ETV Bharat / bharat

ରାଜଙ୍କ ସ୍ବପ୍ନ, ବଲିଉଡ ଭଳି ବଡ କରିବାକୁ ଚାହୁଁଥିଲେ LIVE ପର୍ଣ୍ଣ ବିଜନେସ

author img

By

Published : Jul 21, 2021, 9:33 PM IST

ଅଶ୍ଳୀଳ ଭିଡିଓ ସୁଟିଂ କି ପବ୍ଲିସିସ୍ ନୁହେଁ, ଏହାକୁ ଲାଇଭ ପ୍ରସାରଣର ମଧ୍ୟ ଯୋଜନା ରଖିଥିଲେ ବିଜନେସମ୍ୟାନ ରାଜ କୁନ୍ଦ୍ରା । ଅଧିକ ପଢନ୍ତୁ...

ରାଜଙ୍କ ସ୍ବପ୍ନ, ବଲିଉଡ ଭଳି ବଡ କରିବାକୁ ଚାହୁଁଥିଲେ LIVE ପର୍ଣ୍ଣ ବିଜନେସ
ରାଜଙ୍କ ସ୍ବପ୍ନ, ବଲିଉଡ ଭଳି ବଡ କରିବାକୁ ଚାହୁଁଥିଲେ LIVE ପର୍ଣ୍ଣ ବିଜନେସ

ମୁ୍ମ୍ବାଇ: ପର୍ଣ୍ଣୋଗ୍ରାଫି ମାମଲାରେ ଖୋଲୁଛି କୁନ୍ଦ୍ରାଙ୍କ ପେଡି । ରାଜ ଉପରୁ ଉଠୁଛି ପରଦା । ତଦନ୍ତରେ ସାମ୍ନାକୁ ଆସୁଛି ନୂଆନୂଆ ଖୁଲାସା । କେବଳ ଅଶ୍ଳୀଳ ଭିଡିଓ ସୁଟିଂ କି ପବ୍ଲିସିସ୍ ନୁହେଁ, ଏହାକୁ ଲାଇଭ ପ୍ରସାରଣର ମଧ୍ୟ ଯୋଜନା ରଖିଥିଲେ ବିଜନେସମ୍ୟାନ ରାଜ କୁନ୍ଦ୍ରା ।

ମୁମ୍ବାଇ ପୋଲିସର ହାତରେ ଲାଗିଛି କିଛି ଇଲେକ୍ଟ୍ରୋନିକ ପ୍ରମାଣ । 'ଲାଇଭ ସେକ୍ସୁଆଲ ଆକ୍ଟ' ନେଇ ରାଜ ପ୍ଲାନ ବି ପ୍ରସ୍ତୁତ ରଖିଥିବା ଖୁଲାସା କରିଛି କ୍ରାଇମବ୍ରାଞ୍ଚ । 'ଲାଇଭ ସେକ୍ସୁଆଲ ଆକ୍ଟ'କୁ ନିଜର ଭବିଷ୍ୟତ ମାନୁଥିଲେ ରାଜ । କେବଳ ଏତିକି ନୁହେଁ, ବଲିଉଡ ଭଳି ପର୍ଣ୍ଣ ବିଜନେସକୁ ବଡ କରିବାକୁ ସେ ରଖିଥିଲେ ଯୋଜନା ।

କ୍ରାଇମବ୍ରାଞ୍ଚକୁ ମିଳିଥିବା ହ୍ବାଟ୍ସଆପ ଚାଟ୍‌ରୁ ପ୍ଲାନ 'ବି'ର ହୋଇଛି ଖୁଲାସା । ଖୁବ କମରେ ୨ରୁ ୩ ସପ୍ତାହ ମଧ୍ୟରେ ଏହି ପ୍ଲାନ ଆଧାରରେ ଆପ୍ଲିକେସନ ଲାଇଭ ହେବ ବୋଲି ଏଥିରେ ଲେଖାରହିଛି ।

ବାସ୍ତବରେ ପ୍ଲାନ 'ବି'ର ନାଁ ବୋଲିଫେମ । ପର୍ଣ୍ଣ ଇଣ୍ଡଷ୍ଟ୍ରୀକୁ ଏକ ନୂଆ ଦିଗ ଦେବା ପାଇଁ ଏହାକୁ ତିଆରି କରିଥିଲେ ରାଜ କୁନ୍ଦ୍ରା । ସବୁବେଳେ ସ୍କ୍ରିନ ରେକର୍ଡିଂ ସମ୍ଭବ ନଥିବାରୁ ଭବିଷ୍ୟତରେ ଲାଇଭ କଣ୍ଟେଣ୍ଟ କରାଯିବ ବୋଲି ଚାଟରେ ଉଲ୍ଲେଖ ରହିଛି । କ୍ରାଇମବ୍ରାଞ୍ଚ ସୂତ୍ର ଅନୁଯାୟୀ, କୁନ୍ଦ୍ରା ପର୍ଣ୍ଣ ସୁଟିଂ ବନ୍ଦ କରି ମଡେଲ ଓ ଅଭିନେତ୍ରୀଙ୍କ ଲାଇଭ ଷ୍ଟ୍ରିମିଙ୍ଗ କରିବାକୁ ପ୍ରସ୍ତୁତ ହେଉଥିଲେ । ଆଉ ଏହି ଲାଇଭ ‘ବୋଲିଫେମ’ରେ ହେବାର ଥିଲା ବୋଲି ଜଣାପଡିଛି ।

ତଦନ୍ତରୁ ଏହା ଜଣାପଡିଛି ଯେ ରାଜ କୁନ୍ଦ୍ରା ହଟ୍‌ସଟ୍‌ ଆପର ଅଶ୍ଳୀଳ ଫିଲ୍ମକୁ ପାଇରେସିରୁ ରକ୍ଷା କରିବା ପାଇଁ କପିରାଇଟ ଆଧାରରେ ଏକ ଆଇନଗତ ଟିମ ମଧ୍ୟ ପ୍ରସ୍ତୁତ କରିଥିଲେ । କ୍ରାଇମ ବ୍ରାଞ୍ଚ ଅନୁଯାୟୀ ରାଜ କୁନ୍ଦ୍ରା ପର୍ଣ୍ଣ ଫିଲ୍ମ ବ୍ୟବସାୟ ଚଳାଇବା ପାଇଁ 3 ହ୍ବାଟ୍ସଆପ ଗ୍ରୁପ ତିଆରି କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.