ETV Bharat / bharat

UP: ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ, ବିନା ଇଞ୍ଜିନରେ ଗଡିଗଲା 5 ବଗି

author img

By ETV Bharat Odisha Team

Published : Aug 22, 2023, 9:24 PM IST

ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ । ପ୍ରାୟ 7ଶହ ମିଟର ପର୍ଯ୍ୟନ୍ତ ବିନା ଇଞ୍ଜିନରେ ଗଡିଲା 5ବଗି । କୌଣସି ଅଘଟଣ ଘଟିନଥିବା ସୂଚନା । ଅଧିକ ପଢନ୍ତୁ

UP: ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ
UP: ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ
UP: ମଝିରୁ ଅଲଗା ହୋଇଗଲା ମାଲବାହୀ ଟ୍ରେନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସୋନଭଦ୍ରରେ ଏକ ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଇଞ୍ଜିନରୁ ଅଲଗା ହୋଇଗଲା 5ଟି ବଗି । ତେବେ କିଛି ମିଟର ପର୍ଯ୍ୟନ୍ତ ବିନା ଇଞ୍ଜିନରେ ଗଡିବା ପରେ ବଗିକୁ ପୁଣି ଇଞ୍ଜିନ ସହ ସଲଗ୍ନ କରାଯାଇଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି କିମ୍ବା ମୃତାହତ ହୋଇନାହାନ୍ତି । ଉକ୍ତ ରୁଟରେ ରେଳସେବା ସାମାନ୍ୟ ବିଳମ୍ବିତ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଏହା ଏକ କୋଇଲା ବୋଝେଇ ମାଲଗାଡି ଥିଲା । କପଲିଂ (ବଗି ସଂଯୋଗୀକରଣ) ସଠିକ ଭାବରେ ହୋଇନଥିବା କାରଣର ସୋନଭଦ୍ର ନିକଟରେ ମାଲଗାଡିର 5ଟି ବଗି ଅନ୍ୟ ବଗିଠାରୁ ଅଲଗା ହୋଇଯାଇଥିଲା । କିଛି ବଗି ଇଞ୍ଜିନ ସହ ଥିବା ବେଳେ ପୃଥକ ହୋଇଯାଇଥିବା 5ଟି କୋଚ୍ ପ୍ରାୟ 7ଶହ ମିଟର ପର୍ଯ୍ୟନ୍ତ ବିନା ଇଞ୍ଜିନ ଗଡିଥିଲା । ପରେ ଟ୍ରେନର ଲୋକୋପାଇଲଟ ଏ ବିଷୟରେ ଜାଣିବାକୁ ପାଇଥିଲେ ।

ସେ ଟ୍ରେନକୁ ରୋକିବା ସହ ନିକଟସ୍ଥ ଷ୍ଟେସନକୁ ଓ୍ବାକିଟକି ମାଧ୍ୟମରେ ଅବଗତ କରିଥିଲେ । ରେଳ ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବଗିଗୁଡ଼ିକୁ ଟ୍ରେନରେ ପୁନଃ ସଂଲଗ୍ନ କରିଥିଲେ । କିଛି ଘଣ୍ଟାର ବିଳମ୍ବ ପରେ ଟ୍ରେନଟି ପୁଣି ଯାତ୍ରା ଆରମ୍ଭ କରିଥିଲା । ଏହି ଅଘଟଣ ପାଇଁ ଉକ୍ତ ରୁଟରେ ଟ୍ରେନ ଚଳାଚଳ କିଛି ସମୟ ପାଇଁ ବ୍ୟାହତ ମଧ୍ୟ ହୋଇଥିଲା । ସେହି ରୁଟରେ ଏହି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏକାଧିକ ଲେବଲ କ୍ରସିଂ ଥିଲେ ସୁଦ୍ଧା କୌଣସି ଅଘଟଣ ନଘଟିବା ସମସ୍ତଙ୍କୁ ଆଶ୍ବସ୍ତ କରିଛିି ।

ଏହା ମଧ୍ୟ ପଢନ୍ତୁ:- 8ଟି ବଗି ଛାଡି ଚାଲିଗଲା ମାଲବାହୀ ଟ୍ରେନ, ଅଳ୍ପକେ ବର୍ତ୍ତିଗଲା ଦୁର୍ଘଟଣା

ଚଳିତମାସ 16 ତାରିଖରେ ବଲାଙ୍ଗୀର ଟିଟିଲାଗଡ଼ରେ ବଗି ଛାଡ଼ି ପଳାଇଥିଲା ଇଞ୍ଜିନ । ଅଳ୍ପକେ ବର୍ତ୍ତିଯାଇଥିଲା ଏକ ବଡ଼ ଦୁର୍ଘଟଣା । ଯାହା ଫଳରେ ଟ୍ରେନ ଚଳାଚଳ ଦୀର୍ଘ ସମୟ ଧରି ପ୍ରଭାବିତ ହେବା ସହ ରେଳ ଫାଟକ ବନ୍ଦ ଯୋଗୁଁ ହଇରାଣ ସମ୍ମୁଖୀନ ହୋଇଥିଲେ ଲୋକ । ବଲାଙ୍ଗୀର ଦେଇ ଟିଟିଲାଗଡ଼ ରେଳ ଷ୍ଟେସନରେ ପହଞ୍ଚିବା ହଠାତ୍‌ ପୂର୍ବରୁ ଖଜୁରପଡା ଫାଟକ ନିକଟରେ ଟ୍ରେନ ଇଂଜିନରୁ ଆଠଟି ୱାଗନ ଅଲଗା ହୋଇ ରେଳ ଲାଇନ ଉପରେ ରହିଯାଇଥିଲା l ତେବେ ଏନେଇ ଟ୍ରେନ ପାଇଲଟ ଜାଣିବା ପରେ ଟିଟିଲାଗଡ଼ ରେଳ ଷ୍ଟେସନକୁ ସୂଚନା ଦେଇଥିଲେ । ପରେ ପୁଣି ଏହାକୁ ସଂଯୋଗୀକରଣ କରାଯିବା ପରେ ଟ୍ରେନ ଆଗକୁ ଗଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.