ETV Bharat / bharat

Rahul Gandhi visits Golden Temple: ଶ୍ରଦ୍ଧାଳୁଙ୍କ ପାଇଁ ସ୍ବେଚ୍ଛାସେବୀ ହେଲେ ରାହୁଲ, ସଫାକଲେ ବାସନ - ସ୍ବର୍ଣ୍ଣ ମନ୍ଦିରରେ ରାହୁଲ

ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କଲେ ରାହୁଲ ଗାନ୍ଧୀ । ସଫାକଲେ ବାସନ । ଅଧିକ ପଢନ୍ତୁ

Rahul Gandhi visits Golden Temple: ଶ୍ରଦ୍ଧାଳୁଙ୍କ ପାଇଁ ସ୍ବେଚ୍ଛାସେବୀ ହେଲେ ରାହୁଲ, ସଫାକଲେ ବାସନ

author img

By ETV Bharat Odisha Team

Published : Oct 2, 2023, 6:35 PM IST

ଶ୍ରଦ୍ଧାଳୁଙ୍କ ପାଇଁ ସ୍ବେଚ୍ଛାସେବୀ ହେଲେ ରାହୁଲ, ସଫାକଲେ ବାସନ

ଚଣ୍ଡିଗଡ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ଅମୃତସରର ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କରିଛନ୍ତି । ଏହି ଅବସରରେ ରାହୁଲ ସ୍ବେଚ୍ଛାସେବୀ ଭାବେ ଶ୍ରମଦାନ ମଧ୍ୟ କରିଛନ୍ତି । ରାହୁଲ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ପରିବେଷଣ ପାଇଁ ବ୍ୟବହାର ହେଉଥିବା ପାତ୍ର ସଫା କରିଥିଲେ । ରାହୁଲଙ୍କ ସହ ପ୍ରଦେଶ କଂଗ୍ରେସ କମିଟିର ଅନ୍ୟ କିଛି ନେତା ମଧ୍ୟ ସାମିଲ ହୋଇଥିଲେ । ରାହୁଲ ଶିଖ ଧର୍ମ ଅନୁସାରେ, ମୁଣ୍ଡରେ ଏକ ପାରମ୍ପରିକ ସ୍କାର୍ଫ ବ୍ୟବହାର କରିଥିଲେ । ରାହୁଲଙ୍କ ଏହି ଗସ୍ତ ସମ୍ପର୍କରେ କଂଗ୍ରେସ ନିଜ ଅଫିସଆଲ ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛି । ରାହୁଲ ଗାନ୍ଧୀ ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କରିଛନ୍ତି । ସେଠାରେ ସେବା ମଧ୍ୟ କରିଛନ୍ତି ବୋଲି ଦଳ କହିଛି ।

  • आज @RahulGandhi जी अमृतसर में श्री हरमंदिर साहिब के दर पर पहुंचे, वहां उन्होंने सेवा की। pic.twitter.com/cdKqWsWh4m

    — Congress (@INCIndia) October 2, 2023 " class="align-text-top noRightClick twitterSection" data=" ">

ଦଳୀୟ ସୂତ୍ର ଅନୁସାରେ, ରାହୁଲଙ୍କର ଏହା କୌଣସି ରାଜନୈତିକ ଗସ୍ତ ନଥିଲା । ଏହା ରାହୁଲଙ୍କ ବ୍ୟକ୍ତିଗତ ଗସ୍ତ ଥିଲା । ରାହୁଲ ପୂର୍ବାହ୍ନ ପ୍ରାୟ 11.15 ମିନିଟରେ ଅମୃତସର ବିମାନ ବନ୍ଦରରେ ଅବତରଣ କରିଥିଲେ । ସେଠାରେ ତାଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତା ସ୍ବାଗତ କରିଥିଲେ । ପରେ ସେ ସେଠାରୁ ସିଧା ଅମୃତସରର ପ୍ରସିଦ୍ଧ ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ଦର୍ଶନ କରିବା ସହ ମନ୍ଦିର ପରିସର ପରିଦର୍ଶନ କରିଥିଲେ । ରାହୁଲଙ୍କ ସହ ବହୁ ପ୍ରଦେଶ କଂଗ୍ରେସ ନେତା ମଧ୍ୟ ସାମିଲ ହୋଇଥିଲେ । ପ୍ରାର୍ଥନା ଓ ମନ୍ଦିର ପରିସର ପରିଦର୍ଶନ ପରେ ରାହୁଲ ଶ୍ରମଦାନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରସାଦ ସେବନରେ ବ୍ୟବହୃତ ପାତ୍ର ସଫା ହେଉଥିବା ସ୍ଥାନରେ ପହଞ୍ଚିଥିଲେ । ସେଠାରେ ସେ ମୁଣ୍ଡରେ ଏକ ନୀଳ ରଙ୍ଗର ସ୍କାର୍ଫ ବ୍ୟବହାର କରି କିଛି ବାସନ ସଫା କରିଥିଲେ ।

ତେବେ ଆଜି ଅମୃତସର ଗସ୍ତରେ ଥିବା ରାହୁଲ ନିକଟରେ ନିଜର ଏକାଧିକ ଗସ୍ତ ପାଇଁ ଚର୍ଚ୍ଚାରେ ରହିଛନ୍ତି । 3 ଦିନ ତଳେ ସେ ଦିଲ୍ଲୀର ଏକ ଫର୍ଣ୍ଣିଚର ବଜାରରେ ପହଞ୍ଚିଥିଲେ । ସେଠାରେ ସେ କାଠ କାରିଗରଙ୍କ ସହ ଆଲୋଚନା କରିବା ସହ ନିଜେ ଆସବାବପତ୍ର ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ଦେଖିଥିଲେ । ନିଜେ କରତ ଧରି କାଠ କାଟିଥିଲେ ରାହୁଲ । ଏହା ପୂର୍ବରୁ ସେ ଦିଲ୍ଲୀର ଏକ ଷ୍ଟେସନରେ କୁଲିଙ୍କ ସହ ଆଲୋଚନା କରିବା ସହ ମୁଣ୍ଡରେ ଲଗେଜ ମଧ୍ୟ ବୋହି ଚର୍ଚ୍ଚାକୁ ଆସିଥିଲେ ।

ଏହା ମଧ୍ୟ ପଢନ୍ତୁ :- ରାଜସ୍ଥାନରେ କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ: କହିଲେ 5 ବର୍ଷରେ ରାଜ୍ୟକୁ ଲୁଟିଛି, ଫେରୱେଲ୍‌ କାଉଣ୍ଟଡାଉନ ଆରମ୍ଭ

ତେବେ ଶିଖ ଧର୍ମର ଏହି ପବିତ୍ର ମନ୍ଦିରକୁ ଦର୍ଶନ କରିବାକୁ ଯାଉଥିବା ଶ୍ରଦ୍ଧାଳୁମାନେ ଶ୍ରମଦାନ କରିଥାନ୍ତି । ଏହାକୁ ସ୍ବର୍ଣ୍ଣ ମନ୍ଦିର ପରମ୍ପରାରେ ‘ସେବା’ ବୋଲି କୁହାଯାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସ୍ବର୍ଣ୍ଣ ମନ୍ଦିରରେ ପ୍ରାର୍ଥନା କରିବା ସମୟରେ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.