ଜୟପୁର: ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।
ସୂଚନା ଅନୁସାରେ,ରାଜସ୍ଥାନ ଶିଖର ଜିଲ୍ଲାରେ ଏକ କାରରେ ୬ ଜଣ ଶିଖରରୁ ଜୟପୁର ଅଭିମୁଖେ କୈଣସି ଏକ କାମରେ ଯାତ୍ରା କରୁଥିଲେ । ହେଲେ ଏହି ସମୟରେ ତିକାରିୟା ଗାଁ ନିକଟରେ ଦୃତ ଗତିରେ ଆସୁଥିବା ଗାଡିଟି ଫ୍ଲାଏ ଓଭରର ଡିଭାଇଡରେ ପିଟି ହୋଇଥିଲା । ପରେ ଫ୍ଲାଏଓଭରରୁ ୧୫ ଫୁଟ ତଳକୁ ଖସି ପଡିଥିଲା କାର । ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ୨ ଜଣଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଛି ।
ସେପଟେ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଟୁଇଟ ମାଧ୍ୟମରେ ଶୋକବ୍ୟକ୍ତ କରିଛନ୍ତି ସିଏମ । ମୃତକଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ଶୋକସନ୍ତପ୍ତ ପରିବାରକୁ ଭଗବାନ ଏହି କଠିନ ସମୟରେ ଶକ୍ତି ଦିଅନ୍ତୁ । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
-
सीकर के रींगस क्षेत्र में एनएच 52 पर ठिकरिया के पास हुए सड़क हादसे में 5 लोगों की मृत्यु अत्यंत दुखद है। मेरी संवेदनाएं शोकाकुल परिजनों के साथ हैं,ईश्वर उन्हें इस बेहद कठिन समय में सम्बल दें व दिवंगतों की आत्मा को शांति प्रदान करें।घायल व्यक्ति के शीघ्र स्वास्थ्य लाभ की कामना है।
— Ashok Gehlot (@ashokgehlot51) September 18, 2021 " class="align-text-top noRightClick twitterSection" data="
">सीकर के रींगस क्षेत्र में एनएच 52 पर ठिकरिया के पास हुए सड़क हादसे में 5 लोगों की मृत्यु अत्यंत दुखद है। मेरी संवेदनाएं शोकाकुल परिजनों के साथ हैं,ईश्वर उन्हें इस बेहद कठिन समय में सम्बल दें व दिवंगतों की आत्मा को शांति प्रदान करें।घायल व्यक्ति के शीघ्र स्वास्थ्य लाभ की कामना है।
— Ashok Gehlot (@ashokgehlot51) September 18, 2021सीकर के रींगस क्षेत्र में एनएच 52 पर ठिकरिया के पास हुए सड़क हादसे में 5 लोगों की मृत्यु अत्यंत दुखद है। मेरी संवेदनाएं शोकाकुल परिजनों के साथ हैं,ईश्वर उन्हें इस बेहद कठिन समय में सम्बल दें व दिवंगतों की आत्मा को शांति प्रदान करें।घायल व्यक्ति के शीघ्र स्वास्थ्य लाभ की कामना है।
— Ashok Gehlot (@ashokgehlot51) September 18, 2021