ETV Bharat / bharat

Rahul Gandhi Rides Bike: ଲେହଠୁ ପାଙ୍ଗୋଙ୍ଗ ହ୍ରଦ ଯାଏଁ ବାଇକ ଚଲାଇଲେ ରାହୁଲ, ପିତାଙ୍କୁ କଲେ ସ୍ମରଣ - ପିତାଙ୍କୁ ସ୍ମରଣ କଲେ ରାହୁଲ ଗାନ୍ଧୀ

ଷ୍ଟାଇଲିସ ଲୁକ୍‌ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଲେହଠୁ ପାଙ୍ଗୋଙ୍ଗ ହ୍ରଦ ଯାଏଁ ବାଇକ ରାଇଡ୍‌ ସମୟର ଫଟୋ କଲେ ସେୟାର । ଅଧିକ ପଢନ୍ତୁ

Rahul Gandhi rides Bike
Rahul Gandhi rides Bike
author img

By

Published : Aug 19, 2023, 3:57 PM IST

ଲେହ: ଷ୍ଟାଇଲିସ ବାଇକର୍‌ ଲୁକ୍‌ରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଲଦାଖର ଲେହଠାରେ ରାହୁଲଙ୍କ ଏପରି ଲୁକ୍‌ ଦେଖିବାକୁ ମିଳିଛି । ଲେହଠାରୁ ପ୍ରକୃତି ସୌନ୍ଦର୍ଯ୍ୟର ଗନ୍ତାଘର ବୋଲାଉଥିବା ପାଙ୍ଗୋଙ୍ଗ ହ୍ରଦ ପର୍ଯ୍ୟନ୍ତ ନିଜ KTM 390 ଡ୍ୟୁକରେ ଷ୍ଟାଇଲିସ ହେଲମେଟ ପିନ୍ଧି ରାହୁଲ ଏହି ଯାତ୍ରା କରିଛନ୍ତି । ବାଇକ୍‌ ରାଇଡ୍‌ ସମୟର କିଛି ଆକର୍ଷଣୀୟ ଫଟୋକୁ ରାହୁଲ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରିଥିବା ବେଳେ ୟୁଜର୍ସ ବେଶ ପସନ୍ଦ କରିଥିବା ଦେଖିବାକୁ ମିଳିଛି । ଏହି ସମୟରେ ସେ ନିଜ ସ୍ବର୍ଗତ ପିତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ମନେ ପକାଇଛନ୍ତି ।

ରାହୁଲଙ୍କ ଫଟୋରେ ଲଦାଖର ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଛି । ଗୋଟିଏ ଫଟୋରେ ରାହୁଲ ହେଲମେଟ ପିନ୍ଧୁଥିବା ବେଳେ ଅନ୍ୟ ଏକ ଫଟୋରେ ବାଇକ୍‌ ଚଲାଉଛନ୍ତି । ଏହି ଫଟୋକୁ ସେ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି, "ପାଙ୍ଗୋଙ୍ଗ ହ୍ରଦ ଯିବା ସମୟର ଦୃଶ୍ୟ । ମୋ ପିତା ସବୁବେଳେ କହୁଥିଲେ ଯେ ବିଶ୍ବର ସବୁଠୁ ସୁନ୍ଦର ସ୍ଥାନ ହେଉଛି ଏହି ସ୍ଥାନ ।" ତେବେ କଂଗ୍ରେସ ପାର୍ଟି ପକ୍ଷରୁ ମଧ୍ୟ ରାହୁଲଙ୍କ ଏହି ଆକର୍ଷଣୀୟ ଫଟୋକୁ ସୋସିଆଲ ମିଡିଆ ହ୍ୟାଣ୍ଡେଲ ସେୟାର କରାଯାଇଛି ।

ଏହା ବି ପଢନ୍ତୁ- ବିଲରେ ଚାଷୀଙ୍କ ସହ କଥା ହେଲେ ରାହୁଲ: ହଳ କଲେ, ତଳି ବି ରୋଇଲେ

କଂଗ୍ରେସ ଏହି ଫଟୋ ସହ ଏକ ଭିଡିଓ ମଧ୍ୟ ସେୟାର କରିଛି । ଏହାର କ୍ୟାପସନରେ ଲେଖାଯାଇଛି, "ମହବ୍ବତ କା ସଫରନାମା ।" କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ୨ ଦିନିଆ ଲଦାଖରେ ଗସ୍ତରେ ଥିବା ବେଳେ ଗତ ଗୁରୁବାର ସେ ଲଦାଖରେ ପହଞ୍ଚିଥିଲେ । ୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ଲଦାଖକୁ ଏହା ରାହୁଲଙ୍କ ପ୍ରଥମ ଗସ୍ତ । ଆସନ୍ତା ବର୍ଷ ଜାନୁଆରୀ ମାସରେ ଭାରତ ଯୋଡ଼ ଯାତ୍ରା ୨.o ଜରିଆରେ ଜମ୍ମୁକାଶ୍ମୀର ଗସ୍ତ କରିବେ ରାହୁଲ । ତେବେ ଦ୍ବିତୀୟ ପର୍ଯ୍ୟାୟ ଭାରତ ଯୋଡ଼ ଯାତ୍ରା ପୂର୍ବରୁ ରାହୁଲ ଆଗୁଆ ଲଦାଖ ଗସ୍ତ କରିଛନ୍ତି ।

ଆସନ୍ତାକାଲି (ଅଗଷ୍ଟ ୨୦) ତାରିଖରେ ଭାରତର ଯୁବ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ । ଏହି ସୁନ୍ଦର ଭରା ସ୍ଥାନରେ ସେ ପିତାଙ୍କ ଜନ୍ମ ବାର୍ଷିକୀ ପାଳନ କରିବେ ବୋଲି କୁହାଯାଉଛି । ତେବେ ଲଦାଖ ଯିବା ପୂର୍ବରୁ ଲେହଠାରେ ପ୍ରାୟ ୫୦୦ ଯୁବକଙ୍କ ସହିତ ଆଲୋଚନା କରିଥିଲେ ରାହୁଲ ଗାନ୍ଧୀ । ଆସନ୍ତା ବର୍ଷ ଲଦାଖରେ ନିର୍ବାଚନ ହେବାକୁ ଥିବା ବେଳେ ରାହୁଲ ଏଠାକୁ ଗସ୍ତ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏହି ଗସ୍ତ ବେଳେ ଲଦାଖର ସୌନ୍ଦର୍ଯ୍ୟକୁ ଦେଖି ନିଜ ପିତାଙ୍କ କଥା ସ୍ମରଣ କରିଛନ୍ତି ରାହୁଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.