ETV Bharat / bharat

ଥାନା ଯୋଗାଉଛି ‘ଖାନା’, ଜାଣନ୍ତୁ କେଉଁଠି ? - ପୋଲିସ ବାଣ୍ଟୁଛି ଖାଦ୍ୟ

ଜନତାଙ୍କ ସୁରକ୍ଷା ପାଇଁ ଉତ୍ସର୍ଗ ଖାକି ଆଜି ଭୋକିଲାଙ୍କ ପେଟ କଷ୍ଟ ବୁଝୁଛି । ନିଜ ସମ୍ବଳ ଓ ଶ୍ରମକୁ ଖର୍ଚ୍ଚ କରି ଅସହାୟ ଓ ଗରିବଙ୍କୁ ଯୋଗାଉଛି ଆହାର । ଏହି ଭିଡିଓ ନିଶ୍ଚୟ ପୋଲିସ ପ୍ରତି ରହିଥିବା ଦୃଷ୍ଟିକୋଣକୁ ବଦଳାଇଦେବ । ଦେଖନ୍ତୁ....

ଥାନା ଯୋଗାଉଛି ‘ଖାନା’
ଥାନା ଯୋଗାଉଛି ‘ଖାନା’
author img

By

Published : May 31, 2021, 9:10 PM IST

ରାୟପୁର: କୋରୋନାର କଠିନ ସମୟରେ ପ୍ରତିଟି ଗଳିକନ୍ଦି ଛକରେ ଛଞ୍ଚାଣ ଭଳି ଜଗିରହିଥାଏ ଖାକି । ଅମାନିଆଙ୍କୁ ଅଟକାଇ ସଚେତନ ବି କରାଉଛି । ଦିନରାତି-ଖରା ବର୍ଷା ଭୋକଶୋଷ ଭୁଲି ସେ ଆମକୁ ସୁରକ୍ଷା ଦେଇଥାଏ । ସେ ଅଛି ସେଥିପାଇଁ ଆମେ ରାତିରେ ଶାନ୍ତିରେ ଶୋଇପାରୁଛୁ । ଏପରିକି ସଙ୍କଟର ଏଭଳି ସମୟରେ କୌଣସି ଲୋକ ଯେପରି ଭୋକିଲା ନ ରହିବ , ତାର ଧ୍ୟାନ ବି ରଖୁଛି ଏଠାକାର ପୋଲିସ ।

ଥାନା ଯୋଗାଉଛି ‘ଖାନା’

ଛତିଶଗଡ ରାଜଧାନୀ ରାୟପୁରର ଗୋକୁଲ ନଗରର ପ୍ରୟାସ ବିଦ୍ୟାଳୟରେ ‘ଖାନା ଚୌକି ’ ଅର୍ଥାତ ଖାଦ୍ୟ ଫାଣ୍ଡି ଆରମ୍ଭ କରିଛି ପୋଲିସ ।

ଟିକରପଡା ପୋଲିସ ଷ୍ଟେସନର କନେଷ୍ଟବଳ ମହେଶ ନେତାମ କହିଛନ୍ତି କି, ଆମେ ଦେଖିଲୁ କି ଦିନ ମଜରୁଆଙ୍କ ପାଇଁ ଲକଡାଉନ ସମୟ ଅତ୍ୟନ୍ତ ବିକଟାଳ ହୋଇଛି । ଆମର ମଧ୍ୟ ହୃଦୟ ରହିଛି । ଆମ ମଧ୍ୟରେ ବି ମାନବତା ଅଛି । ଏହାକୁ ଦୃଷ୍ଟିରେ ରଖି ଆମେ ଖାଇବା ଚୌକି ନାଁ ରେ ଏକ ସଂସ୍ଥା ଆରମ୍ଭ କରିଲୁ । ଯେଉଁ ଅଭାବୀ ଲୋକ ରହିଛନ୍ତି, ଅସହାୟ ଅଛନ୍ତି । ଫୁଟପାଥରେ ଶୁଅନ୍ତି , ବିଲ୍ଡିଂ କାମ କରନ୍ତି , ଶ୍ରମିକ ଓ ଗରିବ ଲୋକ । ସେମାନଙ୍କ ପାଇଁ ମାଗଣାରେ 500 ପ୍ୟାକେଟ ଖାଦ୍ୟ ତିଆରି କରୁଛୁ । ସକାଳ-ସନ୍ଧ୍ୟା 500-500 କରି ହଜାରେ ପ୍ୟାକେଟ ଖାଦ୍ୟ ପ୍ରସ୍ତୁତ ହୁଏ । ପୋଲିସ ଗାଡି ଓ ପ୍ରାଇଭେଟ ଭେଇକଲରେ ଖାଦ୍ୟ ଅଭାବୀଙ୍କ ପାଖରେ ପହଞ୍ଚାଯାଏ ।

