ETV Bharat / bharat

4 ରାଜ୍ୟର ବିଧାନସଭା ନିର୍ବାଚନକୁ ଫୋକସ, 2 ଦିନିଆ ମାନସ ମନ୍ଥନରେ ରଣନୀତି କରିବ କଂଗ୍ରେସ - କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡେଗ

ଆଗାମୀ 4 ରାଜ୍ୟର ବିଧାନସଭା ନିର୍ବାଚନ ରଣନୀତି ପାଇଁ 2 ଦିନିଆ ମାନସ ମନ୍ଥନ କରିବ କଂଗ୍ରେସ । ବର୍ଷ ଶେଷ ଭାଗରେ ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ । କର୍ଣ୍ଣାଟକ ରଣନୀତିକୁ ଆପଣାଇପାରେ କଂଗ୍ରେସ । ଅଧିକ ପଢନ୍ତୁ

ଆଗାମି 4 ରାଜ୍ୟର ବିଧାନସଭା ନିର୍ବାଚନ ରଣନୀତି ପାଇଁ 2 ଦିନିଆ ମାନସ ମନ୍ଥନ କରିବ କଂଗ୍ରେସ

author img

By

Published : May 21, 2023, 4:55 PM IST

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଐତିହାସିକ ସଫଳତା ପାଇବା ପରେ କଂଗ୍ରେସ ଏବେ ବେଶ ଉତ୍ସାହିତ । କର୍ଣ୍ଣାଟକର ବିଜୟ ଧାରାକୁ ଏହି ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନଗୁଡିକରେ ଦଳ ଦୋହରାଇବା ପାଇଁ ପ୍ରୟାସ ଆରମ୍ଭ କରିସାରିଲାଣି । ଚଳିତବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡିକରେ ଦଳ ରୋଡମ୍ୟାପ ପ୍ରସ୍ତୁତ କରିବ । ମଧ୍ୟ ପ୍ରଦେଶ, ଛତିଶଗଡ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ପାଇଁ 24 ଓ 25 ତାରିଖରେ ରଣନୀତି ପ୍ରସ୍ତୁତ କରିବ କଂଗ୍ରେସ । ଏହି ବୈଠକରେ ଦଳର ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡେଗ ଅଧ୍ୟକ୍ଷତା କରିବାକୁ ଥିବା ବେଳେ ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଓ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ସାମିଲ ହେବେ ।

ଏହି ତିନି କେନ୍ଦ୍ରୀୟ ନେତାଙ୍କ ସମେତ ଏହି ମାନସ ମନ୍ଥନ ବୈଠକରେ ଏହି 4 ରାଜ୍ୟର ଦଳୀୟ ପ୍ରଭାରୀ, ପ୍ରାଦେଶିକ ବରିଷ୍ଠ ନେତା ମଧ୍ୟ ସାମିଲ ହେବେ । ଏହି ବୈଠକରେ ରାଜ୍ୟ ନେତାମାନେ ରାଜ୍ୟ ପ୍ରସଙ୍ଗକୁ ଭିତ୍ତିକରି ନିର୍ବାଚନୀ ମୁଦ୍ଦା ପ୍ରସ୍ତୁତ କରିବା ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟିକୁ ପ୍ରସ୍ତାବ ଦେବେ । କର୍ଣ୍ଣାଟକରେ ଦଳ ସ୍ଥାନୀୟ ମୁଦ୍ଦାକୁ ନେଇ ଲୋକଙ୍କ ପାଖକୁ ଯାଇଥିଲା । ଏବେ ମଧ୍ୟ ରାଜ୍ୟଗୁଡିକରେ ଏହି ରଣନୀତିକୁ ଦଳ ନିର୍ବାଚନରେ କାର୍ଯ୍ୟକାରୀ କରିପାରେ । ସ୍ଥାନୀୟ ମୁଦ୍ଦାକୁ ଚୟନ କରି ଦଳ ପ୍ରସ୍ତୁତ କରିଥିବା ନିର୍ବାଚନୀ ରୋଡମ୍ୟାପକୁ ଆଧାର କରି ସମସ୍ତ ପ୍ରାଦେଶିକ ନେତା କାର୍ଯ୍ୟ ଆରମ୍ଭ କରିବେ ।

