ETV Bharat / bharat

ବଢ଼ୁଛି ରାହୁଲଙ୍କ ସମସ୍ୟା, ଶୁଣାଣି ବେଳେ ଉପସ୍ଥିତ ରହିବାକୁ ପାଟନା କୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Apr 12, 2023, 6:07 PM IST

ଭାରି ପଡୁଛି ରାହୁଲଙ୍କୁ ମୋଦି ସାଙ୍ଗିଆକୁ ନେଇ ଦେଇଥିବା ମନ୍ତବ୍ୟ । ପଟନାର ଏମପି-ଏମଏଲଏ ସ୍ବତନ୍ତ କୋର୍ଟରେ ଶୁଣାଣୀ ସମୟରେ ରାହୁଲ ଗନ୍ଧୀଙ୍କୁ ଉପସ୍ଥିତ ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ । ଉପସ୍ଥିତ ନରହିଲେ ଖାରଜ ହୋଇପାର ବେଲ୍‌ । ଅଧିକ ପଢ଼ନ୍ତୁ

ଭାରି ପଡୁଛି ମୋଦି ସାଙ୍ଗିଆକୁ ନେଇ ଦେଇଥିବା ମନ୍ତବ୍ୟ

ପାଟନା: ମୋଦି ସାଙ୍ଗିଆକୁ ନେଇ ଦେଇଥିବା ମନ୍ତବ୍ୟ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ବୁଧବାର ପାଟନାର ଏମପି-ଏମଏଲଏ ସ୍ବତନ୍ତ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି । ମାମଲାର ଶୁଣାଣି ସମୟରେ ରାହୁଲ ଗାନ୍ଧୀଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୨୫ ଏପ୍ରିଲରେ ଏହି ମାମଲା ପରବର୍ତ୍ତୀ ଶୁଣାଣୀ ସମୟରେ ଯଦି ରାହୁଲ ଗାନ୍ଧୀ ଉପସ୍ଥିତ ନରୁହନ୍ତି ତାଙ୍କର ଜାମିନ ଖରାଜ ହୋଇପାରେ । ମୋଦି ସାଙ୍ଗିଆକୁ ନେଇ ରାହୁଲଙ୍କ ବିବାଦୀୟ ବୟାନ ଉପରେ ସୁଶୀଲ ମୋଦି ଏହାକୁ ନେଇ ଏକ ମାମଲା ରୁଜୁ କରିଥଇଲେ । ଏହି ମାମଲାର ଶୁଣାଣି ପାଟନା ଏମପି-ଏମଏଲଏ କୋର୍ଟରେ କରାଯାଇଛି । ଏହି ଶୁଣାଣି ସମୟରେ ରାହୁଲ କୋର୍ଟରେ ଉପସ୍ଥିତ ନଥିଲେ ।

ରଦ୍ଦ ହୋଇପାରେ ରାହୁଲଙ୍କ ଜାମିନ: ଆଜି ଶୁଣାଣf ପୂର୍ବରୁ ରାହୁଲ ଗାନ୍ଧୀଙ୍କ ଓକିଲ ରାହୁଲଙ୍କ ବିନା ଉପସ୍ଥିତିରେ କୋର୍ଟ କର୍ଯ୍ୟ କରାଯିବା ନେଇ ଆବେଦନ କରିଥିଲେ । ରାହୁଲ ଗାନ୍ଧୀଙ୍କ ଓକିଲ ଆବେଦନକୁ ବିରୋଧରେ ସୁଶୀଲ ମୋଦିଙ୍କ ଓକିଲ ମଧ୍ୟ ଆବେଦନ କରିଥିଲେ କି ରାହୁଲଙ୍କ ବେଲ ବଣ୍ଡ୍‌ ରଦ୍ଦ କରାଯାଉ । କୋର୍ଟ ରାହୁଲ ଗାନ୍ଧୀଙ୍କ ଓକିଲଙ୍କ ଆବେଦନକୁ ଅସ୍ବୀକାର କରି ପରବର୍ତ୍ତୀ ଶୁଣାଣୀ ଦିନ ରାହୁଲ ଗାନ୍ଧୀଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଯଦି ରାହୁଲ ଗାନ୍ଧୀ ୨୫ ଏପ୍ରିଲକୁ କୋର୍ଟରେ ହାଜିର ନହୁଅନ୍ତି ତାଙ୍କର ଜାମିନ ଖାରଜ ହୋଇପାରେ ।