ଏ ପ୍ରୟାସ ବିଦ୍ୟାଳୟର ପିଲାମାନେ ମଧ୍ୟ ପୋଲିସ କର୍ମୀଙ୍କୁ ଏହି କାମରେ ପୂରା ସହଯୋଗ କରୁଛନ୍ତି । ଏହି ଚୌକିରେ ଅସହାୟ ଭୋକିଲାଙ୍କ ପାଇଁ ଖାଇବା ପ୍ରସ୍ତୁତ କରାଯାଏ । ଏହି କାମରେ 10 ପୋଲିସକର୍ମୀ, ଖାଦ୍ୟ ତିଆରି ଠାରୁ ଆରମ୍ଭ କରି ତାର ପ୍ୟାକିଙ୍ଗ ଓ ବଣ୍ଟନରେ ଲାଗିଛନ୍ତି ।

ପୋଲିସ କନେଷ୍ଟବଳ ମହେଶ ତେନାମ ଓ କିଛି ପୋଲିସ କର୍ମୀ ମିଶି ମେ ପ୍ରଥମ ସପ୍ତାହରେ ଏହି ଖାଦ୍ୟ ଚୌକି ଆରମ୍ଭ କରିଥିଲେ । ଏହି ପ୍ରୟାସ ଆରମ୍ଭ ଦିନରେ ଏମାନେ ନିଜେ ଓ ନିଜ ବନ୍ଧୁଙ୍କ ଟଙ୍କା ଲଗାଇ ଏହି ଖାଇବା ଚୌକି ଆରମ୍ଭ କରିଥିଲେ । ହେଲେ ଯେବେ ଏ ସମ୍ପର୍କରେ ବରିଷ୍ଠ ଅଧିକାରୀ ଓ ଅନ୍ୟ ଲୋକ ଜାଣିଲେ , ସେମାନେ ମଧ୍ୟ ଏଥିପାଇଁ ସହଯୋଗ କରୁଛନ୍ତି ।

ଏଠାରେ ଖାଇବା ପ୍ରସ୍ତୁତ ସମୟରେ ସାମାଜିକ ଦୂରତା ଓ ଖାଦ୍ୟର ଗୁଣବତ୍ତା ଉପରେ ପୂରା ଧ୍ୟାନ ଦିଆଯାଉଛି । ହାତରେ ଗ୍ଲୋବସ ଲଗାଇ ସମସ୍ତେ କାମ କରିଥାନ୍ତି । ସକାଳ 8ଟାରୁ 11 ଟା ଯାଏଁ ଓ ସନ୍ଧ୍ୟା 4ଟାରୁ 7 ଟା ଯାଏଁ ଖାଦ୍ୟ ଚୌକିରେ ଖାଇବା ତିଆରି ପରେ ଏହାକୁ ସହରରେ ବାଣ୍ଟିବାକୁ ବାହାରିପଡନ୍ତି ଏମାନେ ।

କୋରୋନା ଯୁଦ୍ଧର ସମ୍ମୁଖ ଯୋଦ୍ଧା ଭାବେ ଭୂତାଣୁ ମୁହଁରୁ ସୁରକ୍ଷା ଦେଉଥିବା ପୋଲିସ , ସାଜିଛି ବେସାହାରଙ୍କ ସାହାରା । ଭୋକିଲାଙ୍କୁ ଆହାର ଯୋଗାଇ ବଞ୍ଚାଉଛି ଜୀବନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.