ETV Bharat / bharat

ରାଜଭବନରେ ବାଧା ସୃଷ୍ଟି କରୁଛନ୍ତି ବୁଲା କୁକୁର: ପଦକ୍ଷେପ ପାଇଁ ମହାନଗର ନିଗମକୁ ନିର୍ଦ୍ଦେଶ

author img

By

Published : Jun 7, 2022, 9:29 PM IST

ପଶ୍ଚିମବଙ୍ଗ ରାଜଭବନରେ ଉତ୍ପାତ କରୁଛନ୍ତି ବୁଲା କୁକୁର । ପଦକ୍ଷେପ ଗ୍ରହଣ କରିବା ପାଇଁ କୋଲକାତା ମହାନଗର ନିଗମକୁ ନିର୍ଦ୍ଦେଶ ଜାରି କଲେ ରାଜଭବନ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

ରାଜଭବନର ପ୍ରୋଟୋକଲ ଭାଙ୍ଗୁଛି ବୁଲା କୁକୁର ଦୈରାତ୍ମ୍ୟ: ପଦକ୍ଷେପ ପାଇଁ ମହାନଗର ନିଗମକୁ ନିର୍ଦ୍ଦେଶ

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦ୍ବୀପ ଧନଖର ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଓ ନିଷ୍ପତ୍ତିକୁ ନେଇ ବିବାଦ କିଛି ନୂଆ କଥା ନୁହେଁ । ବେଳେବେଳେ ମମତା ସରକାରଙ୍କ ଅପରାଗତା ଦର୍ଶାଇ ରାଜଭବନ ସରକାରଙ୍କୁ କିଛି ନିର୍ଦ୍ଦେଶ ମଧ୍ୟ ଜାରି କରିଥିବାର ଦେଖାଯାଏ । ତେବେ ଏହାରି ମଧ୍ୟରେ କୋଲକାତା ମହାନଗର ନିଗମକୁ ଭିନ୍ନ ଏକ ନିର୍ଦ୍ଦେଶ ମଧ୍ୟ ରାଜଭବନ ପକ୍ଷରୁ ଜାରି କରାଯାଇଛି । ବୁଲା କୁକୁରଙ୍କ ଉତ୍ପାତ କ୍ରମାଗତ ବଢିଚାଲିଥିବା ଯୋଗୁ ରାଜଭବନର ସୁରକ୍ଷା ପ୍ରୋଟୋକଲରେ ବାଧା ଉପୁଜିବାରେ ଲାଗିଛି । ତେଣୁ ସମସ୍ୟାର ସମାଧାନ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛି ରାଜଭବନ ।

କୋଲକାତା ମହାନଗରର ଜଣେ ଅଧିକାରୀଙ୍କ ଅନୁସାରେ, ରାଜଭବନ ସୌଧ ଉଚ୍ଚ ପାଚେରୀ ଦ୍ବାରା ସୁଦୃଢ ଭାବେ ଆବଦ୍ଧ, ତଥାପି ଏହାର ଏକାଧିକ ଗେଟ ମଧ୍ୟ ରହିଛି । ତେଣୁ ଏହି ଗେଟ ଖୋଲିବା ଓ ବନ୍ଦ କରିବା ସମୟରେ ବୁଲା କୁକୁରମାନେ ରାଜଭବନ ପରିସରରେ ପ୍ରବେଶ କରୁଥାଇପାରନ୍ତି । ତେବେ ରାଜଭବନର ଜଣେ ଅଧିକାରୀଙ୍କ ଅଭିଯୋଗ ଅନୁସାରେ, କୁକୁରମାନେ ପ୍ରବେଶ କରିବା ପରେ କେବଳ ଶାନ୍ତି ଭଙ୍ଗ କରୁଛନ୍ତି ତାହା ନୁହେଁ ବରଂ, ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି କରୁଛନ୍ତି ।

ତେଣୁ ରାଜଭବନ ପରି ଏକ ଗୁରୁତ୍ବପୂର୍ଣ୍ଣ ଓ ସମ୍ବେଦନଶୀଳ ସ୍ଥାନରେ ଏପରି ବିଶୃଙ୍ଖଳା ତଥା ଅବ୍ୟବସ୍ଥା ଆଦୌ ଗ୍ରହଣୀୟ ନୁହେଁ । କୋଲକାତା ମହାନଗର ନିଗମ ଏହା ପ୍ରତି ଦୃଷ୍ଟି ଦେବା ସହ ସମସ୍ୟାର ସମାଧାନ ଦିଗରେ ଯାଥାଶୀଘ୍ର ଉଚିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ତେବେ ରାଜଭବନ ପକ୍ଷରୁ ଏପରି ନିର୍ଦ୍ଦେଶ ପରେ ମହାନଗର ନିଗମ କ’ଣ ପଦକ୍ଷେପ ଗ୍ରହଣ କରୁଛି ତାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.