ETV Bharat / bharat

ଭାରତର ସ୍ଥିତି ଭଲ ନାହିଁ, ବିପଦରେ ଗଣତନ୍ତ୍ର, ଭୁଶୁଡୁଛି ସାମ୍ବିଧାନିକ ଅନୁଷ୍ଠାନ: ରାହୁଲ ଗାନ୍ଧୀ - କେନ୍ଦ୍ରକୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

ଭଲ ସ୍ଥିତିରେ ନାହିଁ ଦେଶ, କିରୋସିନି ଛିଞ୍ଚିବା କାମ କରୁଛି ବିଜେପି । ଦେଶରେ ଘରୋଇ ଏକାଧିକାରକୁ ମିଳୁଛି ସରକାରୀ ପ୍ରୋତ୍ସାହନ । ଲଣ୍ଡନ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଆୟୋଜିତ ଆଲୋଚନା ଚକ୍ରରେ ବିଜେପି ସରକାର ଉପରେ ବର୍ଷିଲେ ରାହୁଲ ଗାନ୍ଧୀ । କଡା ଯବାବ ରଖିଲା ବିଜେପି । ଅଧିକ ପଢନ୍ତୁ

ଦେଶରେ ଘରୋଇ ଏକାଧିକାରକୁ ପ୍ରୋତ୍ସାହିତ କରୁଛି ବିଜେପି ସରକାର: ରାହୁଲ ଗାନ୍ଧୀ

author img

By

Published : May 21, 2022, 4:41 PM IST

Updated : May 21, 2022, 4:58 PM IST

ଲଣ୍ଡନ: ବ୍ରିଟେନର କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଆୟୋଜିତ ଆଲୋଚନାଚକ୍ର ‘ଆଇଡିଆଜ୍ ଫର ଇଣ୍ଡିଆ’ ରେ ଅଂଶ ଗ୍ରହଣ କରିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ଦଳ ମୁଖ୍ୟ ରାହୁଲ ଗାନ୍ଧୀ । ଏହି ଆଲୋଚନାଚକ୍ରରେ ନିଜର ମତ ରଖି ଏକାଧିକ ପ୍ରସଙ୍ଗରେ ନରେନ୍ଦ୍ର ମୋଦି ନେତୃତ୍ବାଧୀନ ବିଜେପି ସରକାର ଓ ଆରଏସଏସକୁ କଡା ସମାଲୋଚନା କରିଛନ୍ତି ରାହୁଲ । ଦେଶରେ ଜାରି ରହିଥିବା ସାମ୍ପ୍ରତିକ ସ୍ଥିତ ଓ ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେପି ସରକାରର ନୀତି ଓ ବିଫଳତାକୁ କଡା ସମାଲୋଚନା କରିଛନ୍ତି ରାହୁଲ । ସାମ୍ପ୍ରଦାୟିକ ହିଂସା, ଘରୋଇକରଣ ଓ ଜାତୀୟ ସୁରକ୍ଷା ପ୍ରସଙ୍ଗରେ କେନ୍ଦ୍ରର ନୀତିକୁ କଡା ସମାଲୋଚନା କରିଛନ୍ତି ରାହୁଲ ।

ବିଜେପି ଦେଶରେ କିରୋସିନି ଢାଳିବାର କାର୍ଯ୍ୟ କରୁଛି:-

ଦେଶ ବର୍ତ୍ତମାନ ଭଲ ସ୍ଥିତିରେ ନାହିଁ । ଦେଶରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଏକ ଚିଙ୍ଗାରୀର ଆବଶ୍ୟକତା ରହିଥିବା ପରି ସ୍ଥିତି ଦେଖିବାକୁ ମିଳିଲାଣି । ଏପରି ସମୟରେ କେନ୍ଦ୍ରରେ ଶାସନାଧିନ ଭାରତୀୟ ଜନତା ପାର୍ଟି ଦେଶରେ କିରୋସିନି ଛିଞ୍ଚିବାର କାର୍ଯ୍ୟ ଜାରି ରଖିଛି । ତେବେ ଏପରି ସ୍ଥିତିରେ କଂଗ୍ରେସ ପ୍ରତ୍ୟେକ ବ୍ୟକ୍ତି, ସମୂଦାୟ, ଧର୍ମ ଓ ରାଜ୍ୟକୁ ଏକାସାଙ୍ଗରେ ନେଇ ଆଗକୁ ବଢିବାରେ ପ୍ରାୟସ ଜାରି ରଖିଥିବା ରାହୁଲ କହିଛନ୍ତି ।

ସେହିପରି ରାହୁଲ ଭାରତୀୟ ଜନତା ପାର୍ଟିର ବିଜୟ ଓ କଂଗ୍ରେସର ଶୋଚନୀୟ ହାରର କାରଣ ମଧ୍ୟ କହିଛନ୍ତି । ମିଡିଆ ଟ୍ରାଏଲ ପାଇଁ ଭାରତୀୟ ଜନତା ପାର୍ଟିକୁ ଲାଭ ପହଞ୍ଚୁଛି । ଦେଶକୁ ଯେଉଁ ସବୁ ସଂସ୍ଥା ନିର୍ମାଣ କରିଥିଲେ, ସେହି ସବୁ ସଂସ୍ଥା ଉପରେ ବିଜେପି ସରକାର ଆକ୍ରମଣ କରିବାର ଲାଗିଛି । ସଂସ୍ଥାଗୁଡିକ ଏବେ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର ହେବାରେ ଲାଗିଛି ବୋଲି ରାହୁଲ କହିଛନ୍ତି ।

