ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ଏଜି ପେରିଭାଲାନକୁ ଆଉ ଦୁଇ ସପ୍ତାହ (14 ଦିନ) ପାରୋଲ୍(ଆନ୍ତରୀଣ ଜାମିନ୍) ହାଇକୋର୍ଟ ପ୍ରଦାନ କରିଛନ୍ତି। ପୁଜଲ ଜେଲରେ ବଢୁଥିବା କୋଭିଡ-19 ମାମଲାକୁ ଧ୍ୟାନରେ ରଖି ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ତାଙ୍କ ମା ଆବେଦନ କରିବା ପରେ ତାଙ୍କୁ 30 ଦିନ ପାରୋଲ୍ ପାଇଁ ଅନୁମତି ଦିଆଯାଇଛି।
ପେରିଭାଲାନ୍ ଅସୁସ୍ଥ ଅଛନ୍ତି । ପୁଜଲ୍ ଜେଲରେ ଥିବା ଅନ୍ତେବାସୀମାନେ କୋରୋନା ପରୀକ୍ଷା କରାଉଥିବା ବେଳେ ପେରିଭାଲାନଙ୍କ ମା 90 ଦିନର ପାରୋଲ୍ ମାଗିଥିଲେ । ବର୍ତ୍ତମାନ ପେରିଭାଲାନଙ୍କ ପାରୋଲ୍ ନଭେମ୍ବର 9 ରେ ସମାପ୍ତ ହୋଇଥାନ୍ତା କିନ୍ତୁ କିଡନୀ ସଂକ୍ରମଣ ସମେତ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ସମସ୍ୟା ହେତୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରହିବାକୁ ପଡିବ ।
ଶୁକ୍ରବାର ବିଚାରପତି ସୁନ୍ଦରେଶ ଏବଂ କୃଷ୍ଣକୁମାରଙ୍କ ଦ୍ବାରା ଏହି ମାମଲାର ଶୁଣାଣି ହୋଇଥିଲା । ପେରିଭାଲାନଙ୍କ ଓକିଲ ସାରଭାନ ମଧ୍ୟ ଏକ ଅନୁରୋଧ କରିଥିଲେ। ଏହାକୁ ଗ୍ରହଣ କରି ବିଚାରପତିମାନେ ପେରିଭାଲାନଙ୍କ ପାରୋଲକୁ ଆଉ 2 ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