ETV Bharat / bharat

ଦିଲ୍ଲୀରୁ ISI ଏଜେଣ୍ଟ ଗିରଫ ପରେ ବିହାରର ୧୩ ଜିଲ୍ଲାରେ ହାଇଆଲର୍ଟ - ଆଇଏସଆଇ

ଦେଶର ବିଭିନ୍ନ ସ୍ଥାନରେ ଆରଡିଏକ୍ସ ବ୍ୟବହାର କରି ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଛି ଆତଙ୍କୀ ସଙ୍ଗଠନ । ଦିଲ୍ଲୀରୁ ଗିରଫ ଦୁଇ ISI ଏଜେଣ୍ଟଙ୍କ ଚାଞ୍ଚଲ୍ୟକର ତଥ୍ୟ ପରେ ବିହାରର 13 ଜିଲ୍ଲାରେ ଜାରି ହେଲା ହାଇଆଲର୍ଟ । ଅଧିକ ପଢନ୍ତୁ...

ଦିଲ୍ଲୀରୁ ISI ଏଜେଣ୍ଟ ଗିରଫ ପରେ ବିହାରର ୧୩ ଜିଲ୍ଲାରେ ହାଇ ଆଲର୍ଟ

author img

By

Published : Sep 21, 2021, 11:42 AM IST

ପାଟନା: ଦିଲ୍ଲୀ ପୋଲିସ ଦ୍ବାରା ଦୁଇ ISI ଏଜେଣ୍ଟ ଗିରଫ ପରେ ସାରା ଦେଶରେ ଖେଳିଯାଇଛି ଆତଙ୍କ । RDX ବ୍ୟବହାର କରି ଦେଶର ବିଭିନ୍ନ ରେଲୱେ ଟ୍ରାକ, ବ୍ରିଜ ଉପରେ ଆକ୍ରମଣ କରିବାକୁ ଆତଙ୍କବାଦୀ ଷଡଯନ୍ତ୍ର କରୁଥିବା ସମ୍ପୃକ୍ତ ଏଜେଣ୍ଟଙ୍କ ଗିରଫଦାରୀ ପରେ ସୂଚନା ମିଳିଛି । ଏନେଇ ବିହାରର ସମଷ୍ଟିପୁର ରେଳ ଡିଭିଜନରେ ଜାରି ହୋଇଛି ହାଇଆଲର୍ଟ ।

ଏହି ପରିପ୍ରେକ୍ଷୀରେ ରେଳ ସୁରକ୍ଷା ବଳର ଡିଭିଜିନାଲ ସିକ୍ୟୁରିଟି କମିଶନର ଏକ ଲାଲ୍ ସମସ୍ତ ରେଲୱେ ପୋଲିସ, ବିହାରର ୧୩ ଜିଲ୍ଲା ସୁପରିଟେଣ୍ଡଣ୍ଟଙ୍କୁ ଯେକୌଣସି ପ୍ରକାର ଅଘଟଣ ଦିଗରେ ସତର୍କ ରହିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେପ୍ଟେମ୍ବର ୧୮ ତାରିଖ ଦିନ RPFର ମଣ୍ଡଳ ସରୁକ୍ଷା କମିଶନର ଏକ ଲାଲ୍ ସମଷ୍ଟିପୁର, ଦରଭଙ୍ଗା, ସୀତାମାରହି, ସୁପୌଲ, ମୋତିହାରୀ, ବେତିହା, ମୁଜାଫରପୁର, ଖଗରିଆ, ମାଧୁବାନି, ବେଗୁସରାଇ, ସହରସା, ମାଧେପୁର, ପୁର୍ନିଆ ଏସପିଙ୍କ ସମେତ ରେଳୱେ ସୁପରିଟେଣ୍ଡଣ୍ଟଙ୍କୁ ଆଡଭାଇଜରି ଜାରି କରିଛନ୍ତି ।

ଆଡଭାଇଜରିରେ ଉଲ୍ଲେଖ ରହିଛି କି, ବ୍ରିଜ, କଲଭର୍ଟ, ରେଲୱେ ଟ୍ରାକ ଏବଂ ଦେଶର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ RDX ବ୍ୟବହାର କରି ବିସ୍ଫୋରଣ କରିବାକୁ ଷଡଯନ୍ତ୍ର କରାଯାଉଛି । ଗିରଫ ISI ଏଜେଣ୍ଟଙ୍କ ପକ୍ଷରୁ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଏଣୁ ସମସ୍ତ ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବାକୁ ସବୁ ପ୍ରକାର ଉଦ୍ୟମ କରୁଛି ରେଳ ସୁରକ୍ଷା ବଳ । ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବାରୁ ଦୂରରେ ରହୁଥିବା ଲୋକେ ନିଜ ଘରକୁ ଯିବା ପାଇଁ ବିଶେଷଭାବେ ଟ୍ରେନ ଯାତ୍ରା ଉପରେ ନିର୍ଭର କରୁଛନ୍ତି । ସେହି ଦୃଷ୍ଟିରୁ ରେଳ ସୁରକ୍ଷା ବଳ ପକ୍ଷରୁ ଆଗୁଆ ସମସ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.