ଦେଶରେ ବଢୁଛି ଘରୋଇ ଏକାଧିକାର ନୀତି:-

ସେହିପରି ଘରୋଇକରଣ ଉପରେ ମତ ରଖି ରାହୁଲ କହିଛନ୍ତି, ଦେଶରେ ବର୍ତ୍ତମାନ ଘରୋଇ କ୍ଷେତ୍ରର ଏକାଧିକାର ପଲିସି ଆରମ୍ଭ ହୋଇଛି । ନିଜେ କେନ୍ଦ୍ର ସରକାର ଏହି ଏକାଧିକାର ନୀତିର ପ୍ରୋତ୍ସାହନରେ ଲାଗିଛନ୍ତି । ଦେଶର ବିମାନ ବନ୍ଦର, ବନ୍ଦର ପରି ବୃହତ୍ତ ଭିତ୍ତିଭୂମି ଉପରେ କିଛି ନିର୍ଦ୍ଦିଷ୍ଟ ଘରୋଇ କମ୍ପାନୀର ମାଲିକାନା ଏକ ଭୟଙ୍କର ପରମ୍ପରା ସୃଷ୍ଟି କରୁଛି । ସେହିପରି ଦେଶର ଗଣମାଧ୍ୟକୁ ମଧ୍ୟ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇ ସାରିଥିବା ରାହୁଲ କହିଛନ୍ତି ।

ଭାରତ-ଚୀନ ବିବାଦ ପ୍ରସଙ୍ଗରେ ବିଜେପିକୁ କଲେ ଦାୟୀ :-

ସେହିପରି ଭାରତ-ଚୀନ ସମ୍ପର୍କରେ ତିକ୍ତତା ତଥା ଜାତୀୟ ସୁରକ୍ଷା ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ଉପରେ ବର୍ଷିଛନ୍ତି ରାହୁଲ । ଋଷ ୟୁକ୍ରେନରେ ଯେପରି କାର୍ଯ୍ୟ ଜାରି ରଖିଛି ଠିକ ସେମିତି କାର୍ଯ୍ୟକଳାପ ଚୀନ ମଧ୍ୟ ଲଦାଖରେ ଜାରି ରଖିଛି । କିନ୍ତୁ ବିଜେପି ସରକାର ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ନୁହେଁ । ଚୀନ ସେନା ଲଦାଖ ଓ ଡୋକଲାମରେ ପ୍ରବେଶ କରି ସାରିଛି । ପୋଙ୍ଗୟାଙ୍ଗ କ୍ଷେତ୍ରେର ଚୀନ ସାମରିକ ଭିତ୍ତିଭୂମି ମଧ୍ୟ ସୁଦୃଢ କରିବାରେ ଲାଗିଛି । ତେବେ ଚୀନ ଏକ ଲମ୍ବା ଯୋଜନାରେ ପ୍ରସ୍ତୁତିରେ ଥିବା ପରି ମନେ ହେଉଥିବା ବେଳେ ବିଜେପି ସରକାର କିନ୍ତୁ ଏହି ପ୍ରସଙ୍ଗକୁ ଏଡାଇବାକୁ ଚାହୁଁଛି ବୋଲି ରାହୁଲ କହିଛନ୍ତି ।

କାହା କଥା ଶୁଣୁନାହାଁନ୍ତି ମୋଦି-

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର କୌଣସି ଜଣଙ୍କ କଥା ଶୁଣିବାକୁ ନାରାଜ । ନିଜ ମନ ମୁତାବକ ସମସ୍ତ କାର୍ଯ୍ୟ କରୁଛନ୍ତି ମୋଦି । ଏପରିକି ବିଭିନ୍ନ ବିଭାଗ ମଧ୍ୟ ପୂର୍ବପେକ୍ଷା ଅଧିକ ସମ୍ବେଦନହୀନ କାର୍ଯ୍ୟ କରୁଛି । ଏପରିକି ଏକଚାଟିଆ ପ୍ରକାରେ କାର୍ଯ୍ୟ ଚାଲିଛି । ଭାରତୀୟ ବିଦେଶ ବିଭାଗ ମଧ୍ୟ ଆଗ ପରି ନମ୍ରତାର ସହ କାର୍ଯ୍ୟ କରୁନାହିଁ ବୋଲି ରାହୁଲ କହିଛନ୍ତି ।

ତେବେ ଏହି ଆୟୋଜିତ କାର୍ଯ୍ୟକ୍ରମରେ ସିପିଆଇଏମ ନେତା ତଥା ମହାସଚିବ ସୀତାରାମ ୟାଚୁରୀ, କଂଗ୍ରେସ ନେତା ସଲମାନ ଖୁର୍ସିଦ୍ଦ, ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସମେତ ବହୁ ବିରୋଧୀଦଳ ନେତା ମଧ୍ୟ ରାହୁଲଙ୍କ ସହ ଅଂଶଗ୍ରହଣ କରିଥିଲେ । ତେବେ ରାହୁଲ ଏପରି ମନ୍ତବ୍ୟ ନେଇ ଦେଶରେ ରାଜନୀତି ଆରମ୍ଭ ହୋଇଗଲାଣି । ବିଜେପି ଏହାକୁ ସମାଲୋଚନା କରି କଂଗ୍ରେସ ଓ ରାହୁଲଙ୍କୁ ଟାର୍ଗେଟ କରିବା ଆରମ୍ଭ କଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 21, 2022, 4:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.