ETV Bharat / bharat

ଟିକା ଅଭାବକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Jul 6, 2021, 4:53 PM IST

ଟିକା ଅଭାବକୁ ନେଇ ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଅଧିକ ପଢନ୍ତୁ...

ଟିକା ଅଭାବକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ
ଟିକା ଅଭାବକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଟିକା ଅଭାବକୁ ନେଇ କେନ୍ଦ୍ର ସରକାରଙ୍କୁ ଅନେକ ରାଜ୍ୟ ସରକାର ଘେରୁଥିବାବେଳେ ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ମଧ୍ୟ ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି । କେନ୍ଦ୍ର ସରକାର ଆବଶ୍ୟକ ମୁତାବକ ଟିକା ପଠାଇଲେ ରାଜ୍ୟ ଆସନ୍ତା 2 ମାସ ମଧ୍ୟରେ ସମ୍ପୂର୍ଣ୍ଣ ରାଜ୍ୟକୁ ଟିକା ଯୋଗାଇବ ବୋଲି ସେ କହିଛନ୍ତି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟିକାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାର 2 ଦିନ ପରେ ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇଛନ୍ତି । ମହାମାରୀର ତୃତୀୟ ଲହରକୁ ନେଇ କେନ୍ଦ୍ର ସରକାର କରୁଥିବା ଟୀକାକରଣ ମାତ୍ର 27 ପ୍ରତିଶତ ଶେଷ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ଟୀକାକରଣର ସତ୍ୟତାକୁ ରାହୁଲ ବାହାର କରିଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ରାଜସ୍ଥାନରେ ଆବଶ୍ୟକ ମୁତାବକ ଟିକା ନାହିଁ ବୋଲି ସେ କହିଛନ୍ତି ।

ଦୈନିକ ପ୍ରାୟ 15 ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ଟିକା ନଥିଲେ କିପରି ଟୀକାକରଣ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । କଂଗ୍ରେସ ନେତାଙ୍କ ଅଭିଯୋଗ ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଥିଲେ ଯେ ଜୁଲାଇ ମାସ ସୁଦ୍ଧା ଦେଶରେ 12 କୋଟି ଟିକା ଉପଲବ୍ଧ ହେବ । କିଛି ଟିକା ଘରୋଇ ହସ୍ପିଟାଲକୁ ଯୋଗାଇ ଦିଆଯିବ । ମାତ୍ର ରାଜସ୍ଥାନରେ ଜାନୁଆରୀ 16 ସୁଦ୍ଧା 2.5 କୋଟି ଟିକା ଦିଆଯାଇଛି ବୋଲି ଶର୍ମା କହିଛନ୍ତି ।

କେନ୍ଦ୍ର ସରକାର ଜୁଲାଇ ମାସ ସୁଦ୍ଧା 65 ଲକ୍ଷ ଟିକା ଯୋଗାଇ ଦେବା ପାଇଁ କହିଥିବା ବେଳେ ରାଜ୍ୟରେ 75 ଲକ୍ଷ ଲୋକ ଦ୍ବିତୀୟ ଡୋଜ ଟିକା ନେବା ପାଇଁ ଅପେକ୍ଷା କରିଛନ୍ତି । ଏହି ଲୋକମାନେ ଦ୍ବିତୀୟ ଡୋଜ ଟିକା ନ ନେଇପାରିଲେ ପ୍ରଥମ ଡୋଜ ଟିକା ଦେବାର ମୂଲ୍ୟ କ'ଣ ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ଟିକା ପାଇଁ ଅନୁରୋଧ କରିଛନ୍ତି । ସେପଟେ ରାଜସ୍ଥାନରେ ଟିକା ଦେବା ସମୟରେ ଟିକା ନଷ୍ଟ ହୋଇଛି ବୋଲି କେନ୍ଦ୍ର ସରକାର ମିଥ୍ୟା ଅଭିଯୋଗ ଆଣୁଛନ୍ତି ବୋଲି ଶର୍ମା କହିଛନ୍ତି । କିନ୍ତୁ ରାଜ୍ୟରେ ଟିକାକୁ ନଷ୍ଟ କରାଯାଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.