ETV Bharat / bharat

ଆସନ୍ତା 30ରେ ଗୋଆ ଗସ୍ତ କରିବେ ରାହୁଲ

author img

By

Published : Oct 28, 2021, 7:53 AM IST

ଗୋଆ ବିଧାନସଭା ନିର୍ବାଚନ 2022 । ଅକ୍ଟୋବର 30ରେ ଗୋଆ ଗସ୍ତ କରିବେ ରାହୁଲ । ବିଭିନ୍ନ କାର୍ଯ୍ୟକ୍ରମରେ କରିବେ ଅଂଶ ଗ୍ରହଣ । ଅଧିକ ପଢନ୍ତୁ...

30ରେ ଗୋଆ ଗସ୍ତ କରିବେ ରାହୁଲ
30ରେ ଗୋଆ ଗସ୍ତ କରିବେ ରାହୁଲ

ପାଣାଜୀ: ଆଗକୁ ଆସୁଛି ଗୋଆ ବିଧାନସଭା ନିର୍ବାଚନ । ନିର୍ବାଚନ ଜିତିବା ପାଇଁ କଂଗ୍ରେସ ଏବେଠୁ ଆରମ୍ଭ କଲାଣି କସରତ । ତେବେ ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତା ୩୦ରେ ଗୋଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ରାଜ୍ୟ କଂଗ୍ରେସର ମୁଖ୍ୟ ସୂଚନା ଦେଇଛନ୍ତି । ଏହି ଗସ୍ତ ସମୟରେ ରାହୁଲ ଗାନ୍ଧୀ ଏଠାରେ ଥିବା ବାମ୍ବୋଲିମର ଏସପିଏମ ଷ୍ଟାଡିୟମରେ ଏକ ସମ୍ମିଳନୀକୁ ସମ୍ବୋଧିତ କରିବେ ଏବଂ ସେହିଦିନ ଧାର୍ଯ୍ୟ ହୋଇଥିବା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବେ ।

ରାହୁଲ ଗାନ୍ଧୀ ଅକ୍ଟୋବର 30 ସକାଳ 11 ଟାରେ ପହଞ୍ଚିବେ । ଏହା ପରେ ସେ ଡୋନାପୈଲା ସ୍ଥିତ ଆନ୍ତର୍ଜାତୀୟ କେନ୍ଦ୍ରକୁ ଯିବେ । ଯେଉଁଠାରେ ସେ ଦଳୀୟ କର୍ମୀଙ୍କ ସହ ଏକ ବୈଠକ କରିବାରେ କାର୍ଯ୍ୟକ୍ରମ ରହିଛି । ଆସନ୍ତାବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ସେ ଦଳୀୟ କର୍ମୀ ଓ ନେତାଙ୍କୁ ନିର୍ବାଚନ ଜିତିବା ନେଇ ଗୁରୁମନ୍ତ୍ର ଦେବେ । ଏଥିପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କଲାଣି କଂଗ୍ରେସ ।

2017 ଗୋଆ ବିଧାନସଭା ନିର୍ବାଚନରେ ​​କଂଗ୍ରେସ 40 ସଦସ୍ୟ ବିଶିଷ୍ଟ ଆସନରୁ ସର୍ବାଧିକ 17 ଟି ଆସନ ଜିତିଥିଲା । ବିଜେପି ୧୩ ଭୋଟ ପାଇଁଥିଲା । କିନ୍ତୁ, ସାଫ୍ରନ୍ ପାର୍ଟି ଆଞ୍ଚଳିକ ଦଳ ସହ ମିଶି ଗଠବନ୍ଧନ କରିଥିଲା । ପରେ ସ୍ବର୍ଗତ ମନହୋର ପାରିକର କ୍ଷମତାକୁ ଆସିଥିଲେ । ସେହି ନିର୍ବାଚନ ସମୟରେ ବିଜେପି ଉପରେ ଭୋଟ ଚୋରି କରିଥିବା ଅଭିଯୋଗ ଲଗାଇଥିଲା କଂଗ୍ରେସ । ରାଜ୍ଯରେ ଦଳର ଦବଦବା ନ ଥିବାରୁ ବହୁ ବିଧାୟକ ଦଳ ଛାଡି ବିଜେପିରେ ମିଶିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.