ETV Bharat / bharat

ହୋଲିର ଏକ ଭିନ୍ନ ପରମ୍ପରା, ନିଆଁରେ ଚାଲନ୍ତି ଶ୍ରଦ୍ଧାଳୁ - holi

ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁଯାୟୀ, ସାରା ଦେଶରେ ହୋଲି ବହୁ ଧୁମଧାମରେ ପାଳନ ହେଉଥିବାବେଳେ ମଧ୍ୟପ୍ରଦେଶର ରାଇସେନର ସିଲଭାନି ମହୱାନରେ କିଛି ଭିନ୍ନ ଢଙ୍ଗରେ ପାଳିତ ହୋଇଛି ହୋଲି ଉତ୍ସବ । ଅଧିକ ପଢନ୍ତୁ...

ଜଳନ୍ତା ଅଙ୍ଗାରରେ ଚାଲନ୍ତି ଶ୍ରଦ୍ଧାଳୁ
ଜଳନ୍ତା ଅଙ୍ଗାରରେ ଚାଲନ୍ତି ଶ୍ରଦ୍ଧାଳୁ
author img

By

Published : Mar 29, 2021, 12:01 PM IST

ରାଇସେନ: ରଙ୍ଗର ପର୍ବ ହୋଲି । ମନରେ ଯାହା ରାଗ ଅଭିମାନ ଥାଉନା କାହିଁକି ଆଜିଭଳି ଦିନରେ ସବୁ ରାଗ ହିଂସା ଭୁଲି ହୋଲି ପର୍ବରେ ନିଜକୁ ସମସ୍ତେ ରଙ୍ଗେଇ ଦିଅନ୍ତି । ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁଯାୟୀ, ସାରା ଦେଶରେ ହୋଲି ବହୁ ଧୁମଧାମରେ ପାଳନ ହେଉଥିବାବେଳେ ମଧ୍ୟପ୍ରଦେଶର ରାଇସେନର ସିଲଭାନି ମହୱାନରେ କିଛି ଭିନ୍ନ ଢଙ୍ଗରେ ପାଳିତ ହୋଇଛି ହୋଲି ଉତ୍ସବ ।

ଏହି ଅବସରରେ କିଏ କେଉଁଠି ଫୁଲରେ ହୋଲି ଖେଳି ପାଳୁଥିବାବେଳେ ରାଇସେରେ କିନ୍ତୁ ଜଳନ୍ତା କୋଇଲା ସହିତ ଖେଳାଯାଏ ରଙ୍ଗର ପର୍ବ । କଥାଟା ଟିକେ ବିଶ୍ବାସ କରିବା କଷ୍ଟସାଧ୍ୟ ହୋଇପାରେ । ଏଠାରେ ଲୋକମାନେ ନିଜକୁ ବିପଦରେ ପକାଇ କୋଇଲା ଉପରେ ଚାଲନ୍ତି । କିନ୍ତୁ ଏପରି କିଛି ଭିନ୍ନ ଢଙ୍ଗରେ ପ୍ରତିବର୍ଷ ରାଇସେନର ସିଲଭାନି ମହୱାନରେ ପାଳନ କରାଯାଇଛି ନିଆରା ହୋଲି ।

ଏଠାରେ ହୋଲିକା ଦହନ ପରେ ସମ୍ପୂର୍ଣ୍ଣ ଆସ୍ଥା ଓ ବିଶ୍ବାସ ସହ ଖାଲି ପାଦରେ କୋଇଲା ଅଙ୍ଗାର ଉପରେ ଚାଲିଥାନ୍ତି ଗ୍ରାମବାସୀ । ଏହି ପରମ୍ପରା ପ୍ରାୟ 150 ବର୍ଷ ପୁରୁଣା ହୋଇଥିବାବେଳେ ଗାଁର ପିଲାଠାରୁ ଆରମ୍ଭ କରି ବୃଦ୍ଧ ବ୍ୟକ୍ତିମାନେ ଖାଲି ପାଦରେ ଅଙ୍ଗାର ଉପରେ ଚାଲିଥାନ୍ତି ।

ଆଉ ସବୁଠୁ ଆଶ୍ଚର୍ଯ୍ୟ କଥା ଯେ, ଜଳନ୍ତା କୋଇଲାରେ ଚାଲିବା ପରେ ମଧ୍ୟ ପାଦରେ କୌଣସି ପ୍ରକାର କ୍ଷତି ହୋଇ ନଥାଏ । ଗ୍ରାମକୁ ବିପର୍ଯ୍ୟୟରୁ ଦୂରେଇ ରଖିବା ଏବଂ ବିଭିନ୍ନ ରୋଗ ଏବଂ ସଙ୍କଟରୁ ନିଜକୁ ଦୂରେଇ ରଖିବା ପାଇଁ ଗ୍ରାମବାସୀ ଏହି ପରମ୍ପରା ପାଳନ କରୁଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.