ETV Bharat / bharat

ଦେଶର 25ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ବ ନେଲେ ରାଜୀବ କୁମାର

author img

By

Published : May 16, 2022, 7:35 AM IST

ଦେଶର 25 ତମ ନୂଆ ମୁଖ୍ୟ ନିର୍ବାଚନ କମିଶନର (Chief Election Commissioner) ଭାବେ ଦାୟିତ୍ବ ନେଇଛନ୍ତି ରାଜୀବ କୁମାର । ନୂଆଦିଲ୍ଲୀ ସ୍ଥିତ ନିର୍ବାଚନ କମିଶନ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ସେ ତାଙ୍କ ଦାୟିତ୍ବ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ

CEC ଭାବେ ଦାୟିତ୍ବ ନେଲେ ରାଜୀବ କୁମାର
CEC ଭାବେ ଦାୟିତ୍ବ ନେଲେ ରାଜୀବ କୁମାର

ନୂଆଦିଲ୍ଲୀ: ଦେଶର 25 ତମ ମୁଖ୍ୟ ନୁର୍ବାଚନ କମିଶନର (New Chief Election Commissioner) ଭାବେ ଦାୟିତ୍ବ ଗ୍ରହଣ କଲେ ରାଜୀବ କୁମାର । ନୂଆଦିଲ୍ଲୀ ସ୍ଥିତ ନିର୍ବାଚନ କମିଶନ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ସେ ଦାୟିତ୍ବ ଗ୍ରହଣ କରିଛନ୍ତି । ମଇ 14ରେ ସିଇସି ପଦରୁ ସୁଶୀଲ ଚନ୍ଦ୍ରା ଅବସର ନେବା ପରେ ତାଙ୍କୁ ସ୍ଥାନରେ ଏହି ନୂଆ ଦାୟିତ୍ବ ନେଇଛନ୍ତି ରାଜୀବ କୁମାର ।

ବରିଷ୍ଠ ନିର୍ବାଚନ କମିଶନର ଥିବା ରାଜୀବ କୁମାରଙ୍କୁ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ନୂଆ ନିଯୁକ୍ତି ପ୍ରଦାନ କରିଥିଲେ । ସମ୍ବିଧାନ ଧାରା 324ର ଖଣ୍ଡ (2) ଆଧାରରେ ରାଜୀବ କୁମାରଙ୍କୁ ରାଷ୍ଟ୍ରପତି ସିଇସି ଭାବେ ନିଯୁକ୍ତି କରିଛନ୍ତି । ବିହାର ଝାଡଖଣ୍ଡ କ୍ୟାଡର 1984 ବ୍ୟାଚ୍‌ ଆଇଏସ୍‌ ଅଧିକାରୀ ରାଜୀବ କୁମାର 2022 ମେ 15ରୁ 2025 ଫେବୃଆରୀ ଯାଏଁ ମୁଖ୍ୟ ନିର୍ବାଚନ କମିଶନର ପଦ ସମ୍ଭାଳିବେ । ସମ୍ବିଧାନ ଅନୁସାରେ କମିଶନରଙ୍କ କାର୍ଯ୍ୟକାଳ 6 ବର୍ଷ କିମ୍ବା 65 ବର୍ଷ ବୟସ ପର୍ଯ୍ୟନ୍ତ ପରିପାରିବେ । ପ୍ରକାଶ ଥାଉ କି, ଆଗାମୀ ଦିନରେ ଗୁଜୁରାଟ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନକୁ ରାଜୀବ କୁମାର ପରିଚାଳନା କରିବେ ।

ରାଜୀବ କୁମାର 37 ବର୍ଷରୁ ଅଧିକ ଦିନ ସେବା ଯୋଗାଇ ଆସୁଛନ୍ତି । ସେ କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରରେ କାର୍ଯ୍ୟ କରିଛନ୍ତି । ବି.ଏସସି, ଏଲଏଲବି, ପିଡିଡିଏମ ଓ ଏମଏ ପବ୍ଲିକ ପଲିସି ଭଳି ଡିଗ୍ରୀ ହାସଲ କରିଥିବା ରାଜୀବଙ୍କର ସାମାଜିକ କ୍ଷେତ୍ର, ମାନବ ସମ୍ବଳ, ଅର୍ଥ ଏବଂ ବ୍ୟାଙ୍କିଙ୍କ କ୍ଷେତ୍ରରେ ଅଭିଜ୍ଞତା ରହିଛି । ସେ 2020ରେ କେନ୍ଦ୍ର ଅର୍ଥ ସଚିବ ଭାବେ ଦାୟିତ୍ବ ତୁଲାଇଛନ୍ତି । 2020 ସେପ୍ଟେମ୍ବର 1ରେ ନିର୍ବାଚନ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.