ETV Bharat / bharat

ବଢିପାରେ ରବର୍ଟ ଭଦ୍ରାଙ୍କ ଅଡୁଆ, ସରକାରୀ ଜମି ଘୋଟଲାରେ ଆଜି ଆସିବ ଫଇସଲା

author img

By

Published : Dec 22, 2022, 12:45 PM IST

ସରକାରୀ ଜମି କିଣିବାର ଅର୍ଥ ହେରଫେର ମାମଲାରେ ଫସିଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ମାମଲାରେ ଶୁଣାଣି କରି ଆଜି ଫଇସଲା ଶୁଣାଣିବେ ରାଜସ୍ଥାନ ହାଇକୋର୍ଟ ( Robert Vadra in land scam case ) । ଅଧିକ ପଢନ୍ତୁ

Robert Vadra money laundering case
ବଢିବାରେ ରବର୍ଟ ଭଦ୍ରାଙ୍କ ଅଡୁଆ, ସରକାରୀ ଜମି ଘୋଟଲାରେ ଆଜି ଆସିବ ଫଇସଲା

ଜୟପୁର: ସରକାରୀ ଜମି କିଣିବାର ଅର୍ଥ ହେରଫେର ମାମଲାରେ ଫସିଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରା ଓ ତାଙ୍କ ମାଆ ମରିନ ଭଦ୍ରାଙ୍କ ମାମଲାର ଆଜି ଶୁଣାଣି ହେବ । ରାଜସ୍ଥାନ ହାଇକୋର୍ଟ ମାମଲାର ଫଇସଲା ଶୁଣାଇବେ । ଇଡି ସ୍କାଇଲାଇଟ ହସ୍ପିଟାଲିଟି ପ୍ରାଇଭେଟ ଲିମିଟେଡ ଏବଂ ମହେଶ ନଗରର 482 ଆବେଦନ ପତ୍ର ଜାରି କରିଥିଲା । ବୁଧବାର ମାମଲାର ଶୁଣାଣି କରି ହାଇକୋର୍ଟ ରାୟ ସଂରକ୍ଷିତ କରିଥିଲେ । ଆଜି ଏହି ମାମଲାର ଫଇସଲା ଶୁଣାଇବେ ହାଇକୋର୍ଟ ।

ରବର୍ଟ ଏବଂ ତାଙ୍କ ମାଆଙ୍କୁ ପଚରାଉଚରା...

ବିକାନୀର କୋଲାୟତରେ ଜମି କିଣାବିକାକୁ ନେଇ ରବର୍ଟ ଭଦ୍ରା ଓ ତାଙ୍କ ମାଆଙ୍କ ଉପରେ ଥିବା ମାମଲାରେ କୋର୍ଟ ବୁଧବାର ଶୁଣାଣି କରିଥିଲେ । ଉଭୟପକ୍ଷ ଶୁଣାଣି ପରେ କୋର୍ଟ ଆଜିକୁ ରାୟ ସଂରକ୍ଷିତ ରଖିଥିଲେ । ଶୁଣାଣି ପରେ ଭଦ୍ରାଙ୍କ ସାମ୍ନାରୁ ସମସ୍ତ ଅଭିଯୁକ୍ତଙ୍କ ଗିରଫଦାରୀ ଉପରେ କୋର୍ଟ ରୋକ ଲଗାଇଥିଲେ ।

କଣ ଥିଲା ପୂରା ଘଟଣା...

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିକାନେର ଜମି ଘୋଟାଲାରେ ପ୍ରବର୍ତ୍ତନ ମାମଲା ସୂଚନା ରିପୋର୍ଟ (ECIR) ଜାରି କରିଥିଲେ । ବିକାନେର ସମବର୍ତ୍ତୀ ଜିଲ୍ଲା କୋଲାୟତ କ୍ଷେତ୍ର କମ୍ପନୀ ଦ୍ବାରା 275 ଏକର ଜମି କିଣା ସହିତ ସମ୍ପୃକ୍ତି ଥିଲା । କେନ୍ଦ୍ରୀୟ ତଦନ୍ତ ଏଜେନ୍ସିଂ 2016ରେ ସ୍ଥାନୀୟ ତହସିଲଦାର ଦ୍ବାରା ଅଭିଯୋଗ ଦେବାପରେ ରାଜ୍ୟ ପୋଲିସ ଦ୍ବାରା ପ୍ରାଥମିକ ପର୍ଯ୍ୟାୟରେ ମନି ଲଣ୍ଡିଂ ମାମଲା ଦାୟର ହୋଇଥିଲା । 2019 ଜାନୁଆରୀ 21ରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜ୍ବାଇଁ ଏବଂ ତାଙ୍କ ମାଆ ମରିନ ଭଦ୍ରାଙ୍କ ପଚରାଉଚରା ପାଇଁ ଇଡିରେ ହାଜର ହେବାକୁ ନିର୍ଦ୍ଦେଶ ହୋଇଥିଲା । ଉଭୟଙ୍କ କୋର୍ଟରେ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ କୋର୍ଟ ।

ଏହା ବି ପଢନ୍ତୁ...National Mathematics Day: ବିଶିଷ୍ଟ ଗଣିତଜ୍ଞ ରାମାନୁଜନଙ୍କ ଉଦ୍ଦେଶ୍ୟରେ ପାଳନ ହୁଏ ଗଣିତ ଦିବସ

5 ବର୍ଷ ହେବ କୋର୍ଟରେ ମାମଲା ବିଚାରଧୀନ...

ଏହି ମାମଲାରେ ପାଖାପାଖି 5 ବର୍ଷ ହେବ କୋର୍ଟରେ ବିଚାରଧୀନ ରହିଛି । ମାମଲାରେ 80ରୁ ଅଧିକ ଥର ଶୁଣାଣି ହୋଇଛି । ରବର୍ଟ ଭଦ୍ରାଙ୍କ ପକ୍ଷରୁ ରାଜସ୍ଥାନ ହାଇକୋର୍ଟରେ 2018 ଡିସେମ୍ବର 19ରେ ଏକ ଯାଚିକା ଦାୟର ହୋଇଥିଲା । ଯେଉଁଥିରେ ତାଙ୍କ ଗିରଫଦାରୀ ଉପରେ ରୋକ ଲାଗିଥିଲା । 2019 ଜାନୁଆରୀ 21ରେ 12 ଫେବ୍ରୁଆରୀରେ ଇଡିରେ ହାଜର ହେବାକୁ କୋର୍ଟ ଆଦେଶ ଦେଇଥିଲେ । ଏହାପରେ ରବର୍ଟ ଏବଂ ତାଙ୍କ ମାଆ ଜୟପୁର ଇଡି କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.