶରୀରର ଯାଞ୍ଚ କରାଇବା ଆବଶ୍ୟକ । ଯଦି ସ୍ଥିତି ଗମ୍ଭୀର ଥାଏ, ତେବେ ଉକ୍ତ ବ୍ୟକ୍ତିକୁ ଡ୍ରାଇଭର ଡ୍ୟୁଟି ଦିଆଯିବା ଉଚିତ ନୁହେଁ । ସ୍କୁଲରେ ପ୍ରତି ୩ ମାସରେ ଡ୍ରାଇଭରଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯିବା ଉଚିତ । ଫଳରେ ଏଭଳି ଅଘଟଣରୁ ସମସ୍ତେ ରକ୍ଷା ପାଇପାରିବେ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.