ETV Bharat / bharat

Congress Bharat Jodo Yatra: କନ୍ୟାକୁମାରୀରୁ ଆରମ୍ଭ ହୋଇ କଶ୍ମୀରରେ ହେବ ଶେଷ - ରାହୁଲ ଗାନ୍ଧୀ

ଆଜି 'ଭାରତ ଯୋଡୋ ଯାତ୍ରା'ର ଶୁଭାରମ୍ଭ କରିବେ ରାହୁଲ ଗାନ୍ଧୀ । ୧୫୦ ଦିନର ଏହି ଯାତ୍ରାରେ ୧୨ ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଦେଇ ଯାତ୍ରା କରିବେ କଂଗ୍ରେସ କର୍ମୀ । ଅଧିକ ପଢନ୍ତୁ

ଆଜିଠୁ କଂଗ୍ରେସର ଭାରତ ଯୋଡୋ ଯାତ୍ରା: କନ୍ୟାକୁମାରୀରୁ ଆରମ୍ଭ ହୋଇ କାଶ୍ମୀରରେ ହେବ ଶେଷ

author img

By

Published : Sep 7, 2022, 10:01 AM IST

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ କଂଗ୍ରେସର 'ଭାରତ ଯୋଡୋ ଯାତ୍ରା' (Congress Will Start Bharat Jodo Yatra Today) । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡୋ ଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇ ୧୨ ରାଜ୍ୟ ଦେଇ ଜମ୍ମୁ କଶ୍ମୀରରେ ଶେଷ ହେବ । ଆଜି ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ ଏହି ଅଭିଯାନ ଶୁଭାରମ୍ଭ କରିବେ । ଏହି ଅଭିଯାନରେ କନ୍ୟାକୁମାରୀ ଠାରୁ କାଶ୍ମୀର ଯାଏଁ ଦୀର୍ଘ ୩,୫୭୦ କିଲୋମିଟର ଯାଏଁ ପଦଯାତ୍ରା କରାଯିବ । ରାହୁଲଙ୍କ ସମେତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଏବଂ ବହୁ ବରିଷ୍ଠ କଂଗ୍ରେସ ନେତା ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ ।

ଭାରତ ଯୋଡୋ ଅଭିଯାନର ଶୁଭାରମ୍ଭ ପୂର୍ବରୁ ରାହୁଲ ଗାନ୍ଧୀ ତାମିଲନାଡୁ ଶ୍ରୀପେରୁମ୍ବୁଦୁରରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ନିଜ ପିତା ରାଜୀବ ଗାନ୍ଧୀଙ୍କ ସମାଧିସ୍ଥଳ ପରିଦର୍ଶନ କରିଛନ୍ତି । ଏହି ଠାରୁ ସେ କନ୍ୟାକୁମାରୀ ଅଭିମୁଖେ ଯାତ୍ରା କରିବେ । ସେଠାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ରାହୁଲଙ୍କ ତ୍ରିରଙ୍ଗା ପତାକା ପ୍ରଦାନ କରିବେ । ଏହାପରେ ଆଜି ଅପରାହ୍ନ ୫ଟାରେ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ଅଭିଯାନର ଶୁଭାରମ୍ଭ କରିବେ(Rahul Gandhi To Launch Bharat Jodo Yatra) ।

ଏହାମଧ୍ୟ ପଢନ୍ତୁ: ହୃଦ୍‌ଘାତରେ ଆଖି ବୁଜିଲେ କର୍ଣ୍ଣାଟକ ମନ୍ତ୍ରୀ ଉମେଶ କଟ୍ଟି

ଗୁରୁବାର ସକାଳୁ କଂଗ୍ରେସ ପଦଯାତ୍ରା ଆରମ୍ଭ କରିବ । ୧୫୦ ଦିନର ଏହି ଯାତ୍ରାରେ ୧୨ ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଦେଇ ଯାତ୍ରା କରିବେ କଂଗ୍ରେସ କର୍ମୀ । ରାହୁଲଙ୍କ ନେତୃତ୍ବରେ ମୋଟ ୧୧୮ କଂଗ୍ରେସ ନେତା ଓ କର୍ମୀ ପ୍ରତିଦିନ ୬ରୁ ୭ ଘଣ୍ଟା ପଦଯାତ୍ରା କରିବେ । ସମସ୍ତ ରାଜ୍ୟର କଂଗ୍ରେସ ସଭାପତିମାନେ ନିଜ ନିଜ ରାଜ୍ୟରେ ଏହି ପଦଯାତ୍ରା କରିବେ । ତେବେ ୧୫୦ ଦିନ ଏହି ଯାତ୍ରା ମଧ୍ୟରେ କଂଗ୍ରେସ ନେତା କୌଣସି ହୋଟେଲରେ ରହିବେ ନାହିଁ । ଅତି ସାଧାରଣ ଭାବେ ସେମାନେ ନିଜର ପୁରା ଯାତ୍ରା ଶେଷ କରିବେ । କଣ୍ଟେନରରେ ରାହୁଲ ଗାନ୍ଧୀଙ୍କ ରାତ୍ରି ରହଣି ପାଇଁ ବ୍ୟବସ୍ଥା କରାଯିବ । କଂଗ୍ରେସ ନେତାମାନଙ୍କ ପାଇଁ ପ୍ରାୟ ୬୦ଟି କଣ୍ଟେନର କନ୍ୟାକୁମାରୀ ପଠାଯିବାକୁ ପ୍ରସ୍ତୁତ ରଖାଯାଇଛି । ଏଥିରେ ବେଡ୍, ଶୌଚାଳୟ ଏବଂ ଏସି ବ୍ୟବସ୍ଥା ଥିବା ଜଣାପଡିଛି । ପ୍ରତ୍ୟେକ ଦିନ ଏକ ନୂଆ ସ୍ଥାନରେ କଣ୍ଟେନରକୁ ରଖାଯିବ ଏବଂ ରାତ୍ରି ସମୟରେ ସେମାନେ ଏଥିରେ ବିଶ୍ରାମ ନେବ । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଏହି ବିଶାଳ ପଦଯାତ୍ରା ଆରମ୍ଭ କରୁଛି । ଭାରତ ଯୋଡୋ ଅଭିଯାନ ମାଧ୍ୟମରେ ସମସ୍ତ କଂଗ୍ରେସ କର୍ମୀ ଏବଂ ସଦସ୍ୟଙ୍କୁ ଯୋଡିବା କଂଗ୍ରେସର ଉଦ୍ଦେଶ୍ୟ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.