ETV Bharat / bharat

ଆଜି କୋଲାରରେ ରାଲିକୁ ସମ୍ବୋଧନ କରିବେ ରାହୁଲ, ଏଇଠି ମୋଦି ସରନେମ ଉପରେ ଦେଇଥିଲେ ଟିପ୍ପଣୀ

author img

By

Published : Apr 16, 2023, 9:29 AM IST

ଯେଉଁ ସ୍ଥାନରେ ମୋଦି ଉପନାମକୁ ନେଇ ଦେଇଥିବା ବିବାଦୀୟ ଟିପ୍ପଣୀ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସେହି ସ୍ଥାନରେ ଆଜି ଏକ ରାଲିକୁ ସମ୍ବୋଧନ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେହି ସ୍ଥାନ ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର । ଅଧିକ ପଢନ୍ତୁ

କୋଲାରରେ ରାଲିକୁ ସମ୍ବୋଧନ କରିବେ ରାହୁଲ
Rahul Gandhi to adress rally today

ବେଙ୍ଗାଲୁରୁ: ସେହି ସ୍ଥାନ, ସେହି ନିର୍ବାଚନୀ ସମୟ । ଫରକ ଖାଲି ବର୍ଷର । ସେବେ ଥିଲା 2019 ଆଉ ଆଜି 2023 । ଯେଉଁ ସ୍ଥାନରେ ମୋଦି ସାଙ୍ଗିଆ ବା ମୋଦି ସରନେମକୁ ଦେଇଥିବା ବିବାଦୀୟ ଟିପ୍ପଣୀ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସେହି ସ୍ଥାନରେ ଆଜି ଏକ ରାଲିକୁ ସମ୍ବୋଧନ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । କର୍ଣ୍ଣାଟକର କୋଲାରରେ ଏକ ରାଲି କରିବେ ରାହୁଲ । ସାଂସଦ ପଦ ଯିବା ପରେ ଏହା ରାହୁଲଙ୍କ ଦ୍ବିତୀୟ ରାଲି । ପୂର୍ବରୁ ଗତ 11 ତାରିଖରେ କେରଳର ୱାଇନାଡରେ ଏକ ରୋଡ ସୋ କରିଥିଲେ । ପୂର୍ବାହ୍ନ 11ଟାରେ 'ଜୟ ଭାରତ' ନାମକ ଏକ ରାଲି କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ପୂର୍ବାହ୍ନ 10ଟା ସୁଦ୍ଧା ସେ ବେଙ୍ଗାଲୁରୁରେ ପହଞ୍ଚିବେ । ଏହାପରେ କୋଲାର ଗସ୍ତ କରିବେ । ସେଠାରେ 'ଜୟ ଭାରତ' ରାଲିକୁ ସମ୍ବୋଧନ କରିବେ । ଏହି ରାଲିରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧୀ, ବିରୋଧୀ ଦଳ ନେତା ସିଦ୍ଧରମୟା, କେପିସିସି ସଭାପତି ଡିକେ ଶିବକୁମାରଙ୍କ ସମେତ ଅନେକ ନେତା ଯୋଗ ଦେବେ । 'ଜୟ ଭାରତ' ରାଲିରେ ପାଖାପାଖି 1 ଲକ୍ଷରୁ ଅଧିକ ଲୋକ ସାମିଲ ହେବେ ବୋଲି ଦଳୀୟ ନେତା ଆଶା କରିଛନ୍ତି ।

ଗତକାଲି (ଶନିବାର) କଂଗ୍ରେସ ନେତା କୋଲାର ଗସ୍ତ କରି ରାଲିର ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ । ପ୍ରଥମେ ଏପ୍ରିଲ 5 ଓ 9 ତାରିଖରେ ରାଲି ହେବା ନେଇ ନିଷ୍ପତ୍ତି ହୋଇଥିଲା ମାତ୍ର ପରବର୍ତ୍ତୀ ସମୟରେ 16 ତାରିଖ ଆର୍ଥାତ ଆଜିକୁ ଘୁଞ୍ଚାଇ ଦିଆଯାଇଥିଲା । ରାଲି ପରେ ସନ୍ଧ୍ୟାରେ ବେଙ୍ଗାଲୁରୁ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ନିକଟରେ ଇନ୍ଦିରା ଗାନ୍ଧୀ ଭବନର ଉଦଘାଟନ କରାଯିବ । ଏହି ଭବନରେ 750 ସଦସ୍ୟ ବସିବା କ୍ଷମତା ରହିଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଏହା ବି ପଢନ୍ତୁ...Atiq Ahmed Murder: ଉତ୍ତରପ୍ରଦେଶରେ ୧୪୪ ଧାରା ଲାଗୁ, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ଏହା ବି ପଢନ୍ତୁ...Emergency Landing: ବାଗଦୋଗ୍ରା ଯାଉଥିବା ବିମାନର ହାଇଡ୍ରୋଲିକ୍ ଫେଲ୍, ଦିଲ୍ଲୀରେ ଜରୁରୀ ଅବତରଣ

ଏହି ସ୍ଥାନରେ ମୋଦି ସରନେମକୁ ନେଇ ଦେଇଥିଲେ ବିବଦୀୟ ବୟାନ: 2019 ଏପ୍ରିଲ 13 ତାରିଖରେ କର୍ଣ୍ଣାଟକ ଲୋକସଭା ନିର୍ବାଚନରେ କର୍ଣ୍ଣାଟକର କୋଲାରରେ ଏକ ରାଲିକୁ ସମ୍ଭୋଧନ କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେଠାରେ ସେ ମୋଦି ସାଙ୍ଗିଆକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ସେ କହିଥିଲେ ସବୁ ଚୋରଙ୍କ ଉପନାମ ବା ସରନେମ ମୋଦି କାହିଁକି ? ଯେପରି ନୀରବ ମୋଦି, ଲଳିତ ମୋଦି । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ନିଶାନା କରିଥିଲେ । ରାହୁଲଙ୍କ ଏହି ମନ୍ତବ୍ୟ ପରେ ଜୋରଦାର ହଙ୍ଗାମା ହୋଇଥିଲା । ରାହୁଲଙ୍କ ନାମରେ ମାମଲା ରୁଜୁ ହୋଇଥିବା । 4 ବର୍ଷ ପୁରୁଣା ମାମଲାର ଶୁଣାଣି କର ଗତ ମାର୍ଚ୍ଚ 23 ତାରିଖରେ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି 2 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ସୁରଟ ଜିଲ୍ଲା କୋର୍ଟ । ଏହା ପରେ ରାହୁଲଙ୍କ ସାଂସଦ ସଦସ୍ୟତା ରଦ୍ଦ ହୋଇଥିଲା ।

ପ୍ରକାଶଥାଉ କି, ମଇ 10ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ମଇ 13 ତାରିଖରେ ଫଳାଫଳ ପ୍ରକାଶ ପାଇବ । କଂଗ୍ରେସ ତାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିସାରିଛି । ପ୍ରଥମ ପର୍ଯ୍ୟାୟରେ 124, ଦ୍ବିତୀୟ ପର୍ଯ୍ୟାୟରେ 41 ଓ ତୃତୀୟ ପର୍ଯ୍ୟାୟରେ 43 ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଥିଲା । 224 ଆସନରେ କର୍ଣ୍ଣାଟକ ନିର୍ବାଚନ ଅନୁଷ୍ଠିତ ହେବ । କୋଲାର ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.