ETV Bharat / bharat

COVID ମୃତ୍ୟୁ ସଂଖ୍ୟାକୁ ନେଇ ମୋଦିଙ୍କୁ ରାହୁଲଙ୍କ ନିଶାନା, କ୍ଷତିପୂରଣ ଦାବି

author img

By

Published : Apr 17, 2022, 5:31 PM IST

Updated : Apr 18, 2022, 8:06 AM IST

ପ୍ରଖ୍ୟାତ ବିଦେଶୀ ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ଟାଇମ୍ସରେ ମଧ୍ୟ ଭାରତରେ COVID-19 ମୃତ୍ୟୁ ସଂଖ୍ୟାକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଦର୍ଶାଯାଇଛି ଯେ, ଭାରତ ସରକାରଙ୍କ ସରକାରୀ କୋଭିଡ ମୃତ୍ୟୁ ସଂଖ୍ୟା ଠାରୁ ବାସ୍ତବ ସଂଖ୍ୟା ଯଥେଷ୍ଟ ଅଧିକ । ଅଧିକ ପଢନ୍ତୁ

Rahul Gandhi targets PM Modi
Rahul Gandhi targets PM Modi

ନୂଆଦିଲ୍ଲୀ: ପୁଣି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟାର୍ଗେଟରେ କେନ୍ଦ୍ର ସରକାର । ପେଟ୍ରାଲ, ଡିଜେଲ ଦର ବୃଦ୍ଧି, ଚାଷୀ ସମସ୍ୟା କିମ୍ବା ଦେଶର ଅନ୍ୟ କିଛି ପ୍ରସଙ୍ଗରେ ଲଗାତାର କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଆସୁଛନ୍ତି ରାହୁଲ । ତେବେ କୋରୋନା ମୃତ୍ୟୁକୁ ନେଇ ରବିବାର ଟ୍ବିଟ୍‌ କରି ପୁଣି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ।

  • मोदी जी ना सच बोलते हैं, ना बोलने देते हैं।

    वो तो अब भी झूठ बोलते हैं कि oxygen shortage से कोई नहीं मरा!

    मैंने पहले भी कहा था - कोविड में सरकार की लापरवाहियों से 5 लाख नहीं, 40 लाख भारतीयों की मौत हुई।

    फ़र्ज़ निभाईये, मोदी जी - हर पीड़ित परिवार को ₹4 लाख का मुआवज़ा दीजिए। pic.twitter.com/ZYKiSK2XMJ

    — Rahul Gandhi (@RahulGandhi) April 17, 2022 " class="align-text-top noRightClick twitterSection" data=" ">

मोदी जी ना सच बोलते हैं, ना बोलने देते हैं।

वो तो अब भी झूठ बोलते हैं कि oxygen shortage से कोई नहीं मरा!

मैंने पहले भी कहा था - कोविड में सरकार की लापरवाहियों से 5 लाख नहीं, 40 लाख भारतीयों की मौत हुई।

फ़र्ज़ निभाईये, मोदी जी - हर पीड़ित परिवार को ₹4 लाख का मुआवज़ा दीजिए। pic.twitter.com/ZYKiSK2XMJ

— Rahul Gandhi (@RahulGandhi) April 17, 2022

ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାହୁଲ ଏକ କଟାକ୍ଷପୂର୍ଣ୍ଣ ଟ୍ବିଟ୍‌ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ''ମୋଦିଜୀ ନା ସତ କୁହନ୍ତି ନା କାହାକୁ କୁହାଇଦିଅନ୍ତି, ସେ ଏବେ ବି ମିଛ କହୁଛନ୍ତି କି ଅକ୍ସିଜେନ ଅଭାବ କାରଣରୁ କାହାର ମୃତ୍ୟୁ ହୋଇନାହିଁ । ମୁଁ ଆଗରୁ ବି କହିଛି କୋରୋନାରେ ସରକାରଙ୍କ ଅବହେଳାରୁ ୫ ଲକ୍ଷ ନୁହନ୍ତି ୪୦ ଲକ୍ଷ ଭାରତୀୟଙ୍କ ମୃତ୍ୟୁ ହୋଇଛି ।" ମୋଦି ଜୀ କର୍ତ୍ତବ୍ୟ ତୁଲାନ୍ତୁ ସମସ୍ତ ପୀଡିତଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଆର୍ଥିକ କ୍ଷତିପୂରଣ ପ୍ରଦାନ କରନ୍ତୁ ।"

COVID-19 କାରଣରୁ ଦେଶରେ ମୃତ୍ୟୁ ସଂଖ୍ୟା ଆକଳନ କରିବାକୁ WHO କୌଶଳ ଗ୍ରହଣ କରିବା ଉପରେ ଆପତ୍ତି ରହିଥିବା ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଭାରତ ଭଳି ବିଶାଳ ଜନସଂଖ୍ୟାର ଦେଶ ଓ ଅଳ୍ପ ଜନସଂଖ୍ୟା ବିଶିଷ୍ଟ ଅନ୍ୟ ଦେଶ ପାଇଁ କୋଭିଡ ମୃତ୍ୟୁ ସଂଖ୍ୟା ଗଣନା କରିବାକୁ ସମାନ ଗାଣିତିକ ମଡେଲ ଉପଯୋଗ କରାଯାଇପାରିବ ନାହିଁ ।

ପ୍ରଖ୍ୟାତ ବିଦେଶୀ ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ଟାଇମ୍ସରେ ମଧ୍ୟ ଭାରତରେ COVID-19 ମୃତ୍ୟୁ ସଂଖ୍ୟାକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଦର୍ଶାଯାଇଛି ଯେ, ଭାରତ ସରକାରଙ୍କ ସରକାରୀ କୋଭିଡ ମୃତ୍ୟୁ ସଂଖ୍ୟା ଠାରୁ ବାସ୍ତବ ସଂଖ୍ୟା ଯଥେଷ୍ଟ ଅଧିକ । WHOର COVID ଜନିତ ମୃତ୍ୟୁ ସଂଖ୍ୟା ଆକଳନ ମଡେଲକୁ ଭାରତ ବ୍ୟବହାର ନ କରି ପ୍ରକୃତ ସଂଖ୍ୟା ସାର୍ବଜନୀନ କରିବାରେ ପଛଘୁଞ୍ଚା ଦେଉଛି । ଏହି ରିପୋର୍ଟ ଆଧାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶରେ ପ୍ରକୃତ କୋଭିଡ ଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇବା ସହ କ୍ଷତିପୂରଣ ଦାବି କରିଛନ୍ତି ।

Last Updated : Apr 18, 2022, 8:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.