ଶିମଲା: ଭାରତୀୟ ଜନତା ପାର୍ଟି ନେତା ତଥା ପୂର୍ବତନ ବିଧାୟକ ଗୋଆ ସରକାର ମନ୍ତ୍ରୀ ରାଜେନ୍ଦ୍ର ଆରଲେକର ଆଜି ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି । ଏକ ସ୍ବତନ୍ତ୍ର ଉତ୍ସବରେ ହାଇକୋର୍ଟର ମୁଖ୍ୟ ବିଚାରପତି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ଗତ ଜୁଲାଇ 6 ତାରିଖରେ ରାଜେନ୍ଦ୍ରଙ୍କୁ ରାଜ୍ୟର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ ରାଷ୍ଟ୍ରପତି । ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ପରେ ରାଜେନ୍ଦ୍ର ଖୁସି ଅନୁଭବ କରିବା ସହ ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । କାରଣ ରାଜେନ୍ଦ୍ର ହେଉଛନ୍ତି ପ୍ରଥମ ଲୋକ ଯିଏ ଗୋଆରୁ ପ୍ରଥମ ଥର କୌଣସି ରାଜ୍ୟର ରାଜ୍ୟପାଳ ହୋଇଛନ୍ତି । ଏହା ପୂର୍ବରୁ କୌଣସି ଗୋଆ ନେତା କୌଣସି ରାଜ୍ୟର ରାଜ୍ୟପାଳ ହୋଇନଥିଲେ ।
ରାଜେନ୍ଦ୍ରଙ୍କ ରାଜନୈତିକ ଯାତ୍ରା...
ରାଜେନ୍ଦ୍ର ଆରଲେକର ଛାତ୍ର ରାଜନୀତିରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । ପରେ ବିଜେପିର ସକ୍ରିୟ ସଦସ୍ୟ ଭାବେ ବିଭିନ୍ନ ପଦ ପଦବୀରେ କାମ କରିଥିଲେ । ଏହାସହ 2 ଥର ବିଜେପି ଟିକେଟରୁ ବିଧାୟକ ହୋଇ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିଲେ । ଏହାବାଦ ସେ ଗୋଆ ବିଜେପି ମୁଖ୍ୟ ଭାବେ ମଧ୍ୟ କାମ କରିଛନ୍ତି ।
ଶପଥ ଗ୍ରହଣ ପରେ ଶୁଭେଚ୍ଛାର ସୁଅ...
ଆଜି ରାଜଭବନରେ ଏକ ସ୍ବତନ୍ତ୍ର ଉତ୍ସବରେ ହାଇକୋର୍ଟ ମୁଖ୍ୟ ବିଚାରପତି ରାଜେନ୍ଦ୍ର ଆରଲେକର ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଉତ୍ସବରେ ଅନ୍ୟ ବିଚାରପତି ଗଣ, ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟ, ବିଧାୟକ ଅଧିକାରୀ ଉପସ୍ଥିତ ଥିଲେ । ରାଜ୍ୟପାଳ ଭାବେ ଶପଥ ନେବାପରେ ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ହିମାଚଳ ମୁଖ୍ୟମନ୍ତ୍ରୀ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
@ANI