ETV Bharat / bharat

ରେଳଯାତ୍ରୀଙ୍କ ପାଇଁ ଆଶ୍ବସ୍ତିକର ଖବର, ଏଣିକି ଟ୍ରେନ୍‌ ଭିତରେ ମିଳିବ ବ୍ଳାଙ୍କେଟ୍‌ ଓ ଲାଇଲେନ - ଭାରତୀୟ ରେଳ ସେବା

ରେଳଯାତ୍ରୀଙ୍କ ପାଇଁ ଆଶ୍ବସ୍ତିକର ଖବର । ଏଣିକି ରେଳଯାତ୍ରା ସମୟରେ ଯାତ୍ରୀଙ୍କୁ ପୂର୍ବପରି ରେଳବିଭାଗ ପକ୍ଷରୁ ମିଳିବ ଲାଇଲେନ ବ୍ଲାଙ୍କେଟ ଓ କଟନ ବେଡସିଟ । ଅଧିକ ପଢନ୍ତୁ

Railways to resume providing linen, blankets inside trains
ରେଳଯାତ୍ରୀଙ୍କ ପାଇଁ ଆଶ୍ବସ୍ତିକର ଖବର, ଏଣିକି ଟ୍ରେନ୍‌ ଭିତରେ ମିଳିବ ବ୍ଳାଙ୍କେଟ୍‌, ଲାଇଲେନ
author img

By

Published : Mar 10, 2022, 5:23 PM IST

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଆଶ୍ବସ୍ତିକର ଖବର । ଏଣିକି ରେଳଯାତ୍ରା ସମୟରେ ଯାତ୍ରୀଙ୍କୁ ପୂର୍ବପରି ରେଳବିଭାଗ ପକ୍ଷରୁ ମିଳିବ ଲାଇଲେନ ବ୍ଲାଙ୍କେଟ ଓ କଟନ ବେଡସିଟ । ଗୁରୁବାର ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିଛି ରେଳ ବିଭାଗ, ଯେଉଁଥିରେ ପୂର୍ବପରି ଯାତ୍ରୀଙ୍କୁ ଏହି ଉପକରଣ ପ୍ରଦାନ କରିବାକୁ କୁହାଯାଇଛି । କୋରୋନା ମହାମାରୀ ପାଇଁ ଯାତ୍ରୀଙ୍କୁ ଏହି ସେବାରୁ ବଞ୍ଚିତ ହେବାକୁ ପଡିଥିଲା ।

ରେଲୱେ ବୋର୍ଡ ସମସ୍ତ ଜୋନ୍‌ର ଜେନେରାଲ ମ୍ୟାନେଜରଙ୍କଙ୍କୁ ଏକ ନିର୍ଦ୍ଦେଶନାମା ଜାରି କରି ତୁରନ୍ତ ଏହି ସାମଗ୍ରୀ ଯୋଗାଇଦେବାକୁ କହିଛନ୍ତି । କୋଭିଡ ସ୍ଥିତିରେ ସୁଧାର ଆସିଥିବାରୁ, ଯାତ୍ରା ସମୟରେ ଜାତୀୟ ପରିବହନକାରୀ ଭାରତୀୟ ରେଳ ଖାଦ୍ୟ, ଲାଇଲେନ ପରି ଅଧିକାଂଶ ସେବା ପୁନର୍ବାର ଆରମ୍ଭ କରିଛି । ଖାଦ୍ୟ ଓ ଲାଇଲେନ ସେବା ପୁନଃଆରମ୍ଭ ହୋଇଥିଲେ ମଧ୍ୟ ଯାତ୍ରୀଙ୍କ ପାଇଁ ରିହାତି ଏଯାବତ ବାତିଲ ରହିଛି ।

PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.