ଏହି 4 ରାଜ୍ୟରେ ଚଳିତ ବର୍ଷ ଶେଷ ଭାଗରେ ବିଧାନସଭା ନିର୍ବାଚନ ରହିଛି । ଏହାପରେ 2024 ସାଧାରଣ ନିର୍ବାଚନ ଥିବା କାରଣରୁ ଏହି ରାଜମାନଙ୍କ ଫଳାଫଳ ସିଧା ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ରାଜସ୍ଥାନରେ ଦଳୀୟ କନ୍ଦଳ ମଧ୍ୟରେ କ୍ଷମତା ବଜାୟ ରଖିବା କଂଗ୍ରେସ ପାଇଁ ଆହ୍ବାନ ହେବା ପରି ଅନୁମାନ କରାଯାଉଛି । ସେହିପରି ମଧ୍ୟ ପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ଦଳ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ ବିଜେପିର ସମ୍ମୁଖୀନ ହେବ । ହେଲେ ଦକ୍ଷିଣ ରାଜ୍ୟ ତେଲେଙ୍ଗାନାରେ କଂଗ୍ରେସର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ କେସିଆରଙ୍କ ଭାରତ ରାଷ୍ଟ୍ର ସମିତି ରହିଛି । କର୍ଣ୍ଣାଟକରେ କଂଗ୍ରେସ ବିଜେପିକୁ କ୍ଷମତାରୁ ବେଦଖଲ କରିବାରେ ସଫଳତା ପାଇବା ପରେ ଦଳ ଏବେ ଅନ୍ୟ ରାଜ୍ୟରେ ମଧ୍ୟ ବିଜେପିର ଅଣ୍ଟା ଭାଙ୍ଗିବାକୁ ପ୍ରୟାସ ଆରମ୍ଭ କଲାଣି । ସମାନ ରଣନୀତିରେ ଦଳ ଏହି 4 ରାଜ୍ୟରେ ମଧ୍ୟ ନିର୍ବାଚନୀ ମୈଦାନକୁ ଓହ୍ଲାଇବାକୁ ଯାଉଛି ।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମଧ୍ୟ ପ୍ରଦେଶରେ ଦଳର ମୁଖ୍ୟମନ୍ତ୍ରୀ ଚେହେରା କମଲନାଥ ହେବେ । ପୂର୍ବରୁ କମଲନାଥ ମୁଖ୍ୟମନ୍ତ୍ରୀ ମଧ୍ୟ ରହିସାରିଛନ୍ତି । ଜ୍ୟୋତରାଦିତ୍ୟ ସିନ୍ଧିଆ ଓ ତାଙ୍କ ଗୋଷ୍ଠୀ ଦଳ ପରିବର୍ତ୍ତନ କରିବା ପରେ ଦଳରେ କମଲନାଥଙ୍କ ପ୍ରତି ସେମିତି କିଛି ବିରୋଧାଭାଷ ମଧ୍ୟ ଦୃଶ୍ୟମାନ ହେଉନି । ତାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସାମ୍ନାକୁ ଆଣିପାରେ । ସେହିପରି ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଲାଗି ରହିଥିବା କନ୍ଦଳର ସମାଧାନ ଓ କଂଗ୍ରେସର ଏକତ୍ରୀକରଣ ସହ ନିର୍ବାଚନ ଲଢିବାକୁ ଦଳ ପ୍ରୟାସ କରିବ । ଛତିଶଗଡରେ ମଧ୍ୟ କଂଗ୍ରେସ ଶାସନରେ ରହିଛି । କ୍ଷମତା ବଜାୟ ରଖିବା ସହ ବିଜେପିକୁ ପୂର୍ବଥର ପରି ସତ୍ତାରୁ ଦୂରରେ ରଖିବା କଂଗ୍ରେସ ପାଇଁ ଆହ୍ବାନ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.