ETV Bharat / bharat

କୋଭିଡ ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ - ରାହୁଲ ଗାନ୍ଧୀ

ଦେଶରେ ଅଣାୟତ୍ତ ହୋଇଛି କୋଭିଡ ସ୍ଥିତି । ଏହାର ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ଚିଠି ଲେଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ
author img

By

Published : May 7, 2021, 2:36 PM IST

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବିଗିଡିବାରେ ଲାଗିଛି ସ୍ଥିତି । କୋରୋନାର ଦ୍ବିତୀୟ ଲହରରେ ଭୟଙ୍କର ହୋଇଛି ପରିସ୍ଥିତି । ସ୍ଥିତିର ମୁକାବିଲା ନେଇ ଆଜି (ଶୁକ୍ରବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମହାମାରୀ ସହିତ ମୁକାବିଲା କରିବାକୁ ଚିଠିରେ ପରାମର୍ଶ ଦେଇଛନ୍ତି ରାହୁଲ ।

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ

କୋଭିଡ ସୁନାମୀ ଭଳି କ୍ରମାଗତ ଭାବରେ ଆମ ଦେଶକୁ ଧ୍ବଂସ କରିବାରେ ଲାଗିଛି । ତେଣୁ ମୁଁ ଆପଣଙ୍କୁ ଚିଠି ଲେଖିବାକୁ ବାଧ୍ୟ ହୋଇଛି । ଏପରି ସ୍ଥିତିରେ ଦେଶବାସୀ ଆପଣଙ୍କର ପ୍ରଥମ ପ୍ରାଥମିକତା ହେବା ଦରକାର । ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ, ଅନାବଶ୍ୟକ କାରଣ ପାଇଁ ଲୋକମାନେ ଭୋଗୁଥିବା ଯନ୍ତ୍ରଣାକୁ ଅଟକାନ୍ତୁ । ଯାହା ଆପଣଙ୍କ ହାତରେ ଅଛି ବୋଲି ଚିଠିରେ ଉଲ୍ଲେଖ୍ୟ କରିଛନ୍ତି ରାହୁଲ ।

ବିଶ୍ବ ସ୍ତରରେ ଭାରତର ଦାୟିତ୍ବକୁ ବୁଝିବା ମଧ୍ୟ ଗୁରୁତ୍ବପୂର୍ଣ୍ଣ । ପୃଥିବୀରେ ପ୍ରତି ଛଅ ଜଣ ମଣିଷଙ୍କ ମଧ୍ୟରୁ ଜଣେ ଭାରତୀୟ । ମହାମାରୀ ଆମ ଘରକୁ ଧ୍ବଂସ କରିବାରେ ଲାଗିଛି । ଡବଲ୍ ଏବଂ ଟ୍ରିପଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ଯାହା ସହିତ ବର୍ତ୍ତମାନ ଆମେ ସଂଗ୍ରାମ କରୁଛୁ ଯାହାକି କେବଳ ଆରମ୍ଭ ମାତ୍ର, ଆଉ ଏହାକୁ ନେଇ ମୁଁ ଭୟ କରୁଛି ବୋଲି କହିଛନ୍ତି ରାହୁଲ ।

ଏହି ଅଦୃଶ୍ୟ ଶକ୍ତି କବଳରୁ ଆମ ଦେଶକୁ ରକ୍ଷା କରିବାକୁ ହେବ । ଏହା କେବଳ ଆମ ଲୋକଙ୍କୁ ନୁହେଁ ବରଂ ବିଶ୍ବବାସୀଙ୍କ ପାଇଁ ଭୟଙ୍କର ହେବ । ତେଣୁ ଏହାର ମୁକାବିଲା ପାଇଁ ବିଳମ୍ବ ନ କରି ଯଥାଶୀଘ୍ର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ଲେଖିଛନ୍ତି ରାହୁଲ ।

ରାହୁଲଙ୍କ ପରାମର୍ଶ...

  • ବୈଜ୍ଞାନିକ ଉପାୟରେ ଦେଶରେ ଭାଇରସ ଓ ମ୍ୟୁଟାଣ୍ଟକୁ ଚିହ୍ନଟ କରନ୍ତୁ ।
  • ସମସ୍ତ ଟିକାଗୁଡ଼ିକର କାର୍ଯ୍ୟକାରିତାକୁ ଗତିଶୀଳ ଭାବରେ ଆକଳନ କରନ୍ତୁ ।
  • ଯଥାଶୀଘ୍ର ଲୋକଙ୍କୁ ଭ୍ୟାକ୍ସିନ ଦିଅନ୍ତୁ ।
  • ସ୍ବଚ୍ଛ ହୁଅନ୍ତୁ ଏବଂ ଆମର ଅନୁସନ୍ଧାନ ବିଷୟରେ ଦେଶବାସୀଙ୍କୁ ଅବଗତ କରାନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.