ରାହୁଲ ଗାନ୍ଧୀଙ୍କ ଓକିଲ ଅଂଶୁଲ କୁମାର କହିଛନ୍ତି,"ଆମକୁ ୨୫ ଏପ୍ରିଲ ପର୍ଯ୍ୟନ୍ତ ସମୟ ସୀମା ମିଳିଛି । ପରବର୍ତ୍ତୀ ଶୁଣାଣୀରେ ୩୧୩ ଅନୁଯାୟୀ ବୟାନ ରେକର୍ଡ କରାଯିବ । ଏହାସହ ରାହୁଲ ପରବର୍ତ୍ତୀ ଶୁଣାଣୀରେ ଉପସ୍ଥିତ ରହିବେ ବୋଲି ତାଙ୍କ ଓକିଲ କହିଛନ୍ତି । "ଅନ୍ୟପଟେ ସୁଶୀଲ ମୋଦିଙ୍କ ଓକିଲ ଏସଡି ସଞ୍ଜୟ ମୋଦି କହିଛନ୍ତି,‘‘ରାହୁଲ ଗାନ୍ଧୀଙ୍କ ଓକିଲଙ୍କୁ କୋର୍ଟ ଅଣ୍ଡରଟେକିଂ ଦେବାକୁ କହିଛନ୍ତି । ରାହୁଲ ଗାନ୍ଧୀ ପରବର୍ତ୍ତୀ ଶୁଣାଣୀରେ ଉପସ୍ଥିତ ରହିବେ । ଯଦି ତାଙ୍କ ଓକିଲ ତାଙ୍କୁ ପରବର୍ତ୍ତୀ ଶୁଣାଣୀ ସମୟରେ ଉପସ୍ଥିତ ନକରାଇ ପାରନ୍ତି, ତେବେ ରାହୁଲଙ୍କ ଜାମିନ ଖାରଜ ହୋଇପାରେ ।"

୨୦୧୯ ମହିସାରେ କ’ଣ ହୋଇଥିଲା ? : ୨୦୧୯ ମସିହାରେ କର୍ଣ୍ଣାଟକର ଏକ ସଭାରେ ମୋଦି ସାଙ୍ଗିଆକୁ ନେଇ ଏକ ବୀବାଦୀୟ ମନ୍ତବ୍ୟ ଦେଇଥିଲେ ରାହୁଲ ଗାନ୍ଧୀ । ଏନେଇ ପାଟନା କୋର୍ଟରେ ବିଜେପି ବିଧାୟକ ସୁଶୀଲ କୁମାର ମୋଦି କେସ ଦାଖଲ କରିଥିଲେ । ସୁଶୀଲ କହିଥିଲେ ରାହୁଲ ମୋଦି ସମାଜକୁ ନିଚା ଦେଖାଇବାକୁ ଚେଷ୍ଟା କରି ଅପମାନିତ କରିଛନ୍ତି । ଏହି ମାମଲକୁ ଆଧାର କରି ସୁରଟ କୋର୍ଟ ରାହୁଲଙ୍କୁ ୨ ବର୍ଷ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ । ଏହାପରେ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜାମିନ ମିଳିଥିଲେ ସୁଦ୍ଧା ତାଙ୍କ ସଦସ୍ୟତା ରଦ୍ଦ କରିଛନ୍ତି ବାଚସ୍ପତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.