ETV Bharat / bharat

Covid Positive: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ କୋରୋଜା ପଜିଟିଭ ଚିହ୍ନଟ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ କୋରୋନା । ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଦେଲେ ସୂଚନା । ଅଧିକ ପଢନ୍ତୁ

author img

By

Published : Apr 4, 2023, 5:49 PM IST

Covid Positive
Covid Positive

ଜୟପୁର: ଗତ କିଛି ଦିନ ଧରି ଦେଶରେ ଉପରମୁହାଁ ହୋଇଛି କୋରୋନା ସଂକ୍ରମଣ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଉଭୟ ଏ ନେଇ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ରାଜସ୍ଥାନରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ୧୮୯ରେ ପହଞ୍ଚିଥିବା ଜଣାପଡ଼ିଛି ।

  • पिछले कुछ दिनों में देशभर में कोविड के मामले बढ़े हैं। मैं स्वयं भी हल्के लक्षणों के साथ कोविड से संक्रमित हो गया हूं। डॉक्टरों की सलाह के अनुसार अगले कुछ दिन निवास से ही कार्य जारी रखूंगा। आप सब सावधानी बरतें एवं कोविड प्रोटोकॉल का पालन करें।

    — Ashok Gehlot (@ashokgehlot51) April 4, 2023 " class="align-text-top noRightClick twitterSection" data=" ">

ଏନେଇ ଗେହଲଟ ଟ୍ବିଟ କରି କହିଛନ୍ତି, "ଗତ କିଛି ଦିନ ଧରି ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ମୁଁ ମଧ୍ୟ କୋରୋନାରେ ସଂକ୍ରମିତ ହୋଇଛି । ମୋ ନିକଟରେ କିଛି ଲକ୍ଷଣ ଦେଖିବାକୁ ମିଳିଛି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ମୁଁ ନିଜ ବାସଭବନରେ ରହି କାର୍ଯ୍ୟ କରିବି । ଆପଣମାନେ କୋଭିଡ ପ୍ରୋଟୋକଲକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ ।" ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ଟ୍ବିଟ କରି କହିଛନ୍ତି, " ମୁଁ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଡାକ୍ତରଙ୍କ ପରାମର୍ଶ ଅନୁସାରେ କ୍ବାରେଣ୍ଟାଇନରେ ରହିଛି । ମୋ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ନିଜର ପରୀକ୍ଷା କରାଇନିଅନ୍ତୁ ।"

  • कोविड की जांच में मेरी रिपोर्ट पॉजिटिव आई है।
    चिकित्सकों की सलाह पर मैं पूर्ण रूप से आइसोलेशन में हूं। जो लोग मेरे संपर्क में रहे, वे अपनी जांच करवाएँ और सावधानी बरतें।

    — Vasundhara Raje (@VasundharaBJP) April 4, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ-ଏଣିକି ଟ୍ରୁଏନାଟ ପରୀକ୍ଷା କରିବ H3N2-H1N1, ଶୀଘ୍ର ଚିହ୍ନଟ ହେବ ଲକ୍ଷଣ

ସେପଟେ ବିଜେପି ସୂତ୍ରରୁ ସୂଚନା ମିଳିଛି ଯେ ବସୁନ୍ଧରା ଅସୁସ୍ଥ ରହିଥିବା ବେଳେ ଗତ ରବିବାର ବିଜେପିର ଏକ ବୈଠକରେ ସାମିଲ ହୋଇଥିଲେ । ବୈଠକ ମଝିରେ ସେ ଅଧିକ ଅସୁସ୍ଥତା ଅନୁଭବ କରିବା ପରେ ସେ ହସ୍ପିଟାଲ ଯାଇ କୋଭିଡ ପରୀକ୍ଷା କରିଥିଲେ । ସେପଟେ ରାଜସ୍ଥାନର ନବନିର୍ବାଚିତ ବିରୋଧୀ ଦଳ ନେତା ରାଜେନ୍ଦ୍ର ରାଠୋର ବସୁନ୍ଧରାଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ଏହାପରେ ସେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିଥିବା ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ ସଂକ୍ରମିତ ବସୁନ୍ଧରା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ମଧ୍ୟ ଭେଟିଥିଲେ ।

ସୂଚନା ଥାଉ କି ମଙ୍ଗଳବାର ଦେଶରେ ନୂଆ ୩୦୩୮ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ୧୭୯ରେ ପହଞ୍ଚିଛି । ଦେଶରେ ଏପ୍ରିଲ୧ରେ ୨୯୯୪, ଏପ୍ରିଲ ୨ ତାରିଖରେ ୩୮୨୪, ଏପ୍ରିଲ ୩ରେ ୩୬୪୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଗତ ୨୪ ଘଣ୍ଟାରେ ଦେଶରେ ୨୦୬୯ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ୧୮୯୪ ଡୋଜ ପଞ୍ଜିକୃତ ହୋଇଛି । କୋଭିଡ-୧୯ର ଏହି ନୂଆ ଭାରିଏଣ୍ଟ ଘାତକ ନୁହେଁ, ବରଂ ସଂକ୍ରମଣରୁ ରକ୍ଷା ପାଇବା ଲାଗି ସତର୍କ ଅବଲମ୍ବନ କରିବା ଆବଶ୍ୟକ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.