ETV Bharat / bharat

ସେପ୍ଟେମ୍ବରରେ ବିଦେଶ ଗସ୍ତରେ ଯିବେ ରାହୁଲ ଗାନ୍ଧୀ

author img

By ETV Bharat Odisha Team

Published : Aug 29, 2023, 1:54 PM IST

ସେପ୍ଟେମ୍ବର ପ୍ରଥମ ସପ୍ତାହରେ 5 ଦିନିଆ ୟୁରୋପ ଗସ୍ତ କରିବେ ରାହୁଲ ଗାନ୍ଧୀ। ଅଧିକ ପଢନ୍ତୁ

Rahul Gandhi to visit Europe
Rahul Gandhi to visit Europe

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ବିଦେଶ ଗସ୍ତ କରିବେ ରାହୁଲ ଗାନ୍ଧୀ । ପ୍ରଥମ ସପ୍ତାହରେ ସେ 5 ଦିନିଆ ୟୁରୋପ ଗସ୍ତ କରିବାର ସମ୍ଭାବନା ରହିଛି । ଏହି ଗସ୍ତ ସମୟରେ ସେ ବେଲଜିୟମରେ ୟୁରୋପୀୟ ୟୁନିଅନ ସଦସ୍ୟଙ୍କୁ ଭେଟି ପାରନ୍ତି । ଏଥିସହ ପ୍ୟାରିସର ଏକ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଛାତ୍ରମାନଙ୍କୁ ସମ୍ବୋଧନ କରିପାରନ୍ତି । ବିଦେଶ ଗସ୍ତ ସମୟରେ ଏକ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବାର ସମ୍ଭାବନା ରହିଛି ।

ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଆଧାରରେ, ସେପ୍ଟେମ୍ବର ପ୍ରଥମ ସପ୍ତାହରେ 5ଦିନିଆ ପ୍ୟାରିସ ଗସ୍ତରେ ଯିବେ । ସେପ୍ଟେମ୍ବର 7 ତାରଖରେ ବ୍ରୁସେଲ୍ସରେ ୟୁରୋପୀୟ ୟୁନିଅନର ସଦସ୍ୟଙ୍କ ଦ୍ବାରା ଆୟୋଜିତ ଏକ ବୈଠକରେ ଯୋଗଦେବେ । ସେପ୍ଟେମ୍ବର 8 ତାରିଖରେ ପ୍ୟାରିସ୍‌ର ଏକ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ସମ୍ବୋଧିତ କରିବେ। ସେପ୍ଟେମ୍ବର 9 ରେ ପ୍ୟାରିସରେ ଲେବର ୟୁନିଅନର ଏକ ବୈଠକରେ ଅଂଶଗ୍ରହଣ କରିବେ । ସେପ୍ଟେମ୍ବର 10 ତାରିଖରେ ନରଓ୍ବେରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବେ । ତେବେ ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତ ଉପରେ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।

ଏହା ମଧ୍ୟ ପଢନ୍ତୁ-Rahul Gandhi US visit: ଅନୁରାଗ ଠାକୁର କହିଲେ ଦେଶକୁ ଅପମାନିତ କରୁଛନ୍ତି ରାହୁଲ

ପ୍ରକାଶ ଥାଉକି, ଚଳିତ ବର୍ଷ ମେ ମାସରେ ଆମେରିକା ଗସ୍ତ କରିଥିଲେ ୱାୟନାଡ ସାଂସଦ ରାହୁଲ ଗାନ୍ଧୀ। ମେ 31 ତାରିଖରେ ସେ ସାନ ଫ୍ରାନ୍ସିସ୍କୋରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଥିଲେ ରାହୁଲ । ଏହାପରେ ଜୁନ 1ରେ କାଲିଫର୍ଣ୍ଣିଆରେ ଏକା କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ବିଜେପି ସରକାରଙ୍କ ଉପରେ ଗୋପନୀୟତା ଓ ଡାଟା ଗୁପ୍ତଚରଗିରିର ଆରୋପ ଲଗାଇଥିଲେ ରାହୁଲ । ଜୁନ 4 ତାରିଖରେ ନ୍ୟୁୟର୍କ ସ୍ଥିତ ମାଡିସନ ସ୍କୋୟାର ଗାର୍ଡେନରେ ଏକ ରାଲିରେ ସାମିଲ ହୋଇଥିଲେ । ଏଠାରେ ସେ 5 ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଥିଲେ ରାହୁଲ । ଏହା ସହିତ ରାହୁଲ ୱାଶିଂଟନ ଓ କାର୍ଲିଫର୍ଣ୍ଣିଆ ଗସ୍ତ କରି ପ୍ୟାନେଲ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-Rahul in US: କହିଲେ ଜାଣିଥିଲି ଫୋନ୍‌ ଟ୍ୟାପ ହେଉଛି, କହିଥିଲି ‘ହାଲୋ ମିଷ୍ଟର ମୋଦି ’

ଗତ ମାର୍ଚ୍ଚରେ ରାହୁଲ ଲଣ୍ଡନ ଯାଇଥିଲେ । କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ସେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଗଣତନ୍ତ୍ର ଓ ସଂଖ୍ୟାଲଘୁ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ମିଡିଆଠାରୁ ନ୍ୟାୟପାଳିକା ଯାଏଁ ଏବେ ସବୁକିଛି ମୋଦି ସରକାରଙ୍କ ନିୟନ୍ତ୍ରଣରେ ରହିଛି ବୋଲି କହିଥିଲେ । ଲଣ୍ଡନରେ ରାହୁଲ ଦେଇଥିବା ବୟାନକୁ ନେଇ ସଂସଦରେ ହଙ୍ଗାମା ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.