ETV Bharat / bharat

Raj Thackeray Rally: ଠାକରେଙ୍କ ଚେତାବନୀ, ମେ’ 3 ସୁଦ୍ଧା ଲାଉଡସ୍ପିକର ହଟାଓ, ନଚେତ୍‌...

author img

By

Published : May 2, 2022, 10:12 AM IST

ପୁଣି ତେଜିଲା ଲାଉଡ ସ୍ପିକର ବିବାଦ । ମହାରାଷ୍ଟ୍ର ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ MNS ମୁଖ୍ୟ ରାଜ ଠାକରେ । ଅଧିକ ପଢ଼ନ୍ତୁ

raj thackeray target to maharashtra cm and pawar on aurangabad rally
raj thackeray aurangabad rally: ପୁଣି ତେଜିଲା ଲାଉଡ ସ୍ପିକର ବିବାଦ, ମେ 4କୁ ଅପେକ୍ଷା କହିଲେ ରାଜ ଠାକରେ

ମୁମ୍ବାଇ: ଗତକାଲି (ରବିବାର) ଔରଙ୍ଗାବାଦରେ MNS ମୁଖ୍ୟ ରାଜ ଠାକରେଙ୍କ ବିଶାଳ ରାଲି ଅନୁଷ୍ଠିତ ହୋଇଥିଲା । ମହାରାଷ୍ଟ୍ରରେ ଜାରି ରହିଥିବା ଲାଉଡ ସ୍ପିକର ଏବଂ ହନୁମାନ ଚାଳିସା ବିବାଦ ପ୍ରସଙ୍ଗକୁ ପୁଣି ଉଠାଇଥିଲେ । ରାଜ ଠାକରେ ରାଲିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି । ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ମସଜିଦରେ ଲାଉଡ ସ୍ପିକର ବିବାଦକୁ ଟାର୍ଗେଟ କରି କହିଛନ୍ତି, ‘3 ତାରିଖରେ ଇଦ୍ ପାଳନ କରାଯିବ । ଏହାପରେ 4 ତାରିଖରୁ ଆଉ ଶୁଣାଯିବ ନାହିଁ । ଯେଉଁ ମସଜିଦରେ ଲାଉଡ ସ୍ପିକର ଲଗାଯାଇଥିବ ସେଠାରେ ହନୁମାନ ଚାଳିଶା ପାଠ ହେବ ।’

ସେ ଆହୁରି ମଧ୍ୟ କହିଛନ୍ତି, ‘ଔରଙ୍ଗାବାଦର ରାଲି ଆରମ୍ଭ ମାତ୍ର । ଆଗକୁ ମହାରାଷ୍ଟ୍ରର ପ୍ରତ୍ୟେକ ଜିଲ୍ଲାରେ ବିବାଦ ତ୍ରୀବ ରୂପ ନେବ । ମୁଖ୍ୟମନ୍ତ୍ରୀ ମହାରାଷ୍ଟ୍ରର ଶକ୍ତି କଣ ତାହା ବୁଝିପାରୁ ନାହାନ୍ତି । ବର୍ତ୍ତମାନ ସ୍ଥିତି ଯେଭଳି ଅଛି, ଏବେ ନୁହେଁ ତ କେବେ ନୁହେଁ । ତେଣୁ ସମସ୍ତ ହିନ୍ଦୁଙ୍କୁ ଏକଜୁଟ ହେବାପାଇଁ ସେ ଆହ୍ବାନ ଦେଇଛନ୍ତି । ମହାରାଷ୍ଟ୍ରରେ କୌଣସି ପ୍ରକାର ଦଙ୍ଗା କରିବାକୁ ଚାହୁଁ ନଥିବା ରାଜ ଠାକରେ କହିଛନ୍ତି । ଲାଉଡ ସ୍ପିକର ପ୍ରସଙ୍ଗ ଏକ ସାମାଜିକ ପ୍ରସଙ୍ଗ । ଏହା ଧାର୍ମିକ ପ୍ରସଙ୍ଗ ନୁହେଁ । ସେମାନଙ୍କୁ ବିକଳ୍ପ ଦିଆଯାଇଛି ଯଦି ଲାଉଡ ସ୍ପିକରରେ ଅଜାନ ପଢ଼ାଯିବ ତେବେ ତାଙ୍କ ସମ୍ମୁଖରେ ହନୁମାନ ଚାଳିଶ ମଧ୍ୟ ବାଜିବ ବୋଲି ସେ କହିଛନ୍ତି ।’

ଅନ୍ୟପଟେ ଶରଦ ପାୱାରଙ୍କ ବିରୁଦ୍ଧରେ ଅଭିଯୋଗ କରି ରାଜ ଠାକରେ କହିଛନ୍ତି ,'ଶରଦ ପାୱାରର ଆଜି ଯାଏ କୌଣସି ସଭାରେ ଛତ୍ରପତି ଶିବାଜୀ ମହାରାଜଙ୍କ ବିଷୟରେ କହିନାହାଁନ୍ତି । ସେ ରାଜନୀତିରେ ପ୍ରବେଶ କରିବା ଦିନଠାରୁ ଜାତି ଆଧାରରେ ମହାରାଷ୍ଟ୍ରକୁ ବିଭକ୍ତ କରିଛନ୍ତି । ଶରଦ ପାୱାର ହିନ୍ଦୁ ଶବ୍ଦ ପାଇଁ ଆଲର୍ଜି ଅଟନ୍ତି '। ମହାରାଷ୍ଟ୍ରକୁ ବୁଝିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି ।

‘ଯେଉଁ ସମାଜ ଇତିହାସକୁ ଭୁଲିଯାଇଛି ତା'ର ପାଦ ତଳୁ ମାଟି ଖସି ଯାଇଛି । ଇତିହାସକୁ ବୁଝିବାକୁ ପଡ଼ିବ ଆମେ କିଏ । ଏହି ପରିପ୍ରେକ୍ଷୀରେ ସେ ଆଲ୍ଲାଉଦ୍ଦିନ ଖିଲଜୀ, ଔରଙ୍ଗଜେବ ପରି ଶାସକଙ୍କ ବିଷୟରେ ଉଲ୍ଲେଖ କରି ମହାରାଷ୍ଟ୍ରର ଇତିହାସ କରଥିଲେ । ଔରଙ୍ଗାବାଦ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆୟୋଜିତ ରାଲିରେ ରାଜ ଠାକରେଙ୍କ ଭାଷଣର ରେକର୍ଡିଂ ଶୁଣାଯିବ । ରାଲି ପୂର୍ବରୁ ପୋଲିସ ପକ୍ଷରୁ 16ଟି ସର୍ତ୍ତମୂଳକ ଚେତବନୀ ଦିଆଯାଇଥିଲା । ଏହାର ପାଳନ ହୋଇଛି ନା ନାହିଁ ସେନେଇ ପ୍ରଶାସନ ଦୃଷ୍ଟି ଆରୋପ କରିବ । ଯଦି ନିୟମ ଉଲ୍ଲଂଘନ ହୋଇଥାଏ ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.