ETV Bharat / bharat

Rahul Gandhi Europe Visit: ଋଷ-ୟୁକ୍ରେନ ଯୁଦ୍ଧରେ ମୋଦି ସରକାରଙ୍କ ଆଭିମୁଖ୍ୟକୁ ରାହୁଲଙ୍କ ସମର୍ଥନ - ଋଷ ୟୁକ୍ରେନ ଯୁଦ୍ଧ

ବିଦେଶରେ ମୋଦି ସରକାରଙ୍କୁ ସମର୍ଥନ କଲେ ୟୁରୋପ ଗସ୍ତରେ ଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ସେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Sep 8, 2023, 4:33 PM IST

Updated : Sep 8, 2023, 5:19 PM IST

ବେଲଜିୟମ: ମୋଦି ସରକାରଙ୍କୁ ସମର୍ଥନ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ୟୁରୋପ ଗସ୍ତରେ ଥିବା ରାହୁଲ ଏକ ପ୍ରେସ କନଫରେନ୍ସରେ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟକୁ ସେ ସମର୍ଥନ କରିଛନ୍ତି । ୟୁରୋପ ରାଜଧାନୀ ବ୍ରୁସେଲରେ କିଛି ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଋଷ-ୟୁକ୍ରେନ ଯୁଦ୍ଧରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ନେଇ ବିରୋଧୀ ଦଳର ମତ କଣ ? ଏହାର ଉତ୍ତର ରଖି ରାହୁଲ ମୋଦି ସରକାରଙ୍କୁ ସମର୍ଥନ କରିଛନ୍ତି ।

  • #WATCH | Belgium, Europe | When asked about Leader of Opposition Mallikarjun Kharge not being invited to the G20 Summit in Delhi, Congress MP Rahul Gandhi says, "What is contrary about it? They have decided not to invite the Leader of the Opposition. It tells you something. It… pic.twitter.com/OlnTjVi9qB

    — ANI (@ANI) September 8, 2023 " class="align-text-top noRightClick twitterSection" data=" ">

ତେବେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖି ରାହୁଲ କହିଥିଲେ, "ସବୁ ଦିଗକୁ ଦୃଷ୍ଟିରେ ରଖି ମୋର ମତ ଏହା ଯେ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଭାରତର ବର୍ତ୍ତମାନ ସ୍ଥିତି ସହିତ ବିରୋଧୀ ଦଳ ମଧ୍ୟ ସହମତ । ଋଷ ସହିତ ଆମର ସମ୍ପର୍କ ଭଲ ଅଛି । ଏପରି ସ୍ଥିତିରେ ଏହି ସଂଘର୍ଷକୁ ନେଇ ଭାରତର ଆଭିମୁଖ୍ୟ ସହିତ ବିରୋଧୀ ଦଳ ଖପ୍ପା ନାହିଁ । ବିରୋଧୀ ଦଳ ଏ ନେଇ କେନ୍ଦ୍ର ସରକାରଙ୍କୁ ସମର୍ଥନ କରୁଛି ।" ରାହୁଲ ମଙ୍ଗଳବାର (ସେପ୍ଟେମ୍ବର ୫) ତାରିଖରୁ ୟୁରୋପ ଗସ୍ତରେ ଥିବା ବେଳେ ଗୁରୁବାର ୟୁରୋପୀୟ ସାଂସଦଙ୍କୁ ଭେଟିଛନ୍ତି ।

  • #WATCH | Belgium, Europe | Congress MP Rahul Gandhi says, "I think the G 20 is an important conversation. It is a good thing that India is hosting it. Of course, there are issues in India that we raise but the framing - that are they giving them a free pass - is not exactly… pic.twitter.com/KRxLHuQAQh

ଏହା ବି ପଢନ୍ତୁ- Rahul Gandhi Europe tour: ୟୁରୋପ ଯାତ୍ରା କଲେ ରାହୁଲ, G20 ବୈଠକ ପରେ ଭାରତ ଫେରିବେ

ଏପଟେ ଭାରତ ଅଧ୍ୟକ୍ଷତାରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଆସନ୍ତାକାଲିଠାରୁ ଅନୁଷ୍ଠିତ ହେବ ଜି-୨୦ ସମ୍ମିଳନୀ ଅନୁଷ୍ଠିତ । ଏଥିରେ ଅନେକ ବିଶ୍ବନେତା ଯୋଗ ଦେବାକୁ ଥିବା ବେଳେ ଆଜି ଜଣେ ପରେ ଜଣେ ବିଦେଶୀ ଅତିଥି ଭାରତରେ ପହଞ୍ଚିଛନ୍ତି । ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ବିଶ୍ବନେତାଙ୍କ ନୈଶ୍ୟ ରାତ୍ରି ଭୋଜନ ରହିଛି । ତେବେ ଏହି ଡିନର ନାଇଟ୍‌ରେ କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନିମନ୍ତ୍ରଣ କରାଯାଇନାହିଁ । ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ରାହୁଲ ।

ସେ କହିଛନ୍ତି, " ଏଥିରୁ ସ୍ପଷ୍ଟ ଯେ ବିଜେପି ଭାରତର ୬୦% ନେତାଙ୍କୁ ମହତ୍ତ୍ବ ଦେଉନାହିଁ । ବିଜେପିର ଏପରି କାର୍ଯ୍ୟଶୈଳୀ ସମ୍ପର୍କରେ ଲୋକଙ୍କୁ ଭାବିବାର ଆବଶ୍ୟକ ରହିଛି । ବିଜେପିର ଏପରି ଆଚରଣ ପଛରେ କେଉଁ ପ୍ରକାର ଭାବନା ରହିଛି ? " ଅନ୍ୟପଟେ ଭାରତରେ ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି ବୋଲି କହିଛନ୍ତି ରାହୁଲ । ଏ ସମ୍ପର୍କରେ ସମସ୍ତେ ଜାଣିଛନ୍ତି । ଭାରତରେ ଭେଦଭାବ ବଢୁଛି । ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଛି । ଦଳିତ ଓ ଅନ୍ୟ ଜାତି ଉପରେ ଆକ୍ରମଣ ହେଉଛି ବୋଲି କହିଛନ୍ତି ରାହୁଲ ।

Last Updated : Sep 8, 2023, 5:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.