ETV Bharat / bharat

ଆଉ ଏକ ମାନହାନୀ ମାମଲାରେ ଫସିଲେ ରାହୁଲ, 16ରେ ହାଜର ପାଇଁ କୋର୍ଟ ସମନ

author img

By ETV Bharat Odisha Team

Published : Nov 28, 2023, 12:28 PM IST

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁଲତାନପୁର ଏମପି ଏମଏଲଏ କୋର୍ଟ ସମନ ଜାରି କରିଛନ୍ତି । ଅମିତ ଶାହଙ୍କ ସହ ଜଡିତ ଏକ ମାମଲାରେ ତାଙ୍କୁ ଡିସେମ୍ବର 16 ତାରିଖରେ ହାଜର ହେବାକୁ ଡକାଇଛନ୍ତି କୋର୍ଟ । ଅଧିକ ପଢନ୍ତୁ

Rahul Gandhi summoned by court
Court summoned Rahul Gandhi

ଲକ୍ଷ୍ନୌ: ରାହୁଲଙ୍କ ପିଛା ଛାଡୁନି ଅଡୁଆ । କେତେବେଳେ ପ୍ରଧାନମନ୍ତ୍ରୀ ତ ପୁଣି କେତେବେଳେ ଗୃହମନ୍ତ୍ରୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇ ଅଡୁଆରେ ପଡିଛନ୍ତି କଂଗ୍ରେସ ନେତା । ପ୍ରଧାନମନ୍ତ୍ରୀଙ୍କୁ ପୌନତି କହି ଅସୁବିଧାରେ ପଡିଥିବା ରାହୁଲ ଏବେ ଆଉ ଏକ ମାନହାନୀ ମାମଲାରେ ଫସିଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ସୁଲତାନପୁରର ଏମପି ଏମଏଲଏ କୋର୍ଟ ରାହୁଲଙ୍କ ମୁସ୍କିଲ ବଢାଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଜଡିତ ଏକ ମାମଲାରେ କୋର୍ଟ ରାହୁଲଙ୍କୁ ସମନ କରିଛନ୍ତି । ଆସନ୍ତା ଡିସେମ୍ବର 16ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସୂଚନା ଅନୁସାରେ, 5 ବର୍ଷ ପୁରୁଣା ମାମଲାରେ ରାହୁଲ ଗାନ୍ଧୀଙ୍କୁ ସମନ ଜାରି କରିଛନ୍ତି କୋର୍ଟ । 5 ବର୍ଷ ପୂର୍ବେ କର୍ଣ୍ଣାଟକ ନିର୍ବାଚନ ସମୟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନେଇ ଆପତ୍ତିଜଣକ ଟିପ୍ପଣୀ ଦେଇଥିଲେ ରାହୁଲ ଗାନ୍ଧୀ । ଯାହାକୁ ନେଇ ଲମ୍ବା ସମୟ ଧରି କୋର୍ଟରେ ଶୁଣାଣି ଚାଲିଥିଲା । ବର୍ତ୍ତମାନ ଏହି ମାମଲାରେ ସୁଲତାନପୁର ଏମପି ଏମଏଲଏ କୋର୍ଟ ତାଙ୍କୁ ସମନ କରିଛନ୍ତି । କର୍ଣ୍ଣାଟକ ନିର୍ବାଚନୀ ରାଲିରେ ସେ ଗୃହମନ୍ତ୍ରୀ ଅମିତ ଶାହକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ଯାହାକୁ ନେଇ ବିଜେପି ନେତା ବିଜୟ ମିଶ୍ରା ମାମଲା ଦାୟର କରିଥିଲେ । ଏହି ମାମଲାରେ 2023 ନଭେମ୍ବରରେ କୋର୍ଟ ରାୟ ସଂରକ୍ଷିତ କରିଥିଲେ । 2018ରେ ଯାଚିକା ଦାୟର ହୋଇଥିଲା । ବର୍ତ୍ତମାନ ସୁଲତାନପୁର ଏମପି ଏମଏଲଏ କୋର୍ଟ ବିଚାରପତି ଯୋଗେଶ ଯାଦବ ଧାରା 500 ଅଧୀନରେ ଡିସେମ୍ବର 16ରେ ହାଜର ହେବାକୁ ରାହୁଲଙ୍କୁ ସମନ କରିଛନ୍ତି ।

ଏହା ବି ପଢନ୍ତୁ...ପ୍ରଧାନମନ୍ତ୍ରୀଙ୍କୁ ‘ପନୌତି’ କହି ଅଡୁଆରେ ରାହୁଲ, ନୋଟିସ ଜାରି କଲା ନିର୍ବାଚନ ଆୟୋଗ

ଏହା ବି ପଢନ୍ତୁ...Rahul Gandhi Modi surname Remark: ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ, ସଙ୍ଗେ ସଙ୍ଗେ ଜାମିନ ମଞ୍ଜୁର

ପ୍ରକାଶ ଥାଉ କି, ଭାରତ ଚଳିତ ବିଶ୍ବକପରେ ପରାସ୍ତ ହେବାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ପନୌତି ବୋଲି କହିଥିଲେ ରାହୁଲ । ଏନେଇ ରାହୁଲଙ୍କୁ ନିର୍ବାଚନ ଆୟୋଗ ନୋଟିସ କରିଥିଲେ । ଏହା ପୂର୍ବରୁ ଗତ 2019 ନିର୍ବାଚନରେ କର୍ଣ୍ଣାଟକରେ ଏକ ନିର୍ବାଚନ ରାଲିକୁ ସମ୍ବୋଧନ କରି ମୋଦି ସରନେମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏନେଇ ତାଙ୍କ ନାମରେ ମାନହାନୀ ମାମଲା ରଜ୍ଜୁ ହୋଇଥିଲା । ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି 2 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ସୁରଟ ଜିଲ୍ଲା କୋର୍ଟ । ଏହାପରେ ରାହୁଲଙ୍କ ଲୋକସଭା ସାଂସଦ ସଦସ୍ୟତା ମଧ୍ୟ ରଦ୍ଦ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.