ETV Bharat / bharat

ସ୍ବାମୀକୁ ଛାଡି ଶ୍ବଶୁର ସହ ଫେରାର ହୋଇଗଲା ବୋହୂ, ଥାନାରେ ମାମଲା - 21 ବର୍ଷର ବୋହୂକୁ ଧରି 60 ବର୍ଷର ବୃଦ୍ଧ ଫେରାର

21 ବର୍ଷର ବୋହୂକୁ ଧରି 60 ବର୍ଷର ବୃଦ୍ଧ ଫେରାର । ଥାନାରେ ଅଭିଯୋଗ । ଅଧିକ ପଢନ୍ତୁ

father in law and daughter in law in love run away

author img

By

Published : Mar 6, 2023, 8:00 AM IST

ଜୟପୁର: ରାଜସ୍ଥାନରେ ଆଶ୍ଚର୍ଯ୍ୟଜନକ ଘଟଣା । ସ୍ବାମୀକୁ ଛାଡି ଶ୍ବଶୁର ସହ ଫେରାର ହୋଇଗଲା ବୋହୂ । ଶ୍ବଶୁରର ବୟସ 60 ବର୍ଷ ହୋଇଥିବା ବେଳେ ବୋହୂର ବୟସ 21 ବର୍ଷ । ଏନେଇ ଥାନାରେ ବାପା ବିରୋଧରେ ଅଭିଯୋଗ କଲା ପୁଅ । ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଭାଲେଣ୍ଟାଇନ ଡେରେ ଏପରି ଘଟଣା ଘଟିଥିବା କୁହାଯାଉଛି । ମହିଳାଙ୍କ ସ୍ବାମୀ ସେହିଦିନ ଜାଣିବାକୁ ପାଇଥିଲେ ଯେ, ତାଙ୍କ ସ୍ତ୍ରୀଙ୍କୁ ଧରି 60 ବର୍ଷୀୟ ବୃଦ୍ଧ ବାପା ଫେରାର ହୋଇଯାଇଛନ୍ତି । ଏହା ଜାଣିବା ପରେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ଥାନାରେ ଉଭୟଙ୍କ ବିରୋଧରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଉଭୟଙ୍କ କୌଣସି ପତ୍ତା ମିଳିପାରିନାହିଁ । ବାପା ମୋ ସ୍ତ୍ରୀକୁ ନେଇ ଫେରାର ହୋଇଯିବ ତାହା ମୁଁ ସ୍ବପ୍ନରେ କେବେ ସୁଦ୍ଧା ଭାବି ନଥିଲି ବୋଲି କହିଛନ୍ତି ମହିଳାଙ୍କ ସ୍ବାମୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ''ମୋ ସ୍ତ୍ରୀକୁ ମୁଁ ବହୁତ ଭଲ ପାଏ । କୌଣସି କ୍ଷେତ୍ରରେ ତାର କେବେବି କିଛି ଅସୁବିଧା ହେବାକୁ ଦେଇନି । ତାର ସମସ୍ତ ଇଚ୍ଛା ମୁଁ ପୂରଣ କରେ, ସେ ଯାହା କୁହେ ମୁଁ ତାହା କରେ । ସେ କିପରି ଖୁସିରେ ରହିବ ସେ ବିଷୟରେ ସବୁଦିନ ଚିନ୍ତା କରେ । କିନ୍ତୁ ମୋ ବାପା ପତ୍ନୀଙ୍କ ମଧ୍ୟରେ କଣ ଚାଲିଥିଲା ତାହା ମୋତେ ଜଣା ନାହିଁ । କିନ୍ତୁ ଗତ କିଛିଦିନ ହେଲା ମୋ ପତ୍ନୀର ବ୍ୟବହାରରେ ପରିବର୍ତ୍ତନ ଆସିଥିଲା । କିନ୍ତୁ ବୋହୂ ଓ ଶ୍ବଶୁର ଫେରାର ହୋଇଯିବେ ଏହା ମୁଁ କେବେ ବି ଭାବି ନଥିଲି । ମୋ ପୁଅ ମଧ୍ୟ ସେମାନଙ୍କ ପାଖରେ ଅଛି । ''

ତେବେ ଏତେ ସବୁ ପରେ ବି ଯଦି ପତ୍ନୀ ଫେରି ଆସନ୍ତି ତେବେ ତାଙ୍କୁ ଗ୍ରହଣ କରିବାକୁ ମଧ୍ୟ ତାଙ୍କ ସ୍ବାମୀ ରାଜି ଅଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ପୂର୍ବରୁ ପତ୍ନୀଙ୍କୁ ଯୁବକ ଜଣଙ୍କ କହିଥିଲେ ଯେ ମୋ ବାପାଙ୍କର ସ୍ବଭାବ ଭଲ ନୁହେଁ ତୁମେ ତାଙ୍କ ଠାରୁ ଦୂରେଇ ରହିବ । ବାପା ବହୁ ସମୟରେ ଗାଳି ଗୁଲଜ କରିବା ସହ ଧମକ ମଧ୍ୟ ଦେଉଥିବା ବ୍ୟକ୍ତି ଜଣଙ୍କ ଅଭିଯୋଗ କରିଛନ୍ତି ।

ଏନେଇ ଜଣେ ଥାନା ଅଧିକାରୀ ଅରବିନ୍ଦ ଭରଦ୍ବାଜ କହିଛନ୍ତି ଯେ, ଯୁବକ ଜଣଙ୍କ ତାଙ୍କ ପତ୍ନୀ ଓ ବାପା ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି । ଆମେ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଶ୍ବଶୁର ଓ ବୋହୂ ପଳାୟନ କରିଛନ୍ତି ନା କେଉଁ ସ୍ଥାନକୁ ବୁଲିବାକୁ ଯାଇଛନ୍ତି ସେନେଇ ଅନୁସନ୍ଧାନ କରାଯାଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.