ETV Bharat / bharat

ରାଜସ୍ଥାନରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ଭଜନଙ୍କ ଟିମରେ ୨୨ ମନ୍ତ୍ରୀ

author img

By ETV Bharat Odisha Team

Published : Dec 30, 2023, 6:38 PM IST

Rajasthan Cabinet expansion : ଆଜି ରାଜସ୍ଥାନ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇଥିବା ବେଳେ ୨୨ ଜଣ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ଅଧିକ ପଢନ୍ତୁ

Rajasthan Cabinet expansion
Rajasthan Cabinet expansion

ଜୟପୁର: ଛତିଶଗଡ଼ ଓ ମଧ୍ୟପ୍ରଦେଶ ପରେ ଶନିବାର ରାଜସ୍ଥାନରେ ଭଜନଲାଲ ସରକାରଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇଛି । ରାଜଭବନରେ ରାଜ୍ୟପାଳ କଲରାଜ ମିଶ୍ର ଭଜନଲାଲ ସରକାରଙ୍କ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି । ଭଜନଙ୍କ ଟିମରେ ସାମିଲ ହୋଇଛନ୍ତି ମୋଟ ୨୨ ଜଣ ମନ୍ତ୍ରୀ । ସେମାନଙ୍କ ମଧ୍ୟରୁ ୧୨ ଜଣ କ୍ୟାବିନେଟ ପାହ୍ୟା ମନ୍ତ୍ରୀ, ୫ ଜଣ ମନ୍ତ୍ରୀ ସ୍ବାଧୀନ ଦାୟିତ୍ବରେ ରାଷ୍ଟ୍ର ମନ୍ତ୍ରୀ ଭାବେ ଏବଂ ୫ ଜଣ ରାଜ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।

ନିକଟରେ ଝୋଟୱାରା ବିଧାନସଭା ଆସନରୁ ନିର୍ବାଚନ ଜିତିଥିବା ରାଜ୍ୟବର୍ଦ୍ଧନ ରାଠୋରଙ୍କୁ ଭଜନଲାଲଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ପାହ୍ୟା ମିଳିଛି । ସେହିପରି କିରୋଦି ଲାଲ ମିଣା, ମଦନ ଦିଲାୱର, ଗଜେନ୍ଦ୍ର ସିଂ ଖିନବାସର, ବବୁଲାଲ ଖରଦି, ଜୋଗରାମ ପଟେଲ, ସୁରେଶ ରାୱତ, ଅବିନାଶ ଗେହଲଟ, ଜୋରାରାମ କୁମାୱତ, ହେମନ୍ତ ମିଣା, କହ୍ନୈୟା ଲାଲ ଚୌଧୁରୀ, ସୁମିତ ଗୋଦାରା କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଅନ୍ୟପଟେ ସଞ୍ଜୟ ଶର୍ମା, ସୁରେନ୍ଦ୍ର ପାଲ ସିଂ ଟିଟି, ଝାବର ସିଂ ଖାରା, ଗୌତମ କୁମାର, ହିରାଲାଲ ନଗର ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଭାବେ ଶପଥ ନେଇଛନ୍ତି ।

ଏହା ବି ପଢନ୍ତୁ- ରାଜସ୍ଥାନରେ ‘ଭଜନ’ ଯୁଗ ଆରମ୍ଭ: ଜନ୍ମଦିନରେ ନେଲେ ଶପଥ, ସମାରୋହରେ ପ୍ରଧାନମନ୍ତ୍ରୀ ସାମିଲ

ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବେ ଓତାରାମ ଦିୱାସି, ମଞ୍ଜୁ ବାଘମର, ବିଜୟ ସିଂ ଚୌଧୁରୀ, କେକେ ବିଷ୍ଣୋଇ, ଜୱାହର ସିଂ ବେଦାମ ଶପଥପାଠ କରିଛନ୍ତି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ରାଜସ୍ଥାନ ବିଜେପି ନେତା ରାଜେନ୍ଦ୍ର ରାଠୋର କହିଛନ୍ତି, " କ୍ୟାବିନେଟ ସମସ୍ତ ବର୍ଗଙ୍କ ପାଇଁ କାର୍ଯ୍ୟ କରିବ । ଏହାସହିତ ରାଜସ୍ଥାନବାସୀଙ୍କ ଆବଶ୍ୟକତାକୁ ପୂରଣ କରାଯିବ ।" ମନ୍ତ୍ରିମଣ୍ଡଳରେ ଉଭୟ ଅଭିଜ୍ଞ ଓ ଯୁବ ଚେହେରାଙ୍କୁ ସାମିଲ କରାଯାଇଛି । ଏହାସହିତ ଜାତିଗତ ଓ ଆଞ୍ଚଳିକ ସନ୍ତୁଳନ ମଧ୍ୟ ବଜାୟ ରହିଛି ।

ଏହା ବି ପଢନ୍ତୁ- ପଞ୍ଚାୟତ ମେମ୍ବରରୁ ମନ୍ତ୍ରୀ: ଛତିଶଗଡ଼ ସରକାରର ସର୍ବ କନିଷ୍ଠ ମନ୍ତ୍ରୀ 'ଲକ୍ଷ୍ମୀ'

ସୂଚନା ଥାଉ କି, ରାଜସ୍ଥାନରେ ବିଜେପିର ବିଶାଳ ବିଜୟ ପରେ ଭଜନଲାଲ ଶର୍ମା ଗତ ୧୫ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ଏଥିସହ ଦିୟା କୁମାରୀ ଏବଂ ପ୍ରେମଚାନ୍ଦ ବୈରୱା ଉଭୟ ଉପ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ସେବେଠାରୁ ଭଜନଲାଲ ଶର୍ମାଙ୍କ କ୍ୟାବିନେଟ ଗଠନକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବାର ୧୪ ଦିନ ପରେ ରାଜସ୍ଥାନରେ ଭଜନଲାଲ ସରକାରଙ୍କ କ୍ୟାବିନେଟ ଗଠନ ହୋଇଛି । ରାଜ୍ୟପାଳ କଲରାଜ ମିଶ୍ର ସମସ୍ତ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.