ETV Bharat / bharat

ରାଜସ୍ଥାନରେ ନାବାଳିକାକୁ ଦୁଷ୍କର୍ମ ! ଜେଜେ ବାପା ସମେତ ବନ୍ଧାହେଲେ 3 ଅଭିଯୁକ୍ତ

12 ବର୍ଷିୟ ନାବାଳିକାଙ୍କୁ ଦୁଷ୍କର୍ମ ! ଆଉ ଏବେ ୫ ମାସର ଗର୍ଭବତୀ ଅଛି ନାବାଳିକା । ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ବୁନ୍ଧିରେ । ଦୁଷ୍କର୍ମ ମାମଲାରେ ଜେଜେ ସହ ବନ୍ଧା ହେଲେ ଅନ୍ୟ ୨ ଅଭିଯୁକ୍ତ । ଅଧିକ ପଢନ୍ତୁ

12 ବର୍ଷିୟ ନାବାଳିକାଙ୍କୁ ଦୁଷ୍କର୍ମ : ଜେଜେ ବାପା ସହ ବନ୍ଧା ହେଲେ ଅନ୍ୟ ୨ ଅଭିଯୁକ୍ତ

author img

By

Published : May 13, 2022, 4:57 PM IST

ଜୟପୁର : ନିଶା ପାଇଁ ଯୌନ ରାକ୍ଷସଙ୍କ ହାତରେ ନାତୁଣୀକୁ ଟେକି ଦେଲା ଜେଜେ । 12 ବର୍ଷିୟ ନାବାଳିକାଙ୍କୁ ଦୁଷ୍କର୍ମ ! ଆଉ ଏବେ ୫ ମାସର ଗର୍ଭବତୀ ଅଛି ନାବାଳିକା । ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ବୁନ୍ଧିରେ । ଦୁଷ୍କର୍ମ ମାମଲାରେ ଜେଜେ ସହ ବନ୍ଧା ହେଲେ ଅନ୍ୟ ୨ ଅଭିଯୁକ୍ତ ।

ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ମେଡିକାଲକୁ ଡାକ୍ତରୀମାଇନା ପାଇଁ ପଠାଇଛି । ଏହାସହ ଅଧିକ ତଦନ୍ତ ଆରମ୍ଭ ହୋଇଛି । ସୂଚନା ଅନୁସାରେ, ରାଜସ୍ଥାନର ବୁନ୍ଧି ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକା ନିଜ ଜେଜେଙ୍କ ସହ ରୁହନ୍ତି । ନିଶାଶକ୍ତ ଜେଜେ ଟଙ୍କା ଲୋଭରେ ନିଜ ନାତୁଣୀକୁ ଯୌନ ପିପାଶୁଙ୍କ ହାତକୁ ଟେକି ଦେଇଥିଲା ।

ନିଶା ପାଇଁ ଟଙ୍କା ଦରକାର ଥିବାରୁ ଏଭଳି ହୀନ କାର୍ଯ୍ୟ କରୁଥିଲା ସମ୍ପର୍କୀୟ ଜେଜେ ବାପା । ରାମଲାଲ ବୀର(୫୦) ଯେକି ପୀଡିତାଙ୍କ ଜେଜେଙ୍କ ବନ୍ଧୁ । ଦୀର୍ଘ ଦିନ ଧରି ରାମଲାଲ ବୀର ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲା । ଏ ବାବଦରେ ପୀଡିତାଙ୍କ ଜେଜେଙ୍କୁ ରାମଲାଲ ପ୍ରତ୍ୟକ ଥର ୫ଶହ ଟଙ୍କା ମଧ୍ୟ ଦେଇ ଆସୁଥିଲା ।

କେବଳ ସେ ନୁହେଁ ଅଜୟ ବୁରୁଓ୍ବା (20) ନାମକ ଜଣେ ଯୁବକ ମଧ୍ୟ ନାବାଳିକାଙ୍କ ସହ ଦୀର୍ଘ ୬ ମାସ ଧରି ଦୁଷ୍କର୍ମ କରିଥିଲା । ଏ ବାବାଦରେ କାହାକୁ ଜଣାଇଲେ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ । ଏନେଇ ତାଲେରା ଥାନା(Talera police station )ରେ ଏକ ଅଭିଯୋଗ ହୋଇଛି ।

ନାବାଳିକା ଜେଜେବାପାଙ୍କ ସହ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଆଇପିସି ଏବଂ ପକ୍ସୋ ଆକ୍ଟ ଅଧିନରେ ଗଣ ଦୁଷ୍କର୍ମ ମାମଲା ରୁଜୁ କରିଛି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ କୋର୍ଟରେ ହାଜର କରାଯାଉଛି । ପରେ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ସେପଟେ ଉଦ୍ଧାର ହୋଇଥିବା ନାବାଳିକଙ୍କୁ ଡାକ୍ତରୀମାଇନା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ନାବାଳିକଙ୍କ ଗର୍ଭପାତ ପାଇଁ ଅନୁମତି ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.