ETV Bharat / bharat

ଆଜି ରାଜସ୍ଥାନ କ୍ୟାବିନେଟ ସମ୍ପ୍ରସାରଣ - ରାଜସ୍ଥାନ ମନ୍ତ୍ରୀମଣ୍ଡଳ ଅଦଳବଦଳ

ରାଜସ୍ଥାନ କ୍ୟାବିନେଟରେ ଆଜି ହେବ ବଡ ପରିବର୍ତ୍ତନ । ମନ୍ତ୍ରୀମଣ୍ଡଳରେ ଶପଥ ନେବେ ନୂଆ ମନ୍ତ୍ରୀ । ଅଧିକ ପଢନ୍ତୁ

ଆଜି ରାଜସ୍ଥାନ କ୍ୟାବିନେଟ ସମ୍ପ୍ରସାରଣ
ଆଜି ରାଜସ୍ଥାନ କ୍ୟାବିନେଟ ସମ୍ପ୍ରସାରଣ
author img

By

Published : Nov 21, 2021, 8:16 AM IST

ଜୟପୁର: ରାଜସ୍ଥାନ କ୍ୟାବିନେଟରେ ଆଜି ହେବ ବଡ ପରିବର୍ତ୍ତନ । ରାଜ୍ୟରେ ନୂଆ ମନ୍ତ୍ରୀମଣ୍ଡଳ ଗଢିବେ ଗେହଲଟ ସରକାର । ଆଜି ମନ୍ତ୍ରୀମଣ୍ଡଳରେ ଶପଥ ନେବେ ନୂଆ ମନ୍ତ୍ରୀ । ଅପରାହ୍ନ ୪ଟା ସମୟରେ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯିବ । ଏଥିରେ ୧୫ ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ରାଜ୍ୟ କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ରାଜସ୍ଥାନ ସରକାରର ସମସ୍ତ ମନ୍ତ୍ରୀ ଶନିବାର ଇସ୍ତଫା ଦେଇଛନ୍ତି । ପୂର୍ବରୁ ରାଜ୍ୟ ଶିକ୍ଷାମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଏବଂ ରାଜସ୍ବ ମନ୍ତ୍ରୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଇସ୍ତଫା ଦେଇଥିବାବେଳେ ବାକି ଅନ୍ୟ ମନ୍ତ୍ରୀ ଶନିବାର ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ପୂର୍ବରୁ ପଦ ଛାଡିଥିବା ୩ ମନ୍ତ୍ରୀଙ୍କୁ ସାଙ୍ଗଠନିକ ଦାୟିତ୍ବ ଦିଆଯାଇଛି ।

ଆଜି ନୂତନ ମନ୍ତ୍ରୀମଣ୍ଡଳ ଗଠନ ହେବାକୁ ଥିବାବେଳେ ଗତକାଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କ୍ୟାବିନେଟ ବୈଠକ ଡାକିଥିଲେ । ବୈଠକ ପରେ ସବୁ ମନ୍ତ୍ରୀ ନିଜର ପଦ ଛାଡିଛନ୍ତି । କୁହାଯାଉଛି କି, ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ଏହି ସମ୍ପ୍ରସାରଣ କରାଯାଉଛି ।

ସେପଟେ ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ସଚିବ ପାଇଲଟଙ୍କ କିଛି ଖାସ୍ ବିଧାୟକଙ୍କୁ ସ୍ଥାନ ଦିଆଯିବାର ସମ୍ଭାବନା ରହିଛି ଏବଂ ପାଇଲଟଙ୍କୁ ମଧ୍ୟ କିଛି ଗୁରୁଦାୟିତ୍ବ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ବର୍ତ୍ତମାନ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୧ ମନ୍ତ୍ରୀ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.