ETV Bharat / bharat

ଭୋପାଳ ଷ୍ଟେସନରେ 300 ଶଯ୍ୟାର କୋଭିଡ କେୟାର କୋଚ

author img

By

Published : Apr 25, 2021, 8:45 PM IST

ପ୍ରତିଦିନ ହଜାର ହଜାର ସଂଖ୍ୟକ ସଂକ୍ରମିତ ଚିହ୍ନଟ ଯୋଗୁଁ ହସ୍ପିଟାଲଗୁଡିକରେ ଶଯ୍ୟା ଅଭାବ ସୃଷ୍ଟି ହୋଇଛି । ଏଣୁ ହସ୍ପିଟାଲଗୁଡିକର ଟିକେ ବୋଝ ହାଲୁକା କରିବାକୁ ଭାରତୀୟ ରେଳ ମନ୍ତ୍ରଣାଳୟ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ 20 କୋଚ ବିଶିଷ୍ଟ ଟ୍ରେନରେ ଶଯ୍ଯା ବ୍ୟବସ୍ଥା କରିିଛି । ଅଧିକ ପଢନ୍ତୁ...

ଭୋପାଳ ଷ୍ଟେସନରେ 300 ଶଯ୍ୟାର କୋଭିଡ କେୟାର କୋଚ
ଭୋପାଳ ଷ୍ଟେସନରେ 300 ଶଯ୍ୟାର କୋଭିଡ କେୟାର କୋଚ

ଭୋପାଳ: ଦେଶରେ ହୁ ହୁ ହୋଇ ମାଡି ଚାଲିଛି ସଂକ୍ରମଣ । ପ୍ରତିଦିନ ହଜାର ହଜାର ସଂଖ୍ୟକ ସଂକ୍ରମିତ ଚିହ୍ନଟ ଯୋଗୁଁ ହସ୍ପିଟାଲଗୁଡିକରେ ଶଯ୍ୟା ଅଭାବ ସୃଷ୍ଟି ହୋଇଛି । ଏଣୁ ହସ୍ପିଟାଲ ବାରଣ୍ଡାରେ ହିଁ ଅନେକ ରୋଗୀ ଶେଷ ନିଶ୍ବାସ ତ୍ୟାଗ କରୁଛନ୍ତି । ଏପରିସ୍ଥଳେ ହସ୍ପିଟାଲଗୁଡିକର ବୋଝ ହାଲୁକା କରିବାକୁ ଭାରତୀୟ ରେଳ ମନ୍ତ୍ରଣାଳୟ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ 20 କୋଚ ବିଶିଷ୍ଟ ଟ୍ରେନରେ 300 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସୁବିଧା ଯୋଗାଇ ଦେଇଛି । ଭୋପାଳ ରେଳ ଷ୍ଟେସନରେ ଏହି ସୁବିଧା ଉପଲବ୍ଧ ହେଉଛି ।

ପଶ୍ଚିମ କେନ୍ଦ୍ରୀୟ ରେଳବାଇର ଭୋପାଳ ଡିଭିଜନର ଜଣେ ଅଧିକାରୀ କହିଛନ୍ତି, ପ୍ଲାଟଫର୍ମ ନଂ 6ରେ କୋଚଗୁଡିକୁ ଉପଲବ୍ଧ କରାଯାଇଛି । ଏଥିରେ ଆବଶ୍ୟକୀୟ ଔଷଧ ଓ କର୍ମଚାରୀଙ୍କୁ ସ୍ଥାନିତ କରାଯାଇଛି । ମାତ୍ର ଏଥିରେ ଅକ୍ସିଜେନ ବ୍ୟବସ୍ଥା କରାଯାଇ ନାହିଁ । ତେଣୁ ଅମ୍ଲଜାନ ଆବଶ୍ୟକ କରୁଥିବା ଗୁରୁତର କୋରୋନା ରୋଗୀଙ୍କୁ ଏହି କୋଚରେ ଭର୍ତ୍ତି କରାଯିବ ନାହିଁ ବୋଲି ରେଳ ଅଧିକାରୀ ସ୍ପଷ୍ଟ କରିଛନ୍ତି । ତେବେ କେବଳ ଜରୁରୀକାଳୀନ ବ୍ୟବହାର ପାଇଁ ଏଠାରେ ଅକ୍ସିଜେନ ସିଲିଣ୍ଡର ଉପଲବ୍ଧ ହେବ ।

ଏଥିସହ ଖରାଦିନକୁ ଦୃଷ୍ଟିରେ ରୋଗୀଙ୍କ ଆରାମ ପାଇଁ କୋଚରେ କୁଲର ଏବଂ ମଶାରୀ ବ୍ୟବସ୍ଥା କରାଯାଇଛି । ତେବେ ଏହି କୋଚ ପାଇଁ ରୋଗୀଙ୍କ ଆଡମିଶନ ମଧ୍ୟ ଆରମ୍ଭ କରାଯାଇଛି ବୋଲି ମଧ୍ୟପ୍ରଦେଶ ସ୍ବାସ୍ଥ୍ୟ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.