ETV Bharat / bharat

କାଲି ସିଦ୍ଧୁ ମୁସେଓ୍ବାଲାଙ୍କ ପରିବାରକୁ ଭେଟିବେ ରାହୁଲ - ପଞ୍ଜାବ ଯିବେ ରାହୁଲ

କାଲି ପଞ୍ଜାବ ଯିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସିଦ୍ଧୁ ମୁସେଓ୍ବାଲାଙ୍କ ପରିବାରକୁ ଭେଟିବେ । ଆଜି ସକାଳେ ଭେଟିଥିଲେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ । ଅଧିକ ପଢନ୍ତୁ

କାଲି ସିଦ୍ଧୁ ମୁସେଓ୍ବାଲାଙ୍କ ପରିବାରକୁ ଭେଟିବେ ରାହୁଲ

author img

By

Published : Jun 6, 2022, 7:35 PM IST

ନୂଆଦିଲ୍ଲୀ: ହତ୍ୟାର ଶିକାର ହୋଇଥିବା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲାଙ୍କ ପରିବାର ସଦସ୍ୟଙ୍କୁ ଭଟିବାରେ ଲାଗିଛନ୍ତି ଗୋଟିଏ ପରେ ଗୋଟିଏ ବଡ ରାଜନେତା । ପ୍ରଥମେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ, ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସିଦ୍ଧୁଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ହେବାର ପ୍ରତିଶତ୍ରୁତି ଦେଇ ସାରିଛନ୍ତି । ଏହି କ୍ରମରେ ସାମିଲ ହେବାକୁ ଯାଉଛନ୍ତି କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ । ଆସନ୍ତାକାଲି (ମଙ୍ଗଳବାର) ମୃତ ସିଦ୍ଧୁଙ୍କ ପରିବାରକୁ ଭେଟିବାକୁ ରାହୁଲ ପଞ୍ଜାବର ମାନସା ଗସ୍ତ କରିବାକୁ ଯାଉଛନ୍ତି । ପ୍ରଥମେ ଚଣ୍ଡିଗଡ ଓ ପରେ ରାହୁଲ ମାନସାରେ ପହଞ୍ଚିବା ନେଇ ଦଳ ପକ୍ଷରୁ କୁହାଯାଇଛି ।

ରାହୁଲଙ୍କ ଗସ୍ତ ନେଇ କଂଗ୍ରେସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି ସକାଳେ ବିମାନ ଯୋଗେ ରାହୁଲ ରାଜଧାନୀ ଚଣ୍ଡିଗଡରେ ପହଞ୍ଚିବେ । ସେଠାରୁ ସେ ସଡକ ପଥରେ ମାନସା ଗସ୍ତ କରିବେ । ସେଠାରେ ରାହୁଲ ମୃୃତ ସିଦ୍ଧୁଙ୍କ ମାତାପିତାଙ୍କ ସମେତ ପରିବାରର ଅନ୍ୟ ସମଦସ୍ୟଙ୍କ ସହ ଆଲୋଚନା କରିବେ । ଆଜି ପୂର୍ବାହ୍ନରେ ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଧ୍ୟ ମାନସା ଯାଇ ମୁସେଓ୍ବାଲାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ ।

ଘଟଣାରେ ଦୁଃଖ ପ୍ରକାଶ କରିବା ସହ ପଞ୍ଜାବ ପୋଲିସ ଓ କେନ୍ଦ୍ର ସରକାର ମିଳିତ ଭାବେ ହତ୍ୟାକାଣ୍ଡର ତଦନ୍ତ କରନ୍ତୁ ବୋଲି ପାଇଟଲ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ । ଏହି ହତ୍ୟାକାଣ୍ଡ ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି । ୩ ରାଜ୍ୟ ପଞ୍ଜାବ, ହରିୟାଣା ଓ ଦିଲ୍ଲୀ ପୋଲିସର ଏକାଧିକ ଟିମ ଘଟଣାର ତଦନ୍ତ ଜାରି ରଖିଛନ୍ତି । ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲେ ସୁଦ୍ଧା ହତ୍ୟାକାଣ୍ଡରେ ପ୍ରତ୍ୟେକ୍ଷ ସମ୍ପୃକ୍ତ ସୁଟରଙ୍କ ନିକଟରେ ପୋଲିସ ପହଞ୍ଚି ପାରିନାହିଁ । ପୂର୍ବ ଶତ୍ରୁତା ଓ ଗ୍ୟାଙ୍ଗଓ୍ବାର ହିଁ ହତ୍ୟାକାଣ୍ଡର କାରଣ ବୋଲି ପ୍ରାଥମିକ ତଦନ୍ତରୁ ପୋଲିସକୁ ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.