ETV Bharat / bharat

Rajinikanth Surprise visit: ବେଙ୍ଗାଲୁରୁ ବସ୍‌ ଡିପୋରେ ସୁପରଷ୍ଟାର ରଜନୀକାନ୍ତ, ଦିନେ ଏଇଠି ଥିଲେ କଣ୍ଡକ୍ଟର

author img

By ETV Bharat Odisha Team

Published : Aug 29, 2023, 10:33 PM IST

ପୁରୁଣା ସ୍ମୃତିକୁ ତାଜା କଲେ ସୁପରଷ୍ଟାର ରଜନୀକାନ୍ତ । ଯେଉଁଠି ଦିନେ କଣ୍ଡକ୍ଟର ଥିଲେ ସେଠାରେ ପହଞ୍ଚି ଫ୍ୟାନ୍ସଙ୍କୁ ଦେଲେ ସରପ୍ରାଇଜ । ଅଧିକ ପଢନ୍ତୁ

Etv Bharat
Etv Bharat

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁ ବସଷ୍ଟାଣ୍ଡରେ ଦକ୍ଷିଣ ସିନେ ଜଗତର ସୁପରଷ୍ଟାର ରଜନୀକାନ୍ତ । ଦିନେ ଏଇଠି କଣ୍ଡକ୍ଟର ଭାବେ କାମ କରୁଥିଲେ ରଜନୀକାନ୍ତ । ତେବେ ହଠାତ୍‌ BMTC ଡିପୋ ନଂ-୪ରେ ସୁପରଷ୍ଟାରଙ୍କୁ ଦେଖି ସମସ୍ତେ ନିଜ ଆଖିକୁ ବିଶ୍ବାସ କରିପାରିନଥିଲେ । ଏହାପରେ ଜମିଥିଲା ପ୍ରବଳ ଲୋକଙ୍କ ପ୍ରବଳ ଭିଡ଼ । ରଜନୀକାନ୍ତଙ୍କ ଟିକିଏ ଝଲକ ପାଇବା ଲାଗି ଲୋକେ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ପରିବର୍ତ୍ତେ ଅଭିନେତାଙ୍କ ଆଡ଼କୁ ଧାଇଁଥିବା ଦେଖିବାକୁ ମିଳିଥିଲା ।

ପୁରୁଣା ସ୍ମୃତିକୁ ତାଜା କଲେ ସୁପରଷ୍ଟାର ରଜନୀକାନ୍ତ

ରଜନୀକାନ୍ତ ଏବେ ନିଜ ଗସ୍ତକୁ ନେଇ ବେଶ ଚର୍ଚ୍ଚାରେ ରହୁଛନ୍ତି । ତେବେ ମଙ୍ଗଳବାର ବେଙ୍ଗାଲୁରୁ ମେଟ୍ରୋପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେସନ ଡିପୋ ନଂ-୪ରେ ପହଞ୍ଚିଥିଲେ । ଏକ ଧଳା ରଙ୍ଗର କୁର୍ତ୍ତା ସହିତ ଏହି ଡିପୋରେ ପହଞ୍ଚି ପୁରୁଣା ସ୍ମୃତିକୁ ତାଜା କରିଥିଲେ ସୁପରଷ୍ଟାର । କିଛି ସୁରକ୍ଷାକର୍ମୀଙ୍କ ସହିତ ବସ୍‌ ଡିପୋରେ ରଜନୀକାନ୍ତ ପହଞ୍ଚି ନିଜ ଫ୍ୟାନ୍ସଙ୍କ ଗହଣରେ ସମୟ ବିତାଇଥିଲେ । ଏହାସହିତ BMTC ଷ୍ଟାଫଙ୍କ ସହିତ ରଜନୀକାନ୍ତ ଫଟୋ ଉଠାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ- Yogi Rajnikant Controversy: ଭିଡିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କ ନାଁରେ ମାମଲା, ଯୋଗୀଙ୍କ ପାଦ ଛୁଇଁଥିଲେ ରଜନୀକାନ୍ତ

ବେଙ୍ଗାଲୁରୁ ବସ୍‌ ଡିପୋରେ ସୁପରଷ୍ଟାର ରଜନୀକାନ୍ତ

୧୯୭୫ ମସିହାରେ କେ ବାଲାଚନ୍ଦ୍ରରଙ୍କ ନିର୍ଦ୍ଦେଶିତ ଫିଲ୍ମ ଅପୂର୍ବ ରାଗଙ୍ଗଲରେ ଅଭିନୟ କରିବା ପୂର୍ବରୁ ଏହି ଡିପୋରେ ରଜନୀକାନ୍ତ ବସ୍‌ କଣ୍ଡକ୍ଟର ଭାବେ କାମ କରୁଥିଲେ । ଏହାସହିତ ସେ ଥିଏଟରରେ ମଧ୍ୟ ଅଭିନୟ କରୁଥିଲେ । ହେଲେ ତାଙ୍କ ବନ୍ଧୁ ରାଜ ବାହାଦୂରଙ୍କଠାରୁ ପ୍ରେରିତ ହୋଇ ଅଭିନୟ ଜଗତରେ ପାଦ ଥାପିଥିଲେ । ଏହାପରେ ସେ ଅପୂର୍ବ ରାଗଙ୍ଗଲରେ ଅଭିନେତା ଭାବେ ବର୍ଷିୟାନ ଅଭିନେତା କମଲ ହାସନଙ୍କ ସହିତ ସ୍କ୍ରିନ ସେୟାର କରିଥିଲେ ।

ସୂଚନା ଥାଉ କି ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରକୃତ ନାମ ହେଉଛି ଶିବାଜୀ ରାଓ ଗାଇକୱାଡ । ସେ ବେଙ୍ଗାଲୁରୁରେ ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ରଜନୀକାନ୍ତ ପ୍ରଥମେ ଜଣେ ଶ୍ରମିକ ଭାବେ କାର୍ଯ୍ୟ କରିଥିଲେ । ଏହାପରେ ସେ ବସ୍‌ କଣ୍ଡକ୍ଟର ଭାବେ ଏହି ଡିପୋରେ କାମ କୁରଥିଲେ । ଖାଲି ସମୟରେ ସେ ଥିଏଟରରେ ଅଭିନୟ କୁରଥିଲେ । ଅପୂର୍ବ ରାଗଙ୍ଗଲ ଫିଲ୍ମରେ ଅଭିନୟ କରିବା ପରେ ସେ ରାତାରାତି ସୁପରଷ୍ଟାର ପାଲଟିଥିଲେ । ତାଙ୍କ ଅଭିନୟ ଯାଦୁରେ ଦର୍ଶକ ମହଲରେ ଲୋକପ୍ରିୟତା ବଢିଥିଲା । ଏପରିକି ଅପୂର୍ବ ରାଗଙ୍ଗଲ ଫିଲ୍ମକୁ ଜାତୀୟ ପୁରସ୍କାର ମଧ୍ୟ